ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେସିଙ୍ଗା ଏସଡିପିଓଙ୍କୁ ସାକ୍ଷାତ କଲେ ଅଞ୍ଚଳବାସୀ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା

କେସିଙ୍ଗା ଏସଡିପିଓଙ୍କୁ ସାକ୍ଷାତ କଲେ ଅଞ୍ଚଳବାସୀ

ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା

ଲାଞ୍ଜିଗଡ, ୦୬/୦୫(ମନିସ)-କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ ଉପଖଣ୍ଡ ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଯୁବ ପୁଲିସ ପ୍ରଶାସକ ସନ୍ଦୀପ କୁମାର ମାଝୀ। ଆଜି ସେ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ପରିଦର୍ଶନରେ ଆସିଥିବାବେଳେ ତାଙ୍କୁ ସାକ୍ଷାତ କରି ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ଅଞ୍ଚଳର ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଗଣ। ଲାଞ୍ଜିଗଡ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ପୂର୍ବତନ ସରପଞ୍ଚ ଅନନ୍ତ ପ୍ରଧାନୀ, ସମାଜସେବୀ ହରିଶଙ୍କର ପାତ୍ର, ଲକ୍ଷ୍ମୀଧର ସନ୍ତୋଷରାୟ, ବିଶ୍ୱନାଥପୁର ସମିତିସଭ୍ୟ ଅଜିତ କୁମାର ପ୍ରଧାନୀ, ସମାଜସେବୀ ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, କିଶୋର ହରପାଲ, ଜିତେନ୍ଦ୍ର ସାହୁ ପ୍ରମୁଖ ଶ୍ରୀ ମାଝୀଙ୍କୁ ସାକ୍ଷାତ କରି ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଶ୍ୱନାଥପୁର ଥାନାଧିକାରୀ ବିଜୟରାଜ ମାଝୀ ମଧ୍ୟ ଉପସ୍ଥିତ ଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ବ୍ଲକ ର ଗ୍ରାମାଞ୍ଚଳରେ ଦିଆଲି ପର୍ବ ପାଳିତ

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ା ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳିତ

Sunil Chandra Nayak

ମାଣ୍ଡିଆ ଚାଷ ନେଇ ୨ ଦିନିଆ ତାଲିମ ଶିବିର ଉଦଘାଟନ

Sunil Chandra Nayak

Leave a Comment

error: Content is protected !!