ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଇଂ ରାଜେଶ ମହାକୁଡ଼

ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଇଂ ରାଜେଶ ମହାକୁଡ଼

ଖଇରା,୦୬/୫/୨୦୨୪ – ଏସ୍. ଆର. ସାଇନିଂ ଓଡିଶା ଫାଉଣ୍ଡେଶନ, ସମ୍ଭାବନା ତରଫରୁ ଚଳିତ ମେଟ୍ରିକ୍ ପରୀକ୍ଷା ରେ ଏ୧ ପାଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଯୁବନେତା ଇଂ. ରାଜେଶ ମହାକୁଡ ଦ୍ଵାରା ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଦେଉଳି ଠାରେ ଥିବା ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଟ୍ରଷ୍ଟର ସଭ୍ୟ ଅଭିମନ୍ୟୁ ରାଉଳ, ପଦ୍ମଲୋଚନ ଜେନା, ମହେଶ୍ଵର ନାଥ, ଦିନେଶ ଜେନା, ମନୋଜ ପତି ଉପସ୍ଥିତ ରହି ଅଞ୍ଚଳର କୃତିତ୍ଵ ଅର୍ଜନ କରିଥିବା ନୀଳାମ୍ବର ହାଇ ସ୍କୁଲର ଛାତ୍ର କ୍ଷିତିଶ କୁମାର ରଥ ୫୬୪ ନମ୍ବର, ନନ୍ଦୁର ହାଇ ସ୍କୁଲର ଛାତ୍ର କାହ୍ନୁ ଚରଣ ସାହୁ ୫୪୭ ନମ୍ବର ଓ ଗଣ୍ଡିବେଡ ହାଇ ସ୍କୁଲର ଛାତ୍ରୀ ସ୍ଵୟମ ସମୀକ୍ଷା ମହାନ୍ତି ୫୪୧ କୁ ଉପସ୍ଥିତ ସଭ୍ୟ ଓ ସେମାଙ୍କ ପରିବାର ସଦସ୍ୟଙ୍କ ସହିତ ଟ୍ରଷ୍ଟର ଅଧ୍ୟକ୍ଷ ଇଂ. ରାଜେଶ ମହାକୁଡ଼ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧନା, ଶୁଭେଚ୍ଛା ଜ୍ଞାପନ କରିବା ସହିତ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସତୁରି ଟିକିଆ ହାତୀପଲ ଉପଦ୍ରଵ, ଭୟଭୀତ ଅଂଚଳବାସୀ 

masiha

ଷାଠିଏ ବର୍ଷୀୟା ବୃଦ୍ଧାଙ୍କ ଅଂଶୁଘାତରେ ମୃତ୍ୟୁ 

masiha

ବାଲୁକା କଳାରେ “ଷ୍ଟପ ଟେରୋରିଜିମ” (Stop Terrorism)

masiha

Leave a Comment

error: Content is protected !!