ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରେ ଶାଶୁ ବୋହୁ ମୃତ ! 

ବଜ୍ରପାତରେ ଶାଶୁ ବୋହୁ ମୃତ ! 

ଭଞ୍ଜନଗର,୦୮/୫ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଦୁଲିପଲ୍ଲୀରେ ଗୁରୁବାର ଅପରାହ୍ନରେ ବଜ୍ରପାତ ଘଟି ଶାଶୁ, ବୋହୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶାଶୁ ଶୈଳ ବିଷୋୟୀ(୬୫) ଏବଂ ବୋହୂ ସନ୍ତୋଷିନୀ ବିଷୋୟୀ(୩୫)। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ପ୍ରକାରେ, ଅପରାହ୍ନରେ ସମ୍ପୃକ୍ତ ଅଞ୍ଚଳରେ ଝଡ଼ ତୋଫାନ ସହ ବର୍ଷା ହୋଇଥିଲା। ଉଭୟ ଶାଶୁ ବୋହୁ ସେତିକି ବେଳେ ବିଲକୁ ଯାଇ କାମ ସାରି ଘରକୁ ଫେରୁଥିବା ବେଳେ ଏକ ବାଉଁଶ ବୁଦା ତଳେ ଅଟକି ରହିଥିଲେ। ସେହି ସମୟରେ ବଜ୍ରପାତ ଘଟିଥିଲା। ଫଳରେ ଘଟଣାସ୍ଥଳରେ ଶାଶୁ, ବୋହୁଙ୍କ ଉପରେ ବାଉଁଶବୁଦା ମାଡି ବସିବା ସହ ବଜ୍ରପାତ ହୋଇ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖବର ପାଇ ଭଞ୍ଜନଗର ଦମକଳ ବାହିନୀ,ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶାଶୁ, ବୋହୂଙ୍କୁ ଗ୍ରାମବାସୀଙ୍କ ସହଯୋଗରେ ବାଉଁଶବୁଦା ଭିତରୁ ଉଦ୍ଧାର କରି ଭଞ୍ଜନଗର ହସ୍ପିଟାଲ ରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ସୂଚନା ମିଳିଛି।

Related posts

ଧର୍ମପରାୟଣା ମହିଳାଙ୍କ ସ୍ମୃତିଚାରଣ ସଭା 

masiha

ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ କୋଲନରା ତହସିଲ ପରିଦର୍ଶନ

masiha

ସ୍ତନ କର୍କଟ ରୋଗର ସଚେତନତା ରେ କ୍ରାନ୍ତି ର ବାର୍ତ୍ତା   “କ୍ୟାନସର ଜୀବନର ଏକ ଅଧ୍ୟାୟ, ପୂରା କାହାଣୀ ନୁହେଁ’ ଯାହା ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା କର୍କଟ ମୁକ୍ତ ଭାରତ ସମ୍ଭବ!!!

Sunil Chandra Nayak

Leave a Comment

error: Content is protected !!