ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗା କାମରେ ଟଙ୍କା ହଡପ ସନ୍ଦେହରେ ଗ୍ରାମବାସୀ , ମେସିନରେ କାମ କରି ମଧ୍ୟ ସମ୍ପୂର୍ଣ ହେଲାନି ପୋଖରୀ ଖୋଳା 

ଢେ଼ଙ୍କାନାଳ( ମ ସୀ ହା)୦୨/୦୬_ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମପଞ୍ଚାୟତର ଖଜୁରୀବନ୍ଧ ପୁନରୁଦ୍ଧାର ପାଇଁ ହିନ୍ଦୋଳ ବିଧାୟିକା ୨୦୦୦୦୦ଟଙ୍କା ଏବଂ ମନରେଗା ଯୋଜନାରେ ୯୩୦୦୦୦ଟଙ୍କା ଅନୁଦାନ ମିଳିଥିଲା I ମନରେଗା ଯୋଜନାରେ ମେସିନ ଲଗାଇ କାମ କରିବାପାଇଁ ବିଧାୟିକା ପାଣ୍ଠି ଏବଂ ମନରେଗା ଯୋଜନାର କାମ ଏକ ସମୟରେ କରାଯାଇଥିଲା I ମେସିନରେ ବନ୍ଧ ଖୋଳା ହୋଇ ଜବକାର୍ଡ ଧାରୀ ଶ୍ରମିକ ମାନଙ୍କ ନାମରେ ଟଙ୍କା ଉଠାଯାଇଥିବା ଦେଖିବାକୁ ମିଳିଛି I ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେ ଯେଉଁ ଜବକାର୍ଡ ଧାରୀ ଶ୍ରମିକ ବାହାରେ ରୁହନ୍ତି ତାଙ୍କ ନାମରେ ଟଙ୍କା ଉଠାଯାଇଛି ଏବଂ ଯେଉଁଦିନ ଆଦୌ କାମ ହୋଇନାହିଁ ସେଦିନ ମଧ୍ୟ ଶ୍ରମିକ ମାନେ କାମ କରିଥିବା ଦର୍ଶାଇ ଟଙ୍କା ବିଲ୍ କରାଯାଇଛି I ତେବେ ଏହି ଖଜୁରୀ ବନ୍ଧ କେବେ କାମ ସମ୍ପୂର୍ଣ ହେବ ତାହା ଜନସାଧାରଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି I କନିଷ୍ଠଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ପଚାରିଲେ କୁହନ୍ତି ଆମେ ପୋଖରୀ କେତେ କାମ ହୋଇଛି ଦେଖିନାହୁଁ କିମ୍ବା କୌଣସି ବିଲ୍ କରିନାହୁଁ I ତେବେ ପଞ୍ଚାୟତ ଗ୍ରାମରୋଜଗାର ସେବକ ମାଟି ଖୋଳାର ମାପ ନହୋଇ କିପରି ବିଲ୍ ଛାଡ଼ୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି I ଏପରି ଘଟଣା ରାସୋଳ ପଂଚାୟତରେ ବାରମ୍ବାର ଘଟୁଥିବା ସତ୍ୱେ ମଧ୍ୟ ହିନ୍ଦୋଳ ବିଡ଼ିଓ କୌଣସି ପଦକ୍ଷେପ ନେଉନଥିବାରୁ ସାଧାରଣରେ ବିଡ଼ିଓଙ୍କ ସଚୋଟ ପଣିଆକୁ ନେଇ ପ୍ରଶ୍ନଉଠୁଥିବା ଦେଖିବାକୁ ମିଳୁଛି I

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବ୍ଲକ ଯୋଗାଣ ସହାୟକ ସଂଘର ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ 

ଇପିଏଫ ପେନସନର୍ସ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ , ୨୯ ତାରିଖରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯିବ

masiha

ସୁନୀଲ୍ ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ଶ୍ରେଷ୍ଠ ପାଞ୍ଚ ପ୍ରତିଭାଙ୍କ ନାମ ଘୋଷିତ 

masiha

Leave a Comment

error: Content is protected !!