ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦାରେ ମର୍ମନ୍ତୁଦ ଦୁର୍ଘଟଣା କାର ଧକ୍କାରେ,ଜଣେ ମୃତ,ଦୁଇ କଲେଜ ଛାତ୍ରୀ ଗୁରୁତର

ମୟୂରଭଞ୍ଜ -୫/୧/୨୩(ମସିହା) ମୟୂରଭଞ୍ଜ ଜିଲ୍ଲାର ଜାତୀୟ ରାଜପଥ ୨୨୦ ନମ୍ବର ବହଳଦା-ଟାଟା ରାସ୍ତାର ଵହଳଦା ଡିଏଲ କଲେଜ ନିକଟରେ ଗୁରୁବାର ଦିନ ସକାଳ ୭ ଟା ପାଖାପାଖି ସମୟରେ ଏକ ଦୃତଗତିରେ ତିରିଂ ଆଡୁ ରାଇରଙ୍ଗପୁର ଆସୁଥିବା ହୁଣ୍ଡାଇ କାର (ଯେ ଏଚ ୦୫ ବି ଏଲ ୪୭୮୪) ସାଇକେଲରେ ଟିଉସନ ଯାଉଥିବା ଦୁଇ ଵହଳଦା କଲେଜର ଛାତ୍ରୀଙ୍କୁ ଧକ୍କା ଦେଲା ପରେ ଏକ ବାଇକକୁ ଧକ୍କା ଦେଇ ରାସ୍ତା ପାର୍ଶ୍ବରେ ଥିବା ବିଦ୍ୟୁତ ଖୁଣ୍ଟ ସହ ଧକ୍କା ଦେଇ ରାସ୍ତା ତଳକୁ ଖସି ଯାଇଥିଲା ।କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଵହଳଦା ଧୀରେ ଲାଲ କଲେଜର ଯୁକ୍ତ୨ ର ପ୍ରଥମ ବାର୍ଷିକ ଛାତ୍ରୀ ନାକୀ ହେମ୍ବ୍ରମ ଏବଂ ଫୁଲ ସୋରେନ । ଉଭୟଙ୍କ ଘର ଵହଳଦା ଅଂଚଳର ଭାଟିସାହି । ନାକୀ ହେମ୍ବ୍ରମ ଏବଂ ଫୁଲ ସୋରେନ ଗୁରୁତର ହୋଇ ରାସ୍ତାରେ ପଡିଥିବାବେଳେ ବାଇକ ଆରୋହୀ ତାପସ ମିଶ୍ର(୫୦) ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ ।ବାଇକ ଆରୋହୀଙ୍କୁ ବହଳଦା ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।କଲେଜ ଛାତ୍ରୀ ଦୁଇ ଜଣଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତନ୍ମଧ୍ୟରୁ ଫୁଲ ସୋରେନଙ୍କର ଅବସ୍ଥା ଗୁରୁତର ହେତୁ ବାରିପଦା ପି ଆର ଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କର ଅଣ୍ଟା ଗୋଡ଼ ଭାଙ୍ଗି ଯାଇଛି ।ମୃତକ ଜଣକ ହେଲେ ଵହଳଦା ଥାନା ଅନ୍ତର୍ଗତ ଝାଡଗାଁର ତାପସ ମିଶ୍ର(୫୦) ।ସେ ସକାଳୁ ତାଙ୍କର ପିଲାକୁ ଵହଳଦାର ଏକ ଘରୋଇ ସ୍କୁଲରେ ଛାଡି ବାଇକରେ ଘରକୁ ଫେରୁଥିଲେ । ପୋଲିସ ମୃତ ତାପସଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର‌ଵର୍ଗଙ୍କୁ ହସ୍ତାନ୍ତର କରିଛି । ଘଟଣାସ୍ଥଳରେ ଉତେଜନା ଲାଗି ରହିଛି ।ଲୋକେ ଏବଂ ସ୍ଥାନୀୟ କଲେଜର ଛାତ୍ରଛାତ୍ରୀମାନେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ,ଵହଳଦା ପୋଲିସ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର , ବିଜେଡ଼ି ନେତା କାଶୀନାଥ ହେମ୍ବ୍ରମ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି ।ପରେ ଛାତ୍ର ଛାତ୍ରୀମାନେ ଘଟଣାସ୍ଥଳ ପରିତ୍ୟାଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଧର୍ମଗଡ ବ୍ଲକ ରେ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ଦଳ ୨୬ ଟି ପଦକ ହାସଲ

Sunil Chandra Nayak

ଆଶାକର୍ମୀ ମlର୍ଥମଣି ନାଏକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!