ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ର ବୈଠକ 

ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ର ବୈଠକ 

 ରାଉରକେଲା: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି, ସୁନ୍ଦରଗଡ ଜିଲ୍ଲା ର ବୈଠକ ସେକ୍ଟର ୨୦ସ୍ଥିତ କୋଏଲ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସ୍ବାଇଁ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଲସ୍ତା ର ପ୍ରାକ୍ତନ ସଭାପତି କୁଞ୍ଜବିହାରୀ ରାଉତ ସଭାପତିତ୍ବ କରିଥିବା ବେଳେ ଉପଦେଷ୍ଟା ତଥା ପ୍ରାକ୍ତନ ଅଲସ୍ତା ରାଜ୍ୟ ଉପସଭାପତି ଶରତ ଚନ୍ଦ୍ର ସାହୁ, ଉପଦେଷ୍ଟା ରମାକାନ୍ତ ମଲ୍ଲିକ, କମଳାକାନ୍ତ ରାଉତ, ବ୍ରଜେନ୍ଦ୍ର ଦାଶ, କାର୍ଯ୍ୟକାରିଣୀ ସଦସ୍ୟ ନିତ୍ୟାନନ୍ଦ ବେହେରା ଓ ସୁନ୍ଦରଗଡ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ରହି ଆଗାମୀ ୧୦ ତାରିଖ ରେ ହେବାକୁ ଥିବା ରାଜ୍ୟ ସମ୍ମିଳନୀରେ ଯୋଗଦେବାକୁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ଆବାହକ ଶ୍ରୀ ସ୍ବାଇଁ ଅତିଥି ମାନଙ୍କ ପରିଚୟ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ପାଦକ ଶ୍ରୀ ନାୟକ ଏହି ଅବସରରେ ବକ୍ତବ୍ୟ ରଖି କହିଲେ ଯେ ପୂର୍ବ ସରକାରଙ୍କ କଠୋର ମନୋଭାବ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସବୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ କୈାଣସି ଅନୁଦାନ ଦେଲେ ନାହିଁ। ସମାନ କାମକୁ ସମାନ ଦରମା କେବଳ ସ୍ଲୋଗାନ ରେ ରଖିଦେଲେ। ନୂତନ ଅନୁଦାନ ପ୍ରାପ୍ତ ୨୫୫୧ ମାଧ୍ୟମିକ ବିଦ୍ୟାଳୟ,୯୧୬ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,୩୯ ଟି ସଂସ୍କୃତ ଟୋଲ,୧୩୧ ଟି ମାଦ୍ରାସା ଓ ୬୬୨ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମୀ ମାନେ ୩୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଚାକିରି କରିସାରିବା ପରେ ସେମାନେ ପେନସନ ଓ ଅବସରକାଳୀନ ସୁବିଧାରୁ ବଂଚିତ। ଏହା ସହ ଆହୁରି ଅନେକ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କିଛି ମାଦ୍ରାସା, ସଂସ୍କୃତ ଟୋଲ ଓ କଲେଜ ଅଛି, ସେମାନଙ୍କ ଅନୁଦାନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ତେଣୁ ଏଭଳି ଅସୁବିଧାରେ ଜର୍ଜରିତ ଶିକ୍ଷକ ଓ କର୍ମଚାରୀ କିପରି ଗୁଣାତ୍ମକ ଶିକ୍ଷାଦାନ କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏସବୁର ସମାଧାନ ପାଇଁ ଆସନ୍ତା ଡ଼ିସେମ୍ବର ୧୦ ତାରିଖ ଦିନ ଭୁବନେଶ୍ଵରର ଗାନ୍ଧୀ ମାର୍ଗରେ ମହାସମାବେଶ କରିବା ସହ ଏହି ସମାବେଶରେ ବିପୁଳ ସଂଖ୍ୟାରେ ଯୋଗଦବା ପାଇଁ ଆହ୍ବାନ ଦିଆଯାଇଥିଲା। ସଭାପତି କରୁଥିବା ଶ୍ରୀ ରାଉତ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା କୁ ଗୁରୁତ୍ବ ଦେବା ସହ ଆଗାମୀ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ କୋଏଲ ନଗର ସରସ୍ଵତୀ ବିଦ୍ୟାପୀଠ,କୋଏଲ ବିଦ୍ୟାପୀଠ, ପ୍ରଗତି ବିଦ୍ୟାମନ୍ଦିର, ଓଏସଏପି ହାଇସ୍କୁଲ, ହମିରପୁର ର ଗୋପବନ୍ଧୁ ହାଇସ୍କୁଲ, ମୁଣ୍ଡାଜୋର ହାଇସ୍କୁଲ,ଇରାକିଆ ବାଳିକା ଉର୍ଦ୍ଦୁ ହାଇସ୍କୁଲ,ତୁମରଯୋର ହାଇସ୍କୁଲ ଓ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ସିଭିଲ କୋର୍ଟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ! ପଂଜିକୃତ ୨୧୨ ଟି ମାମଲାରୁ ୧୩୯ ଟି ତତ୍କାଳ ଫଇସଲା

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ 

masiha

ସର୍ବ ସାଧରଣ ରାସ୍ତାରେଘର ତିଆରି , ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!