ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ)ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖାର ସ୍ବତନ୍ତ୍ର ଅଧିବେଶନ -୨୦୨୬ ଅନୁଷ୍ଠିତ 

ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ)ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖାର ସ୍ବତନ୍ତ୍ର ଅଧିବେଶନ -୨୦୨୬ ଅନୁଷ୍ଠିତ 

ଢେଙ୍କାନାଳ,ତା.୨୦.୦୭.୨୦୨୬ ରିଖ :(ମ ନି ସ     ) :ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ(ୟୁନେସ୍କୋ)ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖା ପକ୍ଷରୁ ଏକ ସ୍ବତନ୍ତ୍ର ଅଧିବେଶନ -୨୦୨୬ ଗୋବିନ୍ଦପୁରସ୍ଥିତ ବିଆଇଇଟି ଶିକ୍ଷାସମୂହ ଅନୁଷ୍ଠାନ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ତାରା ପ୍ରସନ୍ନ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଇଉନେସ୍କୋ,ଗୌହାଟି ଉତ୍ତର-ପୂର୍ବ ଭାରତର ମୁଖ୍ୟ ତଥା ମହାସଚିବ ଡ.ଅଶ୍ବିନୀ ଶର୍ମା ମୁଖ୍ୟଅତିଥି ଭାବରେ ଯୋଗଦେଇ ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ,ୟୁନେସ୍କୋର ଲକ୍ଷ୍ୟ ବିଶ୍ୱ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ବିଶ୍ୱବାସୀ ଆଗେଇ ଆସିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।ଏହାର ସଂପାଦିକା ଡ.ମାରିମା ଗୋସ୍ଵାମୀ ଓ କାର୍ଯ୍ୟକାରୀ ସଦସ୍ୟା ଅଙ୍କିତା ବାଡୁଆ, ଅନୁଷ୍ଠାନର ଓଡିଶା ସଂଯୋଜକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ବଳିଷ୍ଠ, ସଫଳ ମାର୍ଗଦର୍ଶକ କବି ବାହାଦୂର ପାଟ୍ଟସାହାଣୀ ଓ ଉଫୁନାର ସଭାପତି ତଥା ଇଫୁନାର ଜାତୀୟ ଉପସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ,ଇଉନେସ୍କୋର ଆଜୀବନ ସଦସ୍ୟ ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଇଉନେସ୍କୋ କିପରି ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓ ବିଶ୍ବ ବିଦ୍ୟାଳୟ ବିଭିନ୍ନ ମହାବିଦ୍ୟାଳୟ ସ୍ତରରେ ଜାତି ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ପ୍ରଚାର ପ୍ରସାର କରୁଛି ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସମସ୍ତ ବକ୍ତା ୟୁନେସ୍କୋ ସମ୍ପର୍କରେ ସବିଶେଷ ଆଲୋଚନା କରି ଏହା ମାନବିକ ଅଧିକାରର ସୁରକ୍ଷା କରିବା ପାଇଁ ଜାତି,ଲିଙ୍ଗ,ଭାଷା ଏବଂ ଧର୍ମର ଭେଦଭାବ ନ ରଖି ସମସ୍ତଙ୍କ ପାଇଁ ନ୍ୟାୟ,ମୌଳିକ ସ୍ୱାଧୀନତା ଏବଂ ମାନବିକ ଅଧିକାରକୁ ସୁନିଶ୍ଚିତ କରିବା।ସର୍ବଜନୀନ ଶିକ୍ଷା ପାଇଁ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ଆଜୀବନ ଶିକ୍ଷାର ସୁଯୋଗ ସୃଷ୍ଟି କରିବା।ସାଂସ୍କୃତିକ ବିବିଧତା ସୁରକ୍ଷା ପାଇଁ ବିଶ୍ୱର ବିଭିନ୍ନ ସଂସ୍କୃତିକୁ ସମ୍ମାନ ଦେବା ଏବଂ ସାଂସ୍କୃତିକ ପରମ୍ପରାକୁ ବଞ୍ଚାଇ ରଖିବା।ମୁଖ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରେ ଶିକ୍ଷାର ବିକାଶ ପାଇଁ ସାକ୍ଷରତା ଅଭିଯାନ,ଶିକ୍ଷକ ତାଲିମ ଏବଂ ପିଲାମାନଙ୍କୁ ସ୍କୁଲ ଶିକ୍ଷା ପ୍ରଦାନ କରିବାରେ ଦେଶଗୁଡ଼ିକୁ ସାହାଯ୍ୟ କରେ।ଐତିହ୍ୟ ସୁରକ୍ଷା ପାଇଁ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଓ ପ୍ରାକୃତିକ ସ୍ଥଳଗୁଡ଼ିକୁ ‘ବିଶ୍ୱ ଐତିହ୍ୟ ସ୍ଥଳ’ ଭାବେ ଘୋଷଣା କରି ସେଗୁଡ଼ିକର ସୁରକ୍ଷା କରେ।ବିଜ୍ଞାନ ଓ ପରିବେଶ ଜଳ ପରିଚାଳନା,ସମୁଦ୍ରର ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକ ସହଯୋଗ ପ୍ରଦାନ କରେ।ଗଣମାଧ୍ୟମ ସ୍ୱାଧୀନତା ପାଇଁ ମତ ପ୍ରକାଶର ସ୍ୱାଧୀନତା ଏବଂ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରେ।ଜ୍ଞାନର ଆଦାନପ୍ରଦାନ ପାଇଁ ବିଭିନ୍ନ ଦେଶ ମଧ୍ୟରେ ସାହିତ୍ୟ କୃତିର ଅନୁବାଦ ଏବଂ ବୈଷୟିକ ଜ୍ଞାନର ଆଦାନପ୍ରଦାନରେ ସହାୟତା କରେ।ବର୍ତ୍ତମାନ ପୃଥିବୀର ପ୍ରାୟ ୧୯୪ରୁ ଅଧିକ ଦେଶ ୟୁନେସ୍କୋର ସଦସ୍ୟ ଅଛନ୍ତି ଏବଂ ଏହାର ମୁଖ୍ୟ କାର୍ଯ୍ୟାଳୟ ଫ୍ରାନ୍ସର ପ୍ୟାରିସ୍ ଠାରେ ଅବସ୍ଥିତ ବୋଲି ମତ ପ୍ରକାଶ କରିଥିଲେ।ପୂର୍ବରୁ ଇଉନେସ୍କୋ ତରଫରୁ ଉତ୍କଳ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ଚଣ୍ଡିପ୍ରସାଦ ନନ୍ଦଙ୍କୁ ସାକ୍ଷାତ କରି ଇଉନେସ୍କୋ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ।ୟୁନେସ୍କୋ ଅନୁଷ୍ଠାନର ଓଡିଶା ସଂଯୋଜକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ବଳିଷ୍ଠ,ସଫଳ ମାର୍ଗଦର୍ଶକ କବି ବାହାଦୂର ପାଟ୍ଟସାହାଣୀ,ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ତାରା ପ୍ରସନ୍ନ ଶତପଥୀ ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ୟୁନେସ୍କୋ ସମ୍ପର୍କରେ ସବିଶେଷ ଆଲୋଚନା କରି ଆଗାମୀ ଦିନରେ ଓଡ଼ିଶାରେ ୟୁନେସ୍କୋର ବର୍ଷବ୍ୟାପୀ ଅନେକ କାର୍ଯ୍ଯକ୍ରମ କରାଯାଇ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇ ଏହାକୁ ଆହୁରି ବ୍ୟାପକ ଓ ସର୍ବଜନାଦୃତ କରିବାକୁ ସମସ୍ତେ ସାମିଲ୍ ହେବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।ସଭା ପ୍ରାରମ୍ଭର ମଞ୍ଚା ସୀନ ଅତିଥିବୃନ୍ଦଙ୍କୁ ଅନୁଷ୍ଠାନ ପକ୍ଷରୁ ବ୍ୟାଚ୍ ,ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଇଉନେସ୍କୋର ଆଜୀବନ ସଦସ୍ୟ ଡା.ଦେବୀ ପ୍ରସାଦ ମିଶ୍ର,ଡ.ମାନସୀ କର, ଡ.ମୁରଲିଧର ନାୟକ,ସମାଜସେବୀ ଯୁଧିଷ୍ଠିର ସାହୁ,ଇଂ.ଲଳିତ ମୋହନ ବେହେରା,ବିଆଇଇଟିର ସମସ୍ତ ଅଧ୍ୟାପିକା,ଅଧ୍ୟାପକ ଶତାଧିକ ଛାତ୍ରୀ,ଛାତ୍ର ପ୍ରମୁଖ ଯୋଗଦାନ କରି ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଅଧ୍ୟାପକ ବିକାଶ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ

Related posts

ଥୁଆମୁଳ ରାମପୁର ବ୍ଳକ ଡ୍ରାଇଭର ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ

Sunil Chandra Nayak

ଧର୍ମାନ୍ତରୀକରଣ ବିରୁଦ୍ଧରେ ବିଶାଳ ଶୋଭାଯାତ୍ରା

Sunil Chandra Nayak

ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

Leave a Comment

error: Content is protected !!