ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁ ଚର୍ଚ୍ଚିତ ଵହଳଦା- ତିରିଂ ରାସ୍ତା ଦୁର୍ଘଟଣାରେ ୪ ମୃତକଙ୍କୁ କ୍ଷତିପୂରଣ ନେଇ ୨୫ଘଣ୍ଟାରୁ ଉର୍ଦ୍ଧ୍ବ ରାସ୍ତାରୋକ, ପ୍ରଶାସନ ର ହସ୍ତକ୍ଷେପ ପରେ ସମାଧାନର ବାଟ ଫିଟିଲା

ବହୁ ଚର୍ଚ୍ଚିତ ଵହଳଦା- ତିରିଂ ରାସ୍ତା ଦୁର୍ଘଟଣାରେ ୪ ମୃତକଙ୍କୁ କ୍ଷତିପୂରଣ ନେଇ ୨୫ଘଣ୍ଟାରୁ ଉର୍ଦ୍ଧ୍ବ ରାସ୍ତାରୋକ, ପ୍ରଶାସନ ର ହସ୍ତକ୍ଷେପ ପରେ ସମାଧାନର ବାଟ ଫିଟିଲା

 ମୟୂରଭଞ୍ଜ – ୧/୧୨ ( ମସିହା)ଵିଜୟଓ୍ବାଡା- ରାଞ୍ଚି ଜାତୀୟ ରାଜପଥ ବହଳଦା- ବଡ଼ ଡାଳିମାରେ ଶନିବାର ଦିନ ସକାଳ ୭ ଟା ପାଖାପାଖି ସମୟରେ ଲୌହଦାନଵ ଯନ୍ତାରେ ୪ ଟି ନିରିହ ଲୋକ ତଥା ଜଣେ ପଥଚାରୀ,ଜଣେ ମହିଳା,ଜଣେ ଅଟୋ ଡ୍ରାଇଭର ସମେତ କଟକ ଫେରନ୍ତା ରୋଗୀଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।ଯାହାକୁ ନେଇ ଗ୍ରାମଵାସୀ ଓ ପିଡିତାଙ୍କ ପରିବାର କ୍ଷତିପୂରଣ ଦାବିନେଇ ଵାଗଡେଗା ମୁତୁରୀନାଳ ପୋଲ ପାଖରେ ଦିବାରାତ୍ର ୨୭ ଘଣ୍ଟା ରାସ୍ତାରୋକ କରିଥିଲେ । ଏପରିକି ବହଳଦା ଡ଼ାକ୍ତରଖାନାରୁ ମୃତକଙ୍କ ଶଵ ମଇନା ପାଇଁ ଛାଡ଼ୁ ନ ଥିଲେ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବିଚାର ବିମର୍ଷ କରାଯାଇ ମୃତକଙ୍କ ପରିବାରକୁ ରେଡ଼କ୍ରସ ଫଣ୍ଡରୁ ୪ ଜଣ ମୃତପରିବାରକୁ ତଥା ମୃତକଙ୍କ ପିଛା ୧ ଲକ୍ଷ ଟଙ୍କା ନଗଦ ଟଙ୍କା ପ୍ରଦାନ କରାଯିବା ପରେ ପିଡିତ ପରିବାର ଓ ଗ୍ରାମବାସୀ ଆନ୍ଦୋଳନ ରୁ ଓହରି ଥିଲେ ।ଵାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ , ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ,ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଥାନା ଆଇଆଇସି ସୁଚନ୍ଦ୍ର ମହାଳିକ,ଵହଳଦା ଆଇଆଇସି ବିଜୟ ରାଉତ,ତିରିଂ ଥାନାଧିକାରୀ,ସାରସକଣା ନିର୍ବାଚନ ମଣ୍ଡଳୀ ପ୍ରାକ୍ତନ ବିଧାୟକ ଡଃ ବୁଢାନ ମୁର୍ମୁ,ତିରିଂ ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ବରିଷ୍ଠ ନେତା ଘନଶ୍ୟାମ ପିଙ୍ଗୁଆ,ବିଜେପି ନେତା ଫାଗୁରାମ ମାରାଣ୍ଡି ଏବଂ ବହୁ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ବିଚାର ବିମର୍ଷ କରି ପିଡିତା ପରିବାରଙ୍କୁ ସହାୟତା କରିଥିଲେ ।ପରେ ଦୁର୍ଘଟଣା ରେ ମୃତ୍ୟୁ କ୍ଷତିପୂରଣ,ବୀମା ଜନିତ କ୍ଷତିପୂରଣ ସବୁ ସରକାରଙ୍କ ନିୟମାବଳୀ ଅନୁସାରେ ପିଡିତାଙ୍କ ପରିବାରକୁ ଶିଘ୍ର ପ୍ରଦାନ କରାଯିବ ବୋଲି ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା ।ରବିବାର ଦିନ ଅପରାହ୍ନ ଅଢେ଼ଇଟା ଅର୍ଥାତ୍ ଦିର୍ଘ ୨୭ ଘଣ୍ଟା ପରେ ସମାଧାନର ବାଟ ଫିଟିଥିଲା ଓ ପରିବେଶ ଶାନ୍ତ ହେବାସହ ମୃତକଙ୍କ ଶବକୁ ବ୍ୟବଛେଦ କରାଯାଇ ପରିବାରଵର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଭୋଟର ସଚେତନତା ଶିବିର

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ‘ରାଷ୍ଟ୍ରୀୟ ଆବିଷ୍କାର କାର୍ଯ୍ୟକ୍ରମରେ ୧୨୯ ସ୍କୁଲର ୧୭୭ ଜଣ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ 

masiha

ଆରଏସପି ୧୯୯୩ ବ୍ୟାଚ ଆପ୍ରେଣ୍ଟିସ ଙ୍କ ଭାବବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!