ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’-୨୦୨୫ ଉଦ୍ ଯାପିତ
ଢେଙ୍କାନାଳ: ତା.୨୯.୧୦.୨୦୨୫ ରିଖ : ନିକଟରେ ସ୍ଥାନୀୟ ପିଏମ୍ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ସଦର ବ୍ଲକ୍ର ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ସୋମବାର ଅନୁଷ୍ଠିତ ହୋଇଯାଇଅଛି। ସଦର ବ୍ଲକ୍ ଅନ୍ତର୍ଗତ ୧୭ଟି କ୍ଲଷ୍ଟର୍ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, କୁଇଜ୍, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଶୃତଲିଖନ ହସ୍ତାକ୍ଷର,ପିଏମ୍ ପୋଷଣ ସଂପର୍କୀତ ଚିତ୍ରକଳା ଶିଳ୍ପ କଳା ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସଦର ବିଇଓ ଦିବ୍ୟ ପ୍ରକାଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଦର ବିଡିଓ ରାହୁଳ ମଣ୍ଡଳ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ, ଏବିଇଓ ଦେବବ୍ରତ ନାଥ ଓ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଶିକ୍ଷୟିତ୍ରୀ ସୁନିତାବାଳା ଷଡଙ୍ଗୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ସୁରଭି କାର୍ଯ୍ୟକ୍ରମ ହେଉଛି ପିଲାଙ୍କର ପ୍ରତିଭା ପ୍ରଦର୍ଶନର ମଂଚ । ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କର ପ୍ରତିଭାକୁ ଚିହ୍ନଟ କରି ତା’ର ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଆୟୋଜିତ ପ୍ରତିଯୋଗିତାର ବିତର୍କର ବରିଷ୍ଠ ବିଭାଗରେ ଶର୍ମିଷ୍ଠା ନାୟକ,ସର୍ବବରିଷ୍ଠ ବିଭାଗରେ ଅନୁସୂୟା ରାଉତ,ସଙ୍ଗୀତର କନିଷ୍ଠ ବିଭାଗରେ ଶୀତଲ ପରିଡା, ଦିବ୍ୟାଙ୍ଗ ବିଭାଗରେ ଶିବଦତ୍ତ ସାହୁ,ବରିଷ୍ଠ
ବିଭାଗରେ ବଳରାମ ସାହୁ,ବରିଷ୍ଠ ଦିବ୍ୟାଙ୍ଗ ବିଭାଗରେ ସୌମ୍ୟାଶ୍ରୀ ସ୍ୱା ଇଁ,ସର୍ବ ବରିଷ୍ଠ ବିଭାଗରେ ଆର୍.ଶିବାଲି ପ୍ରିୟଦର୍ଶିନୀ, ଶୃତଲିଖନ ଓ ହସ୍ତାକ୍ଷରରେ ଆୟୁଷ ମୋହନ ଦାସ, ପିଏମ୍ ପୋଷଣ ଚିତ୍ରକଳାର କନିଷ୍ଠ ବିଭାଗରେ ଅମିତ୍ ବାରିକ, ଶିଳ୍ପକଳାରେ ସାଇ ସୂର୍ଯ୍ୟ ସାହୁ, ବରିଷ୍ଠ ଚିତ୍ରକଳାରେ ବିଶ୍ବଜିତ୍ ସାହୁ, ଶିଳ୍ପକଳାରେ ପୁଷ୍ପାଞ୍ଜଳି ସାହୁ, ବକ୍ତୃତା କନିଷ୍ଠ ବିଭାଗରେ ଆରତୀ ରଥ, ବରିଷ୍ଠ ବିଭାଗରେ ଶର୍ମିଷ୍ଠା ନାୟକ, ସର୍ବ ବରିଷ୍ଠ ବିଭାଗରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, କୁଇଜ୍ର କନିଷ୍ଠ ବିଭାଗରେ ଦୀପକ ଷେଣ୍ଢ, ବରିଷ୍ଠ ବିଭାଗରେ ଭାର୍ଗବ ପୃଷ୍ଟି, ସର୍ବ କନିଷ୍ଠ ବିଭାଗରେ ମିଥୁନ୍ ଦେହୁରୀ, ସୃଜନଶୀଳ ଲିଖନର କନିଷ୍ଠ ବିଭାଗରେ ସୁକାନ୍ତ ସୋରେନ୍, ବରିଷ୍ଠ ବିଭାଗରେ କୀର୍ତିପ୍ରଜ୍ଞା ସାହୁ,ସର୍ବବରିଷ୍ଠ ବିଭାଗରେ ମିନତୀ ସ୍ଵା ଇଁ, ଚିତ୍ରାଙ୍କନ କନିଷ୍ଠ ବିଭାଗରେ ଆଦିତ୍ୟ ପ୍ରସାଦ ରାଉତ, ଦିବ୍ୟାଙ୍ଗ ବିଭାଗରେ ଶୁଭମ୍ ସାହୁ, ବରିଷ୍ଠ ବିଭାଗରେ ପ୍ରିୟବ୍ରତ ମଲ୍ଲିକ, ବରିଷ୍ଠ ଦିବ୍ୟାଙ୍ଗରେ ଅନୁସୁରୁ ଲାହକ ପାନ୍, ସର୍ବବରିଷ୍ଠ ବିଭାଗରେ ସାଇପ୍ରସାଦ ନାୟକ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଣସିଂହ ଉଚ୍ଚ ବିଦ୍ୟାଳୟର ପ୍ରଜ୍ଞାସିନୀ ଓ ସାଥୀ ପ୍ରଥମସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହିତ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି । ଶିକ୍ଷକ ଦେବେନ୍ଦ୍ର କୁମାର ରାଉତ, ବିଦ୍ୟାଧର ବେହେରା, ଶୁଭ୍ରାଂଶୁ ଶେଖର ରାଉତ, ସୌରଭ ରାୟ, ବିକ୍ରମ ସେଠୀ, ପ୍ରଶାନ୍ତ କୁମାର ପଣ୍ଡା, ଦିଲ୍ଲୀପ ରାଜ, ଦିଲ୍ଲୀପ ସାହୁ, ବିଶ୍ଵରଞ୍ଜନ ଚମ୍ପତିରାୟ, ସନ୍ଦିପନୀ ଷଡଙ୍ଗୀ, ଅଭିନବ ବରାଳ, ବିକାଶ ଜେନା, ଶିକ୍ଷୟିତ୍ରୀ ପ୍ରତିମା ଦେବୀ, ଅନୁକମ୍ପା ମିଶ୍ର, ସୁଶ୍ରୀ ଶୁଭସ୍ମିତା ବେଉରା, ପଙ୍କଜିନୀ କର, କୁର୍ସିଦା ବେଗମ୍, ଅର୍ପିତାରାଣୀ ପତି, ବବିତା ସାହୁ, ସୌମିତ୍ରୀ ବିଷ୍ଣୁପ୍ରିୟା ମହାନ୍ତି ପ୍ରମୁଖ ବିଚାରକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ କୃତୀକୁ ମୂଲ୍ୟାଙ୍କନ କରିଥିଲେ । ଅପରାହ୍ନରେ ସଦର ବିଇଓ ଶ୍ରୀପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରାଧ୍ଯକ୍ଷା ଜୟନ୍ତୀ ପାତ୍ର, ସମ୍ମାନିତ ଅତିଥି ଭାବେ ଏବିଇଓ ଶତୃଘ୍ନ ଖଣ୍ଡା ଓ ଭଗବାନ ବେହେରା ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପ୍ରାରମ୍ଭରେ ପିଏମ୍ ଶ୍ରୀ ବି.ବି. ସରକାରୀ ହାଇସ୍କୁଲ୍,ଢେଙ୍କାନାଳର ଛାତ୍ରୀମାନେ ସାଗତ ସଙ୍ଗୀତ ପରିବେଷଣ କରିଥିଲେ । ଶିକ୍ଷକ ରଜନୀକାନ୍ତ ସାହୁ, ଜିତେନ୍ଦ୍ର ସାହୁ ଓ ରମା ବେହେରା ମଂଚ ସଂଚାଳନ କରିଥିବାବେଳେ ଶିକ୍ଷକ ପଂଚାନନ ସୁନ୍ଦର ପାଣି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ କାଳନ୍ଦୀ ଦେବତା, ସନ୍ତୋଷ ପଟ୍ଟନାୟକ, ବିଛନ୍ଦ ବେହେରା, ଗଦାଧର ହାତୀ,ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର, ବିଦ୍ୟାଳୟର ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ଓ ସଂସ୍କୃତ ଶିକ୍ଷକ ଦିପ୍ତିଶ କୁମାର ଶତପଥି,ବିଷ୍ଣୁ ଚରଣ ମଲ୍ଲିକ ଓ ସମସ୍ତ ସିଆର୍ସିସି ବୃନ୍ଦ ସହଯୋଗ କରିଥିଲେ ।
ଡ଼ା.ଦେବୀ ପ୍ରସାଦ ମିଶ୍ର,କାର୍ଯ୍ୟକ୍ରମ ସଂଯୋଜକ ତଥା ଅବୈତନିକ ପରାମର୍ଶଦାତା

