ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନର ଦ୍ବିତୀୟ ଦିବସ

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନର ଦ୍ବିତୀୟ ଦିବସ

ରାଉରକେଲା: ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ ର ଅଡିସନର ଦ୍ବିତୀୟ ଦିବସ ସ୍ଥାନୀୟ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଗରିମା ର ଅଧ୍ୟକ୍ଷା ନିହାରିକା ବସ୍ତିଆ, ସଭାପତି ମମତା ନାୟକ ଓ ସମ୍ପାଦିକା ଡ ସରିତା ମଲ୍ଲଙ୍କ ଆବାହକତ୍ୱରେ ଆୟୋଜିତ ଏହି ଅଡିସନ କାର୍ଯ୍ୟକ୍ରମରେ ସମାଜସେବୀ ପଓ୍ବନ ଅଗ୍ରୱାଲ , ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କାୟଲ, ଉପଦେଷ୍ଟା ରଶ୍ମିତ ସାହାଣୀ ଅତିଥି ଭାବେ ଯୋଗଦେଇଥିଲେ । ଅଡିସନରେ ଓଡ଼ିଆ ଘରର ଉଭୟ ମିଠା ଓ ଲୁଣି ଖାଦ୍ୟ ପ୍ରସ୍ତୁତି ଓ ବିଭିନ୍ନ ମଞ୍ଜି ଦ୍ବାରା ଚିତ୍ରକଳା ଝୋଟି କରାଯାଇଥିଲା। ସେହିପରି ବିଚାରକ ଭାବେପ୍ରିୟଙ୍କା ଲେଙ୍କା,ବନିତା ଭଞ୍ଜ, ବାସନ୍ତୀ ମହାରଣା ଓ ସୁପ୍ରଭା ସୂତାର ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତା ନଭେମ୍ବର ମାସ ୮ ତାରିଖରେ ଗ୍ରାଣ୍ଡ ଫିନାଲେ ର ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ମୋନାଲିସା ସାହୁ ଓ ମୈ।ସୁମୀ ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ମୁଖ୍ୟ ପୃଷ୍ଠପୋଷକ ଶଙ୍କର ଜେନା,ସୁମିତା ପଟ୍ଟନାୟକ, ପ୍ରଣତୀ ଜେନା, ରେବତୀ ବାରିକ, ଶୁଭଲକ୍ଷ୍ମୀ ପାତ୍ର, ମୀନାକ୍ଷୀ ପାଢ଼ୀ,ଲୁସି ଦାଶ,ମଞ୍ଜୁ ମେହେର,ଡ ସରିତା ମଲ୍ଲ, ସବିତା ମହାପାତ୍ର, ଦେବସ୍ମିତା ଶତପଥୀ, ଗାୟତ୍ରୀ ମହାନ୍ତି, ଲୀନା ତ୍ରିପାଠୀ, ରଶ୍ମିତା ଚୈ।ଧୁରୀ , ଶର୍ମିଲା ତ୍ରିପାଠୀ, ସସ୍ମିତା ମିଶ୍ର, ରଶ୍ମି ନାୟକ, ଶଙ୍ଖରିନା ପ୍ରଧାନ, ମୀନତି ମୋଦୀ,ଅଞ୍ଜୁ ପାଣ୍ଡେ,ବ୍ରତତୀ ପ୍ରଧାନ, ରଞ୍ଜିତା ଶତପଥୀ, ମମତା ଦାସ, ସନ୍ତୋଷୀ, ତପସ୍ଵିନୀ ପାତ୍ର, ସୁନିତା ଶ୍ରୀନିବାସନ, ବିଷ୍ଣୁପ୍ରିୟା ଦାଶ, ରଞ୍ଜିତା ନାୟ, ରିମୀ ଚକ୍ରବର୍ତ୍ତୀ,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜାମ୍ମୁ କାଶ୍ମୀରର ପହଲଗାମର ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

masiha

ଗଙ୍ଗାଧରୀୟ ଚେତନାରେ ଉଦବୁଦ୍ଧ ସିନାପାଲିରେ ଏବେ ଵି କଵି ବଞ୍ଚିଛନ୍ତି –  ଓଡିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ସାରସ୍ୱତ ସମିତିର ରାଜ୍ୟ ସ୍ତରୀୟ ସ୍ବଭାବକବି ଜୟନ୍ତୀ 

Sunil Chandra Nayak

ଧରାକୋଟ ଥାନା ଏସ ଆଇ ଙ୍କ ପଦୋର୍ଣ୍ଣତି 

Sunil Chandra Nayak

Leave a Comment

error: Content is protected !!