ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରେ ଗଲା ଜୀବନ

ବଜ୍ରପାତରେ ଗଲା ଜୀବନ

ବାଲେଶ୍ଵର,୨୬/୫/୨୪- ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ସିମୁଳିଆ ବ୍ଲକ ଅନ୍ତର୍ଗତ ମାର୍କୋଣା ପଞ୍ଚାୟତ କୁଣୀଆରୀ ଗ୍ରାମର ଗୋଲକ ଚନ୍ଦ୍ର ରାଉଳଙ୍କ ପୁତ୍ର ମାନସ କୁମାର ରାଉଳ ଆଜି ଅଚାନକ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ଏହି ଖବର ଶୁଣି ସିମୁଳିଆ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀନୀ ସୁବାସିନୀ ସାହୁ ମାର୍କୋଣା ହସ୍ପିଟାଲରେ ପହଞ୍ଚି ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ସାନ୍ତ୍ୱନା ମଧ୍ୟ ଦେଇଥିଲେ । ତାଙ୍କର ୨ ବର୍ଷର କୁନି ଝିଅଟିଏ ଅଛି । ଭଗବାନ କାହାକୁ ଏମିତି ଦୁଃଖ ନ ଦିଅନ୍ତୁ । ବିଧାୟକ ପ୍ରାର୍ଥୀନୀ ଶ୍ରୀମତୀ ସାହୁ ତାଙ୍କ ମରଶରୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ଖବର ପ୍ରଚାରିତ ପରେ ବହୁ ଲୋକ ମେଡିକାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଓ ସ୍ବତନ୍ତ୍ର ପ୍ରକଳ୍ପର ନି‌ର୍ଦ୍ଦେଶକ ଙ୍କ କୋରାପୁଟ ଗସ୍ତ

Sunil Chandra Nayak

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

masiha

ନେତୃତ୍ଵ ଉପରେ ତାଲିମ 

Sunil Chandra Nayak

Leave a Comment

error: Content is protected !!