ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଙ୍କେଶ୍ୱରୀ କ୍ଲବ ରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଲଙ୍କେଶ୍ୱରୀ କ୍ଲବ ରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଜୁନାଗଡ଼ ୧୭/୮(ମନୀସ) ୮୦ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଜୁନାଗଡ ଲଙ୍କେଶ୍ଵରୀ କ୍ଲବ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା, ଏହି ପରିପେକ୍ଷିରେ ବିଶିଷ୍ଟ ସମାଜସେବୀ ତଥା ଲଙ୍କେଶ୍ଵରୀ କ୍ଲବର ମୂଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାଏକ ମହୋଦୟ ପତାକା ଉତ୍ତୋଳନ କରିଥିଲେ । ଜୁନାଗଡ ବିଜ୍ଞାପିତ ଅଞ୍ଚଳର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ପୁଝାରୀ ମାହୋଦୟ , ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଜୁନାଗଡ ଏନଏସି ତଥା ସମାଜସେବୀ ବିଜୟ ପୂଝାରୀ ସାର୍ ସମେତ ତାଳବନ୍ଧପଡ଼ା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ କ୍ଲବର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କ୍ଲବ ସାଧାରଣ ସମ୍ପାଦକ ଶଙ୍ଖ ମହାଳିକ।କ୍ଲବର ସଭାପତି ସୁରେନ୍ଦ୍ର ସାହୁ , ଭୁପେନ୍ଦ୍ର ଦଣ୍ଡସେନା ,ଫିରୋଜ ବାରିକ, ରାଜକିଶୋର ସାହୁ,ଲୋକେଶ ନାଏକ, କମଳା ମହାନନ୍ଦ, ସୁବାସ ନାଏକ, ଚନ୍ଦ୍ର ଗୁରୁ, ତୁଳସୀ ଚଲାନ,ସଂଜୀବକୁମାର,ପ୍ରମୁଖ ସକ୍ରିୟ ସଦସ୍ୟ ଉପସ୍ଥିତ ରହି ଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗୋରୁମହିଷାଣୀ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡକ୍ରସ ଉପରେ ସଚେତନତା କାର୍ଯ୍ୟକ୍ରମ 

masiha

ନବରଙ୍ଗପୁର ଠାରେ କବି ଶ୍ରୀ ଜୟଦେବ ଙ୍କ ଜନ୍ମ ଜୟନ୍ତୀ ପାଳନ 

masiha

ଓଡ଼ିଶା ମହାଦଳିତ ପରିସଂଘ ତରଫରୁ ଉପଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!