ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୮୦ ତମ ସ୍ୱାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ 

୮୦ ତମ ସ୍ୱାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ 

ନବରଙ୍ଗପୁର:( ତା ୧୬.୮.୨୦୨୬)(ରବି ନାରାୟଣ ମହାନ୍ତି):୮୦ ତମ ସ୍ୱାଧୀନତା ଦିବସ ଅବସରରେ ଗତକାଲି ୧୫.୮.୨୦୨୬ ରିଖ ଦିନ ଜିଲ୍ଲା ପ୍ରଶାସନ ଏବଂ ଭେଟରାନ ଏକାଦଶ ମଧ୍ୟରେ ସ୍ଥାନୀୟ ନବରଙ୍ଗପୁର ଡିଗ୍ରୀ କଲେଜ ପଡ଼ିଆ ରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଦଳ ପରସ୍ପରକୁ ୧-୧ ଗୋଲ ଦେବା ଫଳରେ ମ୍ୟାଚ୍ ବିନା ପରିଣାମ ରେ ଶେଷ ହୋଇଥିଲା। ରେଫରି ଙ୍କ ନିଷ୍ପତ୍ତି ପ୍ରକାରେ ଟାଇ ବ୍ରେକର ରେ ପେନାଲଟି କିକ ଅନୁଷ୍ଠିତ ହୋଇଥିଲା। ସେଥିରେ ମଧ୍ୟ ପରସ୍ପର ସମାନ ଗୋଲ କରିଥିଲେ। ଶେଷରେ ଉଭୟ ଦଳ କୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା। ଏହା ପରେ ଅନୁଷ୍ଟିତ ପୁରଷ୍କାର ବିତରଣ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରମୋଦ ପୃଷ୍ଟି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ୍ ବର୍ମନ ଯୋଗ ଦେଇଥିଲେ। ସେହିପରି ଅନ୍ୟତମ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଯୋଗ ଦେଇଥିଲେ। ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ଖେଳର ପ୍ରତ୍ୟକ୍ଷ ଧାରାବିବରଣୀ ଦେବା ସହ ମଞ୍ଚ ସଂଯୋଜନା କରିଥିଲେ। ଉଭୟ ଦଳ କୁ ଟ୍ରଫି ପ୍ରଦାନ କରାଯାଇଥିଲା। ମ୍ୟାଚ୍ ର ଉତ୍କୃଷ୍ଟ ଖେଳାଳି ଭାବରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀଙ୍କୁ ଏକ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ସତ୍ୟଜିତ ଗାହାଣ ଧନ୍ୟବାଦ୍ ଅର୍ପଣ କରିଥିଲେ। । ଏହି କାର୍ଯ୍ୟକ୍ରମ ସଫଳ କରିବାରେ କ୍ରୀଡା ସଂଘ ର ସଦସ୍ୟ ଶଶାଙ୍କ ଶେଖର ବେହେରା ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟ ର ନିରଞ୍ଜନ ନାୟକ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଇ.ୱାଇ . ଡି. ପି.କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଟେମରି ଖେଳ ପଡିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମାଂଝରି ଦଳ ବିଜୟୀ

Sunil Chandra Nayak

ନବରଙ୍ଗପୁର ର ସୁନା ଝିଅ ମିନା ସାନ୍ତା ଭାରତର ଗର୍ବ

masiha

Leave a Comment

error: Content is protected !!