ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ଜିଲ୍ଲାର ପେନଚାକ ସିଲାଟ ଖେଳାଳିମାନ “ଷଷ୍ଠ ତମ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା ୧୬ ଟି ସ୍ବର୍ଣ୍ଣ ପଦକ, ୪ ଟି ରୌପ୍ୟ ପଦକ ଓ ୧୨ ଟି କାଁସ୍ୟ ପଦକ ମୋଟ ୩୩ଟି ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା କୁ ଗୌରବ ଆଣିଛନ୍ତି

 ନବରଙ୍ଗପୁର-(ମସିହା)ଷଷ୍ଠତମ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା ୨୬/୮/୨୦୨୩ ରୁ ୨#୭/୮/୨୦୨୩ ଦୁଇଦିନ ଧରି ଖୋର୍ଦ୍ଦା ଜିଲ୍ଲାର ବାଲୁଗାଁ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟ ର ୧୩ ଟି ଜିଲ୍ଲାର ୨୮୦ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ରୂପେ ଜଟଣୀ ବିଧାୟକ ସୁରେଶ ରାଉତରାୟ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲା ର ଖେଳାଳି ମାନେ ଏହି ପ୍ରୋତିଯୋଗିତା ରେ ନିଜ ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରି ପଦକ ହାସଲ କରିଛନ୍ତି । 

ସ୍ୱର୍ଣ୍ଣ ପଦକ —

(ପୁଅ) ଉତ୍ତମ ବେହେରା ୨ଟି, (ଝିଅ) ଶୁଭଶ୍ରୀ ୨ଟି, (ପୁଅ) ଶୁଭମ୍ ପୁରୀ ୧, (ପୁଅ) ହିମାଂଶୁ ପଟନାୟକ ୧, (ପୁଅ) ଅଖିଲେଶ ପଟ୍ଟନାୟକ ୧,(ପୁଅ) ଶିବଂସ୍ ୧, (ପୁଅ) ସାଇ ଶାଶ୍ଵତ ୧, (ପୁଅ) ଶୈଳେଶ ପଟ୍ଟନାୟକ ୨ଟି, (ପୁଅ) ବାପି ବିଶ୍ଵାସ ୨ଟି, (ପୁଅ) ମନିକଣ୍ଠା ସୋଈ ୨ଟି, 

(ଝିଅ) ପିଙ୍କି ହରିଜନ ୧

ରୌପ୍ୟ ପଦକ —

(ପୁଅ) ଅଖିଲେଶ ପଟ୍ଟନାୟକ ଗୋଟିଏ, (ପୁଅ) ଜ୍ୟୋତି ପ୍ରସାଦ ଗୋଟିଏ, (ପୁଅ) ହିମାଂଶୁ ପଟନାୟକ ଗୋଟିଏ, (ପୁଅ) (ଝିଅ) ପିଙ୍କି ହରିଜନ ୧ ,

କାଂସ୍ୟ ପଦକ —

(ପୁଅ) ଶାଶ୍ଵତ ଗୋଟିଏ, (ପୁଅ)ସିବଂସ୍ ଗୋଟିଏ, (ପୁଅ) ଏନ୍. ଭୁବନେଶ ଗୋଟିଏ, (ପୁଅ)ଶୁଭମ୍ ପୁରୀ ଗୋଟିଏ, (ପୁଅ) ପ୍ରାଷ୍ନଜୀଟ ସାମଲ ଗୋଟିଏ, (ପୁଅ)ବାପି ଗୋଟିଏ,(ପୁଅ)ମନିକଣ୍ଠା ସୋଈ ଗୋଟିଏ, (ପୁଅ)ଆୟୁଷ ତ୍ରୀପାଠୀ ଗୋଟିଏ, (ଝିଅ)ଦିମ୍ପଲ ପାତ୍ର ଗୋଟିଏ, (ପୁଅ)ହିମାଂଶୁ ପଟନାୟକ ଗୋଟିଏ, (ପୁଅ)ଅଦିତ୍ୟ ସାମନ୍ତରାୟ ଗୋଟିଏ, (ଝିଅ)ଶ୍ରୀମୟ ପାତ୍ର ଗୋଟିଏ, କୋଚ ହରିଶ ବେହେରା ଙ୍କ ଦ୍ଵାରା ପିଲାମାନେ ଖେଳି ମେଡାଲ ଆଣିଛନ୍ତି ଓ ଜିଲ୍ଲା ର ମାନସମ୍ମାନ ବଢାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ସ୍ତରିୟ କ୍ରିକେଟ ଚମ୍ପିୟାନସିପ-୨୦୨୩ ଉଦଯାପିତ

masiha

କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣ 

masiha

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!