ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନ ଜାଗରଣ ସଭା: ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଯୋଗ ଦେବେ

କନ୍ଧମାଳ:01/09/23:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶନିବାର ୨ ତାରିଖ ଦିନ ୧୧ଟା ସମୟ ରେ ସ୍ଥାନୀୟ ସଭାଗୃହ ଠାରେ ଏକ ବିରାଟ ଜନ ଜାଗରଣ ସଭା ସହ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ। କେନ୍ଦ୍ର ରେ ବିଜେପି ନେତୃତ୍ଵାଧୀନ ସରକାର ଓ ରାଜ୍ୟ ରେ ବିଜେଡି ସରକାରଙ୍କ ଭ୍ରଷ୍ଟାଚାର ଓ ଏକଛତ୍ର ବାଦ ବିରୋଧ ରେ ଏକତ୍ରିତ ହେବା ଜନ ଜାଗରଣ କରିବା କଂଗ୍ରେସ ର ଲକ୍ଷ୍ୟ ବୋଲି କନ୍ଧମାଳ ଲୋକସଭା କ୍ଷେତ୍ରର ଏଲଡିଏମ ସଂଯୋଜକ ଅମିର ଚାନ୍ଦ ନାୟକ ପ୍ରକାଶ କରିଛନ୍ତି l ଏଥିରେ ରାଜ୍ୟ ପ୍ରଭାରୀ ଚେଲା କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ସାନଖେମୁଣ୍ଡି ବିଧାୟକ ରମେଶ ଜେନା , ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, କଣ୍ଟାବାଞ୍ଜି ବିଧାୟକ,ସନ୍ତୋଷ ସିଂ ସାଲୁଜା, କନ୍ଧମାଳ ଜିଲ୍ଲା ପ୍ରଭାରୀ ଜାନକୀ ବଲ୍ଲଭ ପଟ୍ଟନାୟକ, , ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ଜିଲ୍ଲା ସଭାପତି ଅନାମ ନାୟକ, ଅମିର ଚାନ୍ଦ ନାୟକ, ପୂର୍ବତନ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ, ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ନକୁଳ ନାୟକ ପ୍ରମୁଖ ଏହି ସଭାର ଅଧ୍ୟକ୍ଷତା କରିବେ। ଜିଲ୍ଲାର ସମସ୍ତ ବ୍ଲକ ସଭାପତି, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, ମହିଳା କଂଗ୍ରେସ ସଦସ୍ୟ , ଯୁବ କଂଗ୍ରେସ ସଦସ୍ୟ, ଅନୁସୂଚିତ ଜନଜାତି, ଜାତି ବର୍ଗ ର ସଭାପତି ସମେତ ୧୦ ହଜାର ରୁ ଅଧିକ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବିଜେପି ଓ ବିଜେଡି ଦଳ ଛାଡ଼ି କଂଗ୍ରେସରେ ପ୍ରାୟ ୧ ହଜାରରୁ ଊର୍ଧ୍ଵ ଲୋକ ଯୋଗ ଦେବେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ପ୍ରସଙ୍ଗରେ ବିରୋଧୀ ରାଜନୈତିକ ଦଳ ତରଫରୁ ଜୁନ୍ ୧୨ ରାଉରକେଲା ରେଳଷ୍ଟେସନ ଆଗରେ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ

ବିଜେପି ର ମିଶ୍ରଣ ପର୍ବ                   

masiha

ତିରିଂ ବ୍ଳକର ଗଇତଈଲତଆ ପଞ୍ଚାୟତ ଏବଂ ସାନଭୁଣ୍ଡୁ ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

Leave a Comment

error: Content is protected !!