ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ବିଜୟ ଓ ଶୁଭେଚ୍ଛା ଶୋଭାଯାତ୍ରା

ରାଇରଙ୍ଗପୁରରେ ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ବିଜୟ ଓ ଶୁଭେଚ୍ଛା ଶୋଭାଯାତ୍ରା

 ମୟୂରଭଞ୍ଜ- ୭/୦୬ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେରେ ନବନିର୍ବାଚିତ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଜଲେନ ନାଏକ ଏବଂ ସାଂସଦ ନବ ଚରଣ ମାଝୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି ।ଉଭୟ ସାଂସଦ ରାଇରଙ୍ଗପୁରର ଜଗନ୍ନାଥ ମନ୍ଦିର ଏବଂ ବିଭିନ୍ନ ଦେବାଦେବୀଙ୍କ ପୀଠରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ସଂଧ୍ୟାରେ ରାଇରଙ୍ଗପୁର ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଛକରୁ ଏକ ସୁସଜ୍ଜିତ ରଥରେ ବିଧାୟକ ସାଂସଦ ଛିଡା ହୋଇ ସହର ପରିକ୍ରମା କରିଥିଲେ ।ଆତଶବାଜୀ ଓ ବାଣ ରୋଷଣୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ରାଇରଙ୍ଗପୁର ବାସୀ ।ମ୍ବ ଓ ମହିଳା ବିଜେ ନାଚରେ ମସଗୁଲ ହୋଇଥିଲେ । ରାଇରଙ୍ଗପୁର ଦୁର୍ଗାମଣ୍ଡପ ଛକ,ଗୋଲେଇ ଛକ,ବଜାର,ଫାଟକ ଛକ,ଅଁଳାଡୁବା ସମେତ ସହରର ବିଭିନ୍ନ କୋଣେ ଅନୁକୋଣେ ବିଜେପି କର୍ମୀ ମାନେ ପରିକ୍ରମା କରିଥିଲେ ।ବିଜୟ ଦୁଇ ପ୍ରାର୍ଥୀ କର ଯୋଡ଼ି ସମସ୍ତଙ୍କୁ ଶୁଭେଚ୍ଛା ଦେବା ସହ ଆଶିର୍ବାଦ ନେଇଥିଲେ । ଏଥିରେ ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ଜିଲ୍ଲା ସଂପାଦକ ମନୋଜ ଦାସ,ଶିବୁ ଅଗ୍ରୱାଲ,ବିକାଶ ମହାନ୍ତି,ବିଜୟୀ ଲକ୍ଷ୍ମୀ ମହାନ୍ତ,ଆଲୋକ ମହାନ୍ତ,ସରୋଜ ମହାନ୍ତ,ଅଭୟ ମହାନ୍ତ,ଇଂ କମଳାକାନ୍ତ ନାଏକ,ନାଣ୍ଡୁ ସାହୁ,ପିଣ୍ଟୁ ସାହୁ,ହରି ସାହୁ,ମାଧବ ମହାପାତ୍ର,ବୁଲା ପଣ୍ଡା, ସମେତ ବିଜେପି ନେତୃବୃନ୍ଦ,କର୍ମୀ,ଶୁଭେଛୁ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଯୁବ ମହିଳା ମାନେ ହାତରେ ଗେରୁଆ ପତାକା ଧରିବା ସହ ବେକରେ ଗେରୁଆ ଗାମୁଛା ଲଗାଇ,ଗେରୁଆ ପୋଷାକ ପିନ୍ଧି ଜୟଶ୍ରୀ ରାମ ନାରା ଲଗାଇ ସହର ପରିକ୍ରମା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଗଣତନ୍ତ୍ର ବଞ୍ଚାଅ ଦେଶ ବଞ୍ଚlଅ , ଫାସିବାଦ ହଟାଅ ଦେଶ ବଞ୍ଚାଅ , ଶହିଦ ମାନକଂ ସ୍ୱପ୍ନର ଭାରତ       

Sunil Chandra Nayak

କଂଗ୍ରେସର ଦାବିପତ୍ର ପ୍ରଦାନ

masiha

ରାଉରକେଲାକୁ ପୂର୍ଣ୍ଣାଙ୍ଗ ଜିଲ୍ଲା କରାଯାଉ : ଜିଲ୍ଲା କଂଗ୍ରେସ

Leave a Comment

error: Content is protected !!