ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବୈଜୟନ୍ତ ପଣ୍ଡା ଙ୍କ ବିଜୟ ଶୋଭାଯାତ୍ରା ମହା ସମାରୋହ ରେ ଅନୁଷ୍ଠିତ

ବୈଜୟନ୍ତ ପଣ୍ଡା ଙ୍କ ବିଜୟ ଶୋଭାଯାତ୍ରା ମହା ସମାରୋହ ରେ ଅନୁଷ୍ଠିତ

କେନ୍ଦ୍ରାପଡ଼ା, : -କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ବିଜୁ ପଟ୍ଟନାୟକଙ୍କ ଗଡ ଭାବେ ଖ୍ୟାତ । ଏହି ଗଡକୁ ବିଜେପି ନେତା ବୈଜୟନ୍ତ ପଣ୍ଡା ଦଖଲ କରି ଇତିହାସ ରଚନା କରିଛନ୍ତି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରୁ ଶ୍ରୀ ପଣ୍ଡା ବିଜେପି ପ୍ରାର୍ଥୀ ଭାବେ ବିପୁଳ ସଂଖ୍ୟା ରେ ବିଜୟ ଲାଭ କରିଛନ୍ତି । ସେହିପରି ଭାବେ ମହାକାଳପଡା ବିଧାୟକ ବିଜେପି ପ୍ରାର୍ଥୀ ଦୂର୍ଗା ପ୍ରସନ୍ନ ନାୟକ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟ ଲାଭ କରିଛନ୍ତି । ଏହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଆଲୋଚନା ହେଉଥ‌ିବା ବେଳେ ବିଜେପି କର୍ମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ଅବସରରେ ଆଜି ସାଂସଦ ଶ୍ରୀ ପଣ୍ଡା ଓ ଶ୍ରୀ ନାୟକ କେନ୍ଦ୍ରାପଡା ଆସି ଶ୍ରୀ ବଳଦେବଜୀୟୁଙ୍କ ଆଶୀର୍ବାଦ ନେଇଛନ୍ତି । ଅପରାହ୍ନ ୪ଟାରେ ଦୁହୁରିଆସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଶ୍ରୀ ପଣ୍ଡା ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥୂବା କାର୍ଯ୍ୟକର୍ତ୍ତାମାନେ ବିପୁଳ ସ୍ବାଗତ ସମ୍ବଦ୍ଧନା ଦେଇଥିଲେ ।ଏହାପରେ କାର୍ଯ୍ୟାଳୟଠାରୁ ବାଜା ବାଣ ଫୁଟାଇ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।ପ୍ରଥମେ ଦୁହୁରିଆଠାରୁ ବାହାରିବା ପରେ ତିନିମୁହାଣୀ,ନୂଆ ବସ୍‌ଷ୍ଟାଣ୍ଡ, ବଡହାଟ, ପୁରୁଣା ବସ୍‌ଷ୍ଟାଣ୍ଡ, କେଶପୁର ବଜାର, ସାନ୍ତ ସାହି ଦେଇ ଇଚ୍ଛାପୁର ଶ୍ରୀ ବଳଦେବଜୀୟୁଙ୍କ ମନ୍ଦିରରେ ପହଞ୍ଚେ ଶ୍ରୀ ବଳଦେବଜୀୟୁଙ୍କ ଆଶୀର୍ବାଦ ନେଇଥିଲେ । ସେଠାରେ ଶ୍ରୀ ପଣ୍ଡା ଓଡିଶାବାସୀ ଓ କେନ୍ଦ୍ରାପଡାର ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଓଡିଶାରେ ପରିବର୍ତ୍ତନ ହେବା ସହିତ କେନ୍ଦ୍ରାପଡାରେ ଶ୍ରୀ ବଳଦେବଜୀୟୁଙ୍କ ଆଶୀର୍ବାଦରୁ ପରିବର୍ତ୍ତନ ହୋଇଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିକଶିତ ଭାରତ ଗଠନ କରାଯାଉଛି, ତାହାସହିତ ଓଡିଶା ତଥା କେନ୍ଦ୍ରାପଡାକୁ ବିକଶିତ କରିବା ପାଇଁ ସାମିଲ ହେବା ।ରାସ୍ତାରେ ବିଭିନ୍ନ ସ୍ଥାନରେ ତାଙ୍କ ଶୁଭେଚ୍ଛୁମାନେ ଫୁଲ,ଚନ୍ଦନ ଦେଇ ବନ୍ଦାପନା କରିଥିଲେ । ଏହି ଶୋଭାଯାତ୍ରାରେ ଜିଲ୍ଲା ସଭାପତି କିଶୋର ପଣ୍ଡା, ପୂର୍ବତନ ସାଂସଦ ଅର୍ଜନା ନାୟକ, ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ, ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ଲୋକସଭା ସଂଯୋଜକ ସଞ୍ଜୟ ରଥ, ଜିଲ୍ଲା ମିଡିଆ ସେଲ୍ ପ୍ରମୁଖ ନେହେରୁ କୁମାର ସାହୁ, ରାଜ୍ୟ ପ୍ରବକ୍ତା ଧୂରେନ ସେନାପତି, ଦୁର୍ଯ୍ୟୋଧନ ସାହୁ, ସୁନାକର ବେହେରା, ଗଗନ ସାହୁ, ଉପିନ ରାଉତ ପ୍ରମୁଖ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ମସିହା ନିୟୁଜ!!

Related posts

ଜନ ସମର୍ଥନ ପାଇଁ କୋକସରା ବ୍ଲକରେ ବିଜେପି ସାଂସଦ ପ୍ରାର୍ଥିନୀ ମାଲବିକା କେଶରୀ ଦେଓ

masiha

ଭାରତୀୟ ଜନତା ପାର୍ଟି ନୂଆପଡା ଜିଲ୍ଲା ର  ସାମ୍ବାଦିକ ସମ୍ମିଳନୀ, ନବୀନ ଓଡ଼ିଶା ନୂଆପଡ଼ା ଜିଲ୍ଲାର ସମସ୍ୟା ନବୀନ ବାବୁଙ୍କ ଠାରୁ ଜବାବର ଆଶା 

masiha

କଳାହାଣ୍ଡି ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!