ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ଧର୍ମଗଡ ସହରାଞ୍ଚଳ ରେ ମାରାଥନ ନିର୍ବାଚନ ପ୍ରଚାର 

ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ଧର୍ମଗଡ ସହରାଞ୍ଚଳ ରେ ମାରାଥନ ନିର୍ବାଚନ ପ୍ରଚାର 

ଆଜି ଧର୍ମଗଡ ସହରାଞ୍ଚଳ ରେ ବିଜେଡ଼ି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ମାରାଥନ ପ୍ରଚାର କରିଛନ୍ତି

ଆଜି ସକାଳୁ ସେ ଧର୍ମଗଡ ସହରାଞ୍ଚଳର ତାଲପଦର ପଡା, କାଶିବହାଲ, ଭୀମଖୋଜ ପଡା, ଜଗନ୍ନାଥ ପଡା, ବସ୍ତିପଡା, କେନ୍ଦୁମୁଣ୍ଡି ପଡା, ଗୋରୁ ବଜାର ପଡା , କେବିଡି ସମେତ ବିଭିନ୍ନ ୱାର୍ଡ କୁ ତୋଫାନି ପ୍ରଚାର କରିଥିଲେ । ବିଭିନ୍ନ ସ୍ଥାନ ରେ ପଥ ପ୍ରାନ୍ତ ସଭା କରି ରାଜ୍ୟ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ସମ୍ପର୍କ ରେ ଲୋକ ମାନଙ୍କୁ କହି ନବୀନ ଓଡ଼ିଶା ଗଠନ ନିମନ୍ତେ ଆହ୍ବାନ ଦେଈ ଥିଲେ । ମୂଖ୍ୟମନ୍ତ୍ରୀ ଙ୍କ ସ୍ବପ୍ନ ର ଓଡ଼ିଶା ଗଠନ ପାଇଁ ବିଜୁ ଜନତା ଦଳ କୁ ବିପୁଳ ସଂଖ୍ୟା ରେ ଭୋଟ ଦେବା ପାଇଁ ନିବେଦନ କରି ଭୋଟ ଭିକ୍ଷା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମ ରେ ତାଙ୍କ ସହିତ ବିଜେଡ଼ି ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ବ୍ଲକ ସଭାପତି ଟିକମନ୍ ଯାଦବ,ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ହୀରା ବାଗ, ଜିଲ୍ଲା ପରିଷଦ ସଦସ୍ୟ ଗୋପିନାଥ ମହାନନ୍ଦ ଆଇନଜୀବୀ ଧୀରେନ୍ଦ୍ର ପାତ୍ର, ରାଜେନ୍ଦ୍ର ମୁନି, ଅଜିତ ସାହୁ, ଭବାନୀ ଶଙ୍କର ପଣ୍ଡା, କ୍ଷିରୋଦ ବାଗ, ଏନ୍ଏସି ସଭାପତି ମଦନ ନାଏକ, ମୁନିରାମ ମାଝୀ, ରାଜେନ୍ଦ୍ର ଭୋଇ, ଡାକେ ଲହଜଲ, ଶ୍ୟାମ ନାଗ, ଗୌର ଛତ୍ରିଆ ଙ୍କ ସମେତ ଶତାଧିକ ବିଜେଡ଼ି କର୍ଯ୍ୟକର୍ତା ପ୍ରଚାର ରେ ସାମିଲ ହୋଇ ଥିଲେ । ଏହି ଅବସର ରେ ଏକ ବାଇକ୍ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

ପ୍ରଧାନ ମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା ପ୍ରତିବାଦ ରେ ଆଜି ବିଶୋଇ ବ୍ଲକ୍ ବିଜେପି ପକ୍ଷରୁ ବିଶୋଇ ବ୍ଲକ ଘେରାଉ

Sunil Chandra Nayak

କଂଗ୍ରେସ ଦଳରେ ମିଶିଲେ କୋକସରା ବ୍ଲକ ମୂଷାପାଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ରଶ୍ମିରେଖା ରାଉତ

masiha

ଆଦିବାସୀ ବହୁଳ ଓଡ଼ିଶା ରାଜ୍ୟରେ ପେଶା ଆଇନ ଲାଗୁ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ଡ. ଭୁରିଆ

Leave a Comment

error: Content is protected !!