ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ଧର୍ମଗଡ ସହରାଞ୍ଚଳ ରେ ମାରାଥନ ନିର୍ବାଚନ ପ୍ରଚାର 

ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ଧର୍ମଗଡ ସହରାଞ୍ଚଳ ରେ ମାରାଥନ ନିର୍ବାଚନ ପ୍ରଚାର 

ଆଜି ଧର୍ମଗଡ ସହରାଞ୍ଚଳ ରେ ବିଜେଡ଼ି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ମାରାଥନ ପ୍ରଚାର କରିଛନ୍ତି

ଆଜି ସକାଳୁ ସେ ଧର୍ମଗଡ ସହରାଞ୍ଚଳର ତାଲପଦର ପଡା, କାଶିବହାଲ, ଭୀମଖୋଜ ପଡା, ଜଗନ୍ନାଥ ପଡା, ବସ୍ତିପଡା, କେନ୍ଦୁମୁଣ୍ଡି ପଡା, ଗୋରୁ ବଜାର ପଡା , କେବିଡି ସମେତ ବିଭିନ୍ନ ୱାର୍ଡ କୁ ତୋଫାନି ପ୍ରଚାର କରିଥିଲେ । ବିଭିନ୍ନ ସ୍ଥାନ ରେ ପଥ ପ୍ରାନ୍ତ ସଭା କରି ରାଜ୍ୟ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ସମ୍ପର୍କ ରେ ଲୋକ ମାନଙ୍କୁ କହି ନବୀନ ଓଡ଼ିଶା ଗଠନ ନିମନ୍ତେ ଆହ୍ବାନ ଦେଈ ଥିଲେ । ମୂଖ୍ୟମନ୍ତ୍ରୀ ଙ୍କ ସ୍ବପ୍ନ ର ଓଡ଼ିଶା ଗଠନ ପାଇଁ ବିଜୁ ଜନତା ଦଳ କୁ ବିପୁଳ ସଂଖ୍ୟା ରେ ଭୋଟ ଦେବା ପାଇଁ ନିବେଦନ କରି ଭୋଟ ଭିକ୍ଷା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମ ରେ ତାଙ୍କ ସହିତ ବିଜେଡ଼ି ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ବ୍ଲକ ସଭାପତି ଟିକମନ୍ ଯାଦବ,ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ହୀରା ବାଗ, ଜିଲ୍ଲା ପରିଷଦ ସଦସ୍ୟ ଗୋପିନାଥ ମହାନନ୍ଦ ଆଇନଜୀବୀ ଧୀରେନ୍ଦ୍ର ପାତ୍ର, ରାଜେନ୍ଦ୍ର ମୁନି, ଅଜିତ ସାହୁ, ଭବାନୀ ଶଙ୍କର ପଣ୍ଡା, କ୍ଷିରୋଦ ବାଗ, ଏନ୍ଏସି ସଭାପତି ମଦନ ନାଏକ, ମୁନିରାମ ମାଝୀ, ରାଜେନ୍ଦ୍ର ଭୋଇ, ଡାକେ ଲହଜଲ, ଶ୍ୟାମ ନାଗ, ଗୌର ଛତ୍ରିଆ ଙ୍କ ସମେତ ଶତାଧିକ ବିଜେଡ଼ି କର୍ଯ୍ୟକର୍ତା ପ୍ରଚାର ରେ ସାମିଲ ହୋଇ ଥିଲେ । ଏହି ଅବସର ରେ ଏକ ବାଇକ୍ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

ଦଶପୁର ମଣ୍ଡଳ ବିଜେପିର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନି ବୈଠକ

Sunil Chandra Nayak

ଉପ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳାହାଣ୍ଡି ଯୁବ କଂଗ୍ରେସର ଧାରଣା

ଲାଞ୍ଜିଗଡ ବ୍ଲକରେ ବିଜେଡିର ନିର୍ବାଚନୀ ସଭା, ଦଳକୁ ବିଜୟୀ କରିବାକୁ ଆହ୍ୱାନ ଦେଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

masiha

Leave a Comment

error: Content is protected !!