ରାଇରଙ୍ଗପୁର କୁଡୁମି ଭବନ ପରିସରରେ ପଶ୍ଚିମ ମୟୂରଭଂଜ ବିଜେପି ତରଫରୁ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷର ବିକାଶ କାର୍ଯ୍ୟକ୍ରମକୁ ନେଇ ସାମ୍ବାଦିକ ସମ୍ମିଳନୀ
ମୟୂରଭଂଜ- ୧୪/୦୬ — କେନ୍ଦ୍ରସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷ ସୁଶାସନ ଓ ଜନକଲ୍ଯାଣ କାର୍ଯ୍ୟକ୍ରମକୁ ଜନ ସାଧାରଣଙ୍କ ପାଖରେ ଗଣମାଧ୍ୟମ ଦ୍ଵାରା ପହଞ୍ଚାଇବା ପାଇଁ ଆଜି ପଶ୍ଚିମ ମୟୂରଭଂଜ ବିଜେପି ତରଫରୁ ଏକ ଖବର ଦାତା ସମ୍ମିଳନୀ ଜିଲ୍ଲା ସଭାପତି ଜୁରୀଲାଲ ମହାନ୍ତଙ୍କ ସଭାପତିତ୍ବରେ ସ୍ଥାନୀୟ କୁଡୁମି ଭବନରେ ପୂର୍ବାହ୍ନ ୧୧ ଘଟିକାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ସାରସକଣା ବିଧାୟକ ଭାଦବ ହାଁସଦା,ଜିଲ୍ଲା ଉପସଭାପତି ବିପିନ ମହାନ୍ତ,ଜିଲ୍ଲା ପଛୁଆ ବର୍ଗ ସଭାପତି ବିଜୁ ଗୋପାଲ ଗୋପ , ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ବିକାଶ ମହାନ୍ତ,ଵିଜେପି ଯୁବମୋର୍ଚ୍ଚା ସଭାପତି ଆଲୋକ ରଞ୍ଜନ ମହାନ୍ତ, ନଗର ବିଜେପି ସଭାପତି ସୁରଥ ପଟନାୟକ,ଜିଲ୍ଲା ଏସି ସେଲ ସଭାପତି କିଶୋର ରଜକ,ରାଇରଙ୍ଗପୁର ବ୍ଳକ ବିଧାୟକ ପ୍ରତିନିଧି ଅଶୋକ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ପ୍ରବକ୍ତା ସତ୍ୟବ୍ରତ ପଣ୍ଡା ଯୋଗ ଦେଇ ମୋଦି ସରକାରଙ୍କ ୧୧ ବର୍ଷ ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ସରକାରଙ୍କ ୧ ବର୍ଷର ସଫଳତାକୁ ଗୋଟି ଗୋଟି କରି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।ଅତିଥିଗଣ କହିଥିଲେ ମୋଦିଜୀଙ୍କ ନେତୃତ୍ଵରେ କେନ୍ଦ୍ର ସରକାର ଦିର୍ଘ ୧୧ ବର୍ଷ ହେଲା ଭାରତକୁ ଏକ ସ୍ଥିର ଓ ପ୍ରଗତିଶୀଳ ଶାସନ ଦେଇଛନ୍ତି ।ବହୁ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇ ଛନ୍ତି ।ତାଙ୍କ ନେତୃତ୍ବରେ ଭାରତ ଏକ ଚତୁର୍ଥ ଵିତ୍ତଶାଳୀ ଦେଶରେ ପରିଣତ ହୋଇଛି ।ତାଙ୍କର ଦୁରଦୃଷ୍ଟି ଓ ସୁଶାସନ ଯୋଗୁଁ ଭାରତ ସାରା ବିଶ୍ବରେ ଏକ ନିଆରା ପରିଚୟ ସୃଷ୍ଟି କରିଛି ।ମୋଦୀ ସରକାର ସିନ୍ଦୁର ସଫଳତା,ଭାରତର ପ୍ରତିରକ୍ଷା ବିଭାଗକୁ ସୁଦୃଢ କରିବା,ଆୟୂଷ୍ମାନ ଯୋଜନା,ଆଇଆଇଟି ,ଆଇଆଇଏମ୍ ଖୋଲିବା,ବିଶ୍ଵକର୍ମା ଯୋଜନା,କୃଷକ ସଶକ୍ତିକରଣ,ମହିଳା ସଶକ୍ତିକରଣ,ବନ୍ଦର ପ୍ରତିଷ୍ଠା,ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁ କରିବା,,ଖାଦ୍ୟ ସୁରକ୍ଷା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଦିଵ୍ଯାଙ୍ଗ ସଶକ୍ତିକରଣ,ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନା,ପିଏମ ଶ୍ରୀ ବିଦ୍ୟାଳୟ,ଏକଲବ୍ୟ ବିଦ୍ୟାଳୟ,ନାଇଜର,ଆଇଜର ,ଏମ୍ସ ହସ୍ପିଟାଲ,ଜନଜାତି ଗୌରବ,ବନ୍ଦର ଯୋଜନା,ରେଳ ବିକାଶ ପ୍ରଭୃତି ବହୁ ଯୋଜନା କରିଛନ୍ତି ।
ସେହିଭଳି ମୋହନ ସରକାରଙ୍କ ୧ ବର୍ଷର ବିକଶିତ ଓଡ଼ିଶା ପାଇଁ ବହୁ ଜନ କଲ୍ୟାଣ ଯୋଜନା କରିଛନ୍ତି ।ମହିଳାଙ୍କୁ ସ୍ଵାଭିମାନୀ ସହ ବଞ୍ଚିବା ପାଇଁ ସୁଭଦ୍ରା ଯୋଜନାରେ ବର୍ଷକୁ ୧୦ ହଜାର ଟଙ୍କା,ଭୂମିହୀନଙ୍କୁ ଅନ୍ତୋଦୟ ଯୋଜନାରେ ଗୃହ,ଖାଦ୍ୟ ସୁରକ୍ଷା, ପ୍ରତି ପଞ୍ଚାୟତରେଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ,ମାଧବ ସିଂ ହାତ ପାଣ୍ଠି ଖର୍ଚ,ଧାନରେ ଇନପୁଟ ସଵସିଡ ୮୦୦ ଟଙ୍କା,ଜନଶୁଣାଣୀ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ,ପ୍ରତି ପଞ୍ଚାୟତରେ ସୁଲଭମୂଲ୍ୟରେ ଚାଉଳ,ଗହମ,ତେଲ ,ଡାଲି,ଚିନି ବିତରଣ କେନ୍ଦ୍ର ଖୋଲିବା,୮୦ ବର୍ଷ ବୟସ୍କଙ୍କୁ ୩୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା,ଗ୍ରାମାଞ୍ଚଳ ପାଠାଗାର ,ହର ଘରକୁ ପାଣି ବ୍ୟବସ୍ଥା,ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବା,ଅମୃତ ପୋଖରୀ ଖନନ,ଓଡ଼ିଆରେ ସରକାରୀ ବେସରକାରୀ ଅନୁଷ୍ଠାନରେ ଓଡ଼ିଆ ଭାଷାରେ ଲେଖିବା,ପ୍ରତି ପଞ୍ଚାୟତରେ ଷ୍ଟାଡିୟମ ନିର୍ମାଣ, ଇତ୍ୟାଦି ବହୁ ଯୋଜନା ଉପରେ ଅତିଥିଗଣ ବର୍ଷ ଏକ ଉପଲବ୍ଧି ଅନେକ ଉପରେ ବଖାଣି ଥିଲେ ।ସେହିଭଳି ବାମନଘାଟୀ ଉପଖଣ୍ଡରେ ରେଳ ବିକାଶ,ଦୁଆୟଶୁଣୀ ଘାଟୀ ନିର୍ମାଣ,ବାଇଦାପୋଷୀରେ ଷ୍ଟାଡିୟମ,ଆଦିବାସୀ ରିସର୍ଚ ସେଣ୍ଟର,ସାର୍କିଟ ହାଉସ,ଅନ୍ଧ ମୂକ ବିଦ୍ୟାଳୟ,ଫୁଡ୍ ପ୍ରୋସେସିଂ ଟ୍ରେନିଂ ସେଣ୍ଟର୍,ଦାଣ୍ଡବୋଷରେ ଉଡ୍ଡାନ ଯୋଜନା,ରାଇରଙ୍ଗପୁର ରେ ବାଇପାସ୍ ନିର୍ମାଣ,ଗୋରୁମହିଷାଣୀ – ବାଙ୍ଗିରିପୋଷୀ ରେଳପଥ ନିର୍ମାଣ ପାଇଁ ଟେଣ୍ଡର,ବାଦାମ ପାହାଡ଼ – କେନ୍ଦୁଝର ରୋଡ ରେଳପଥ ସଂଯୋଗୀକରଣକୁ ତ୍ବରାନ୍ବିତ କରିବା ,ପଣ୍ଡିତ ରଘୁନାଥ ମୁର୍ମୁ ସମାଧି ସ୍ଥଳକୁ ବିକଶିତ କରିବା ଇତ୍ୟାଦି ଉପରେ ସୂଚାଇଥିଲେ ।ପରେ ରାଜ୍ୟ ବିଜେପି ପ୍ରବକ୍ତା ସତ୍ଯବ୍ରତା ପଣ୍ଡା ଗଣମାଧ୍ୟମକୁ ସରକାରଙ୍କ ବିକାଶର ଫର୍ଦ ବଖାଣି ଥିଲେ ।
ମୟୂରଭଂଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

