ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଭବନର ଶୁଭ ଉଦ୍ଘାଟନ 

ଆଦିବାସୀ ଭବନର ଶୁଭ ଉଦ୍ଘାଟନ 

ଭବାନୀପାଟଣା,୧୪|୬ — କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସ୍ଥିତ ଗଣ୍ଡ ବାନ୍ଦୋପଲା ଗ୍ରାମଠାରେ ଆଦିବାସୀ ଭବନ ଗୃହ ମାନ୍ୟବର ପ୍ରଦୀପ କୁମାର ଦିଶାରି ବିଧାୟକ ଲାଞ୍ଜିଗଡଙ୍କ କର-କମଳରେ ଶୁଭ ଉଦ୍ଘାଟନ ହୋଇଯାଇଛି ।

          ଏହି ପ୍ରତିଷ୍ଠା ଉତ୍ସବରେ ମାଳବିକା ଦେବୀ ସାଂସଦ କଳାହାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର ସେଠ୍, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷି, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ଅଧ୍ୟକ୍ଷ ଗଙ୍ଗାଧର ମାଝୀ, କଳାହାଣ୍ଡି ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ସମ୍ପାଦକ ଋତୁରାଜ ମାଝୀ ସମେତ ଆଦିବାସୀ ସମାଜର କର୍ମକର୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହିଥିବା ବେଳେ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି ସମସ୍ତ ଆଦିବାସୀ ସମାଜର କର୍ମକର୍ତା ମାନଙ୍କୁ ଉନ୍ନତି ଦିଗରେ କାମନା କରିବା ସହ ସମାଜର ଲୋକମାନେ ଏକତ୍ରିତ ହୁଅ ଏବଂ ସଂଗଠନକୁ ଆହୁରି ତୃଣମୂଳ ସ୍ତରରୁ ମଜବୁତ୍ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିବା ବେଳେ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଆଦିବାସୀ ସମାଜକୁ ତାଙ୍କ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ ।

 ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ,ବକ୍ତୃତା ପ୍ରତିଯୋଗିତା,ବୃକ୍ଷରୋପଣ,ରକ୍ତଦାନ ଓ ପୁରସ୍କାର ବିତରଣ ଉତ୍ସବ-୨୦୨୬ ଅନୁଷ୍ଠିତ 

ନନ୍ଦଘର ଠାରେ ନେତାଜୀ ଜୟନ୍ତୀ ପାଳନ 

Sunil Chandra Nayak

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ସଂସ୍କୃତ ଅଧ୍ୟୟନ କେନ୍ଦ୍ରରେ ଏକଦିବସୀୟ ସଂସ୍କୃତ ଉନ୍ମୁଖୀ କାର୍ଯ୍ୟକ୍ରମ-୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!