ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଗଣା ପି ଡି ଏସ ଚାଉଳ, ୧ ହଜାର ଟଙ୍କା ଓ ନବୀନଙ୍କ ଝୋଟି ବେଗ ନ ବାଣ୍ଟି ଆତ୍ମସାତ 

ମାଗଣା ପି ଡି ଏସ ଚାଉଳ, ୧ ହଜାର ଟଙ୍କା ଓ ନବୀନଙ୍କ ଝୋଟି ବେଗ ନ ବାଣ୍ଟି ଆତ୍ମସାତ 

ବନ୍ଧୁଗାଁ ତା ୧୭/୫/୨୪:କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାବ୍ରିବାଡି ପଞ୍ଚାୟତ ର ସମସ୍ତ ଗ୍ରାମରେ ଆଜି ପର୍ଯ୍ୟନ୍ତ କିଛି ପରିବାରଙ୍କୁ ୮ ମାସ ର ଚାଉଳ ଦିଆଯାଇ ନ ଥିବା ବେଳେ ଗତ ୪ ମାସର ପିଡିଏସ ଚାଉଳ କାହାରିକୁ ବଣ୍ଟନ ନ କରି ଆତ୍ମସାତ କରିଥିବା ଜାଣିବାକୁ ମିଳିଛି । ଏହି ପରି କି ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ପି ଇ ଓ ମାନଙ୍କ ଦ୍ଵାରା ପ୍ରତି ଖାଉଟି କାର୍ଡ ପରିବାରଙ୍କୁ ଏକ ହଜାର ଟଙ୍କା ଓ ବେଗ ବଣ୍ଟନ ପାଇଁ ଆସିଥିଲା । ଆଜି ପର୍ଯ୍ୟନ୍ତ କାହାରିକୁ ବେଗ ବଣ୍ଟନ ହୋଇ ନ ଥିବା ବେଳେ ଏକ ହଜାର ଟଙ୍କା ଅଧାରୁ ଅଧିକ ଲୋକଙ୍କୁ ଫିଙ୍ଗର ପ୍ରିଣ୍ଟ ନେଇ ନ ଥିବା କହି ବଣ୍ଟନ ହୋଇ ନଥିବା ଆମ ଗଣମାଧ୍ୟମଙ୍କୁ ଗ୍ରାମବାସି ଜଣାଉଛନ୍ତି । ଏହାର ସତ୍ୟତା ଜାଣିବା ପାଇଁ ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ତରଫରୁ ଲୋକଙ୍କ ଖାଉଟି କାର୍ଡ (ପି ଡି ଏସ) ଯାଞ୍ଚ କରିବାରୁ କିଛି ପି ଡି ଏସ କାର୍ଡ ରେ ତାରିଖ ଲେଖି ଏକ ହଜାର ଟଙ୍କା ଲେଖା ଯାଇଥିବା ବେଳେ କିଛି କାର୍ଡ ରେ ଲେଖା ଯାଇ ମଧ୍ୟ ପରିବାର ଟଙ୍କା ପାଇ ନ ଥିବା ଜଣାଇ ଛନ୍ତି । ଏହା ବାଦେ ଅନେକ ପି ଡି ଏସ କାର୍ଡ ଧାରୀ ଙ୍କ କାର୍ଡ ରେ ଟଙ୍କା ଦେବା ଲେଖା ଯାଇ ନ ଥିବା ଦେଖିବାକୁ ମିଳିଛି । ଅନେକ ପଞ୍ଚାୟତ ଗୁଡ଼ିକରେ ନିର୍ବାଚନ ପୂର୍ବରୁ ସମସ୍ତ ପି ଡି ଏସ କାର୍ଡ ଧରୀଙ୍କୁ ଚାଉଳ , ବେଗ ଓ ଏକ ହଜାର ଟଙ୍କା ବଣ୍ଟନ ହୋଇ ଥିବା ଜାଣିବାକୁ ମିଳିଛି । କିନ୍ତୁ ଏହି ପଞ୍ଚାୟତର ଗରିବ ଆଦିବାସୀ ପରିବାର ଙ୍କୁ କେଉଁ କାରଣରୁ ଚାଉଳ ଓ ବେଗ ଆଜି ପର୍ଯ୍ୟନ୍ତ ଦିଆ ଯାଇ ନ ଥିବା ବେଳେ ଅଧା ଲୋକଙ୍କୁ ଏକ ହଜାର ଟଙ୍କା ଡିଆ ଯାଇ ନାହିଁ ଏହାର ତଦନ୍ତ ହୋଇ ସଂପୃକ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଅତି ଶୀଘ୍ର ଚାଉଳ, ବେଗ ଓ ଏକ ହଜାର ଟଙ୍କା ଯୋଗାଇ ଦେବାକୁ ଗ୍ରାମବାସୀ ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି । ପଞ୍ଚାୟତକୁ ଚାଉଳ ସରକାରଙ୍କ ତରଫରୁ ଆସିଛି କି ନାହିଁ ସ୍ଥାନୀୟ ବ୍ଲକ ଖାଉଟି ବିଭାଗ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସୁନାଙ୍କୁ ଫୋନ ଜରିଆରେ ଫୋନ କରି ଚାଉଳ ପଠାଯାଇଥିବା ଆମ ଗଣମାଧ୍ୟମ ଙ୍କୁ ଜଣାଇଥିଲେ।ଭୋଟ ଦାନ ପୂର୍ବରୁ ଚାଉଳ, ବେଗ ଓ ଏକ ହଜାର ଟଙ୍କା ପାଇ ନ ଥିବା ଯୋଗୁଁ ସମସ୍ତ ଗ୍ରାମର ଗ୍ରାମବାସୀ ବିରକ୍ତ ହୋଇ ନିଜର ମତଦନ ବଦଳାଇ ଥିବା ସ୍ବୀକାର କରିଛନ୍ତି । ଏହି ପରିକି ନିର୍ବାଚନ ସନୟରେ ବିଜେଡ଼ି ପ୍ରଚାର ଗାଡ଼ିକୁ ତୀବ୍ର ବିରୋଧ କରି ଗାଁ ଭିତରକୁ ମଧ୍ୟ ପଶାଇ ଦେଇ ନ ଥିବା ଦେଖିବାକୁ ମିଳି ଥିଲା I ବେଗ ସହିତ ଏକ ହଜାର ଟଙ୍କା ସନପଲମଣ୍ଡା ଗ୍ରାମର ହୁଇକା ସିନ୍ତାଲୁ, କାଡ୍ର।କା ସାୟେ, କାଦମପିଲି ମୋହନ, କାଦମପିଲି ତାଉଟି, କଣ୍ଡାତାମରା ୱାନ, ହୁଇକା ଗୌରାମା, ହୁଇକା ସମ୍ଭାରି, ଏଣ୍ଡୂ ମିନିଅକା, ହୁଇକା ଶ୍ରୀଦେବୀ, ହୁଇକା ବିନିଷ୍କା, କାଡ୍ର।କା ପୁଲମେ, ହୁଇକା ସବିତା ଆଲଜୀଙ୍ଗ ଦେବିକା, ତାଡିଙ୍ଗୀ ବାସନ୍ତି (କାର୍ଡ ରେ ଲେଖା ଯାଇଛି କିନ୍ତୁ ଟଙ୍କା ମିଳି ନାହିଁ) ଡିମିଟିଗୁଡା ଗ୍ରାମର ମୋହନ କାଡ୍ର।କା, ମୂତେଲି କାଡ୍ରକା, ବିଜୟ କାଡ୍ରକା, କାଡ୍ରକା ବେଶୁ, ଜାଙ୍ଗିଡିବଲ୍ସା ଗ୍ରାମର ହୁଇକା ଲକ୍ଷଣ, ସାନସି ପୁଆଲା ସମେତ ଅନେକ ପରିବାର ପାଇ ନ ଥିବା କହିଛନ୍ତି । ଏହି ସମୟରେ ଗାଁର କାଡ୍ରକା ମୋହନ, ପୂତାନା କାଡ୍ରକା, କୁଶନ ତାଡିଙ୍ଗୀ, ମାଧବ ରତ୍ନାଲୁ, କାନ୍ତିଆ ହୁଇକା, ପେଣ୍ଟ। ହୁଇକା, ରତ୍ନାଲୁ ପେଣ୍ଟ।, ସେମ୍ଭୁ ହୁଇକା, ଉପସ୍ଥିତ ରହି ଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ 

masiha

ଜୁନାଗଡ଼ ଓ ଚିଲିଗୁଡ଼ାରେ ସମ୍ବିଧାନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

masiha

ଝରୀଗାଁ ଡ୍ରାଇଭର ସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ 

masiha

Leave a Comment

error: Content is protected !!