ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଭବାନୀପାଟଣା ତା ୨୦.୫.୨୦୨୪: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ , କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ଙ୍କ ସୁଚନା ଅନୁଯାୟୀ ଚଳିତ ବର୍ଷ ଜାନୁୟାରୀ ରୁ ଏପ୍ରିଲ ମଧ୍ୟରେ ୧୨୭ ଗୋଟି ରାସ୍ତା ଦୁର୍ଘଟନା ଘଟି ୭୫ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଗତବର୍ଷ ଏହି ସମୟରେ ୧୪୭ ଟି ରାସ୍ତା ଦୁର୍ଘଟନା ଘଟିଥିଲା। ଯଦିଓ ଦୁର୍ଘଟନା ହାର ଗତ ବର୍ଷ ଅପେକ୍ଷା କମିଛି କିନ୍ତୁ ମୃତ୍ୟୁହାର ଅଧିକ ରହିଛି ଏବଂ ଏହାର ମୁଖ୍ୟ କାରଣ ମଦ୍ୟପାନ କରି ଦୃତ ବେଗରେ ଗାଡ଼ି ଚଳାଇ ରାସ୍ତା ପାର୍ଶ୍ବ ବୃକ୍ଷ, ପୋଲ ବାଡ଼ , ଡିଭାଇଡର ରେ ପିଟି ହୋଇ ନିଜସ୍ବ ମୃତ୍ୟୁର ବାହାକ ହେଉଛନ୍ତି। କମିଟି ରିପୋର୍ଟ ଅନୁଯାୟୀ ଛତିଗୁଡ଼ା ରୁ ନର୍ଲା, ଛତିଗୁଡା ରୁ କିଡ଼ିଂ, ବାନେର ରୁ ଲଡୁ ଗାଁ,ଧର୍ମଗଡ ରୁ କୋକସରା ( ତାରାପୁର ), ମୁଖିଗୁଡା ରୁ ମହୁଲପାଟଣା ରାସ୍ତା ର ଆବଶ୍ୟକ ମରାମତି ଏବଂ ଯଥାଶୀଘ୍ର କାମ ସଂପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଏସ ଇ (ଆର୍ ଏଣ୍ଡ ବି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଭଳି ଭବାନୀପାଟଣା ବାଇପାସ୍ ରାସ୍ତା କାର୍ଯ୍ୟ ଅତ୍ୟନ୍ତ ଧିର ଗତିରେ ଚାଲୁଥିବାରୁ ଜିଲ୍ଲାପାଳ ଏହାର ୱାନ ୱେ ରାସ୍ତା ଶୀଘ୍ର ସଂପୂର୍ଣ୍ଣ କରି ଭାରି ଯାନ ପରିବହନ ପାଇଁ ଶୀଘ୍ର କାମ ସମାପନ କରିବାକୁ ଆର୍ ଏଣ୍ଡ ବି କୁ ନିର୍ଦ୍ଦେଶ ଦେଇଥିଲେ। କମିଟି ସଭ୍ୟ ରାସ୍ତା ଅବରୋଧ କୁ ହଟାଇବା ,ରାସ୍ତା ମରାମତି, ଅବକାରୀ ବିଭାଗର ରାସ୍ତା ପାର୍ଶ୍ଵ ଦୋକାନ ର ମାଦକ ଦ୍ରବ୍ୟ ଚଢାଉ ଓ ଜବତ,ହେଲମେଟ ଓ ସିଟ୍ ବେଲଟ୍ ବାରମ୍ବାର ଚେକିଙ୍ଗ , ଦୃତ ଗତି ଫାଇନ୍, ଦୁର୍ଘଟନା ପ୍ରବଣ ସ୍ଥାନ ଓ ମୁଖ୍ୟ ଛକ ମାନଙ୍କରେ ଟ୍ରାଫିକ ନିୟମ ଉଲଘଂନ କଲେ ସିସି ଟିଭି ଦ୍ଵାରା ଚାଲାଣ କାଟିବା, ମାଲ ପରିବହନ ଗାଡ଼ି ମାନଙ୍କରେ ଯାତ୍ରୀ ନେବା ଗାଡ଼ି କୁ ଜବତ କରିବା, ମଦ୍ୟପାନ କରି ଗାଡ଼ିଚାଳକ ଙ୍କୁ ବ୍ରେଥ ଏନାଲାଇଯର ଦ୍ବାରା ପରୀକ୍ଷା କରି ଫାଇନ୍ ଓ ଲାଇସେନ୍ସ ବାତିଲ ବ୍ୟବସ୍ଥା,ରାସ୍ତା ସଚେତନତା ଉପରେ ଗୁରୁତ୍ବ ଦେଲେ ଅନେକାଂଶରେ ଦୁର୍ଘଟନାକୁ ରୋକାଯାଇପାରିବ ବୋଲି ମତ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ ମହାବିଦ୍ୟାଳୟ ରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନ ଆବେଦନ ଓ ସଚେତନତା କ୍ୟାମ୍ପ କରିବାକୁ ଆର୍ ଟି ଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଲକ୍ଷ୍ୟ ଧାର୍ଯ୍ୟ ୪ କୋଟି ୬୬ ଲକ୍ଷ ଉପରେ ପରିବହନ ବିଭାଗ ୪ କୋଟି ୩୩ ଲକ୍ଷ ରାଜସ୍ବ ଆଦାୟ କରିଛି ଯାହାକି ୯୩ ପ୍ରତିଶତ ବୋଲି ଆର୍ ଟି ଓ ଗୃହରେ ସୂଚନା ଦେଇଥିଲେ । ଯେଉଁ ରାସ୍ତାରେ ରାସ୍ତା ନିରାପତ୍ତା ସାଇନ୍ ବୋର୍ଡ, ସତର୍କତା ବାର୍ତ୍ତା, ସୋଲାର ବ୍ଲିଙ୍କର,ଗତି ସୀମା ବୋର୍ଡ ନାହିଁ ତାହା ଲଗାଇବାକୁ ଶୀଘ୍ର ପଦକ୍ଷେପ ନେବାକୁ ଏନ୍ ଏଚ ଏବଂ ଆର୍ ବି ନିର୍ବାହୀ ଯନ୍ତ୍ରୀ ଙ୍କୁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ।ଗତ ଜାନୁୟାରୀ ରୁ ଏପ୍ରିଲ ମାସରେ ଜିଲ୍ଲାରେ ଆର୍ ଟି ଓ ଓ ପୋଲିସ ବିଭାଗ ଦ୍ଵାରା ଦୃତ ଗାଡ଼ି ଚାଳନା ପାଇଁ ୪୨୮,ବିନା ହେଲମେଟ ଓ ସିଟ୍ ବେଲ୍ଟ ଅପରାଧ ପାଇଁ ୧୨୭, ମଦ୍ୟପାନ କରି ଗାଡ଼ି ଚଳାଇବା ପାଇଁ ୧ ଜଣ ଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି।ବୈଠକରେ ଡି ପି ଏଚ ଓ, ଉପଖଣ୍ଡ ଆରକ୍ଷୀ ଅଧିକାରୀ( ସଦର) ଭବାନୀପାଟଣା, ଇ ଈ, ଏନ୍ ଏଚ, ଏ ଇ ଈ, ଆର୍ ଏଣ୍ଡ ବି, ଇ ଈ ଆର୍ ଡ଼ ବ୍ଲୁ ଡି ଭବାନୀପାଟଣା,/କେସିଙ୍ଗା,ଅବକାରୀ ଅଧିକ୍ଷକ, ଇ ଓ, ମ୍ୟୁନିସିପାଲଟି,ଭବାନୀପାଟଣା/ଏନ୍ ଏ ସି, କେସିଙ୍ଗା,କେସିଙ୍ଗା ଏବଂ ଜୁନାଗଡ ଟ୍ରକ ମାଲିକ ସଂଘ ସଭାପତି, ଓ ଏସ ଆର୍ ଟି ସି ଅଧିକାରୀ, ସଭ୍ୟ ସାମ୍ବାଦିକ ଶାନ୍ତନୁ ବେହେରା ଓ ଉମା ଶଙ୍କର କର,ଡି ଆଇ ପି ଆର୍ ଓ,ଆର୍ ଟି ଓ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଶିଶୁ ଶ୍ରମିକ ଦିବସ ପାଳିତ

masiha

ଏସ ଆଇ ଆର୍ ଉପରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ ଅନୁଷ୍ଠିତ

Sunil Chandra Nayak

ଯାଜପୁରରେ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ଉପରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!