ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡାକ୍ତର ରବୀନ୍ଦ୍ର ନାଥ ମାରାଣ୍ଡିଙ୍କ ଯୋଗଦାନ 

 ମୟୂରଭଞ୍ଜ -୦୫/୭-( ମସିହା) ମୟୁରଭଞ୍ଜ ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟର ଦିର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସ୍ଥାୟୀ ଉପଖଣ୍ଡ ଚିକିତ୍ସାଳୟରେ ପଦବୀ ଖାଲି ପଡିଥିଲା । ଡାକ୍ତର ସାଗର ନାୟକ ଏବଂ ଡାକ୍ତର ପ୍ରମୋଦ ସାହୁ ଭାରାପ୍ରାପ୍ତ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରି ଆସୁଥିଲେ । ମଙ୍ଗଳବାର ଦିନ ଅପରାହ୍ନରେ ନବ ନିଯୁକ୍ତ ଏସ ଡ଼ି ଏମ୍ ଓ ଭାବେ ଡାକ୍ତର ରବୀନ୍ଦ୍ର ନାଥ ମାରାଣ୍ଡି ଦାୟୀତ୍ବ ଗ୍ରହଣ କରିଛନ୍ତି। ସେ ଭାରପ୍ରାପ୍ତ ଏସ ଡ଼ି ଏମ୍ ଓ ଡାକ୍ତର ପ୍ରମୋଦ କୁମାର ସାହୁଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ।ନୂତନ ଏସ ଡ଼ି ଏମ୍ ଓ ଡକ୍ଟର ରବୀନ୍ଦ୍ର ନାଥ ମାରାଣ୍ଡି ଏହା ପୂର୍ବରୁ ଦେବଗଡ଼ ଜିଲ୍ଲାରେ କାର୍ଯ୍ୟରତ ଥିଲେ।ନବ ନିଯୁକ୍ତ ଡକ୍ଟର ମାରାଣ୍ଡି ତାଙ୍କ କାର୍ଯ୍ୟଭାର ଗ୍ରହଣ ସମୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ପଦାଧିକାରୀ, ଡାକ୍ତରଗଣ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ,ନର୍ସ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ ଜଣାଇଥିଲେ।ଏହି ଅବସରରେ ନୂତନ ଏସ ଡ଼ି ଏମ୍ ଓ ଡକ୍ଟର ମାରାଣ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବାମନଘାଟୀ ଉପଖଣ୍ଡ ଏକ ସହର ଦିବାସୀ ଅଧ୍ୟୁଷିତ ଅଂଚଳ ।ଏ ଅଞ୍ଚଳର ଅଂଚଳର ସହର ଠାରୁ ଦୁର୍ଗମ ଇଲାକାରେ ବସବାସ କରୁଥିବା ସମସ୍ତ ଲୋକଙ୍କୁ ଯେମିତି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇହେବ , ହସ୍ପିଟାଲ ରେ ପରିବେଶ ପ୍ରତି ସମ୍ମାନ ବେଶି ଧ୍ୟାନ ଦେବେ ।ଯେପରି ଜଣେ କେହି ସ୍ବାସ୍ଥ୍ୟ ସେବାରେ ବଂଚିତ ହେବେ ନାହିଁ ସେଥିପ୍ରତି ଧ୍ୟାନ ଦେବେ ।ବିଶେଷତଃ ମହିଳା,ଶିଶୁ ବୟସ୍କମାନଙ୍କ ସ୍ବାସ୍ଥ୍ୟ ସେବା ପ୍ରତି ସେ ଯତ୍ନଶୀଳ ହେବେ ।ତଦସହ ଡାକ୍ତରଖାନା, ଡାକ୍ତର ,ନର୍ସଏବଂ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ସେ ଏକ ଧ୍ୟାନ ଦେବେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ଡ଼ିଗ୍ରୀ ମହାିଦ୍ୟାଳୟ ଠାରେ ବିଶ୍ଵ ଏଡ଼ସ ଦିବସ ପାଳିତ

masiha

ବିଦ୍ୟୁତ ଆଘାତରେ କଳ୍ପେଶ୍ୱର ବେମାଲଙ୍କ ଗୁରୁତର ଘଟଣା ଡାକ୍ତର ଖାନାରେ ଜୀବନ ସହ ସଂଗ୍ରାମ ,  ସରକାରୀ ସହାୟତା ଶୁନ

Sunil Chandra Nayak

ସମାଜସେବୀ ସଂଗଠନ “ଲେଟସ୍ ୱାକ୍ ଟୁଗେଦର୍” ର ବୈଠକ

masiha

Leave a Comment

error: Content is protected !!