ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ସରପଞ୍ଚ ସଂଘ ଦେଲେ ଦଶ ଦଫା ଦାବି 

ତେନ୍ତୁଳିଖୁଣ୍ଟି ୦୧/୦୮/୨୩ // ନବରଙ୍ଗପୁର ଜିଲ୍ଲା ସରପଞ୍ଚ ସଂଘ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦଶ ଦଫା ଦାବୀ ପତ୍ର ଦେଇଛନ୍ତି। ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ରୂପାୟନ ରେ ସରପଞ୍ଚଙ୍କୁ ଅଣଦେଖା କରି ବ୍ଲକ ଦ୍ୱାରା କରି କର୍ମୀ ମାନେ କରିବା ନିଷ୍ପତ୍ତି ଉପରେ ରୋକ ଲଗାଇ ସରପଞ୍ଚ ଙ୍କ ଦ୍ଵାରା କାର୍ଯ୍ୟଖସଡା କରିବା। ପଞ୍ଚାୟତ କୁ ଜରୁରୀକାଳୀନ ପାଣ୍ଠି ବ୍ୟବସ୍ଥା। ରାଜ୍ୟ ଅର୍ଥ ଆୟୋଗ ପାଣ୍ଠି ବୃଦ୍ଧି କରିବା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଆର୍ଥିକ ସହାୟତା ଦୁଇ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି। ମଧୁବାବୁ ପେନସନ ଭଳି ସମସ୍ତ ଯୋଜନା ର ଆର୍ଥିକ ସହାୟତା ହାତା ହାତି ଦେବା ବ୍ୟବସ୍ଥା କରିବା। ପଂଚାୟତ କୁ ସମସ୍ତ ବିଭାଗର ପର୍ଯ୍ୟ ବେକ୍ଷଣ କରିବା ଅଧିକାର ପ୍ରଦାନ। ସମସ୍ତ ବିଭାଗର କାର୍ଯ୍ୟକ୍ରମ ପଲ୍ଲିସଭା ଓ ଗ୍ରାମ ସଭା ମାଧ୍ୟମରେ କରିବା।ସରପଞ୍ଚ ଙ୍କ ମାସିକ ପାରିତୋଷ 20 ହଜାର କୁ ବୃଦ୍ଧି ଜୀବନବୀମା ବ୍ୟବସ୍ଥା 20 ଲକ୍ଷ ପର୍ଯ୍ୟନ୍ତ କରିବା।    

ସରପଞ୍ଚ ଙ୍କୁ ଅଵସର କାଳୀନ ଭତ୍ତା 5 ହଜାର ଦେବା ବ୍ୟବସ୍ଥା ଆଦି ଦଶ ଦଫା ଦାବୀ ଜିଲ୍ଲା ପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ପ୍ରଦାନ କରିଛନ୍ତି। 23 ଜୁଲାଇରେ ଜିଲ୍ଲା ସରପଞ୍ଚ ସଙ୍ଘ ର ବୈଠକ ର ନିଷ୍ପତ୍ତି ମୁତାବକ ଏହି ଦାବୀ ପତ୍ର ଦେଇଥିବା କହିଥିଲେ ,ପନ୍ଦର ଅଗଷ୍ଟ ମଧ୍ୟରେ ପୂରଣ ନ ହେଲେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି କହିଛନ୍ତି। ପ୍ରତ୍ୟେକ ବ୍ଲକ ର ସରପଞ୍ଚ ସଙ୍ଘ ସଭାପତି ତଥା କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦିବାକର ପୂଜାରୀ , ମୋନୁରାମ ପୂଜାରୀ , ନନ୍ଦଲାଲ ମାଝୀ , ଦୟା ନନ୍ଦ ପୂଜାରୀ , ଗୋମତି ବଂଜର , ଚଇତି ଜାନୀ , ହରଲଲ ଝାଙ୍କର , ବବିତା ମାଝୀ , ସୁକୃ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁରଠାରେ ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

masiha

ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଖଇରା ଉପ ନିର୍ବନ୍ଧକଙ୍କ କାର୍ଯ୍ୟାଳୟରେ କର୍ମଚାରୀ ମରୁଡି, ଲୋକ ମାନେ ହିନସ୍ତା

masiha

Leave a Comment

error: Content is protected !!