ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁନାଇଟେଡ଼ ଚୋରଚେସ୍ ଅଫ ନବରଙ୍ଗପୁର ଡିଷ୍ଟିକ ତରଫରୁ ବିଶାଳ ରାଲି

ନବରଙ୍ଗପୁରତା (ମସିହା) ଦିନ ସକାଳ ୧୦.୩୦ ମିନିଟ ସମୟରେ ପୁରୁଣା ଜ. ଇ. ଲୁ. ମଣ୍ଡଳୀ ଠାରୁ ଏକ ବିଶାଳ ଶାନ୍ତି ପଦ ଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା l ମଣିପୁର ରାଜ୍ୟରେ ବସବାସ କରୁଥିବା ଅଧିବାସୀ ମାନଙ୍କ ଉପରେ ହେଉଥିବା ଅମାନୁଷିକ ବର୍ବରତା,ଆକ୍ରମଣ,ନାରୀ ମାନଙ୍କ ଉପରେ ହେଉଥିବା ନାରୀନିର୍ଯାତନା ବିଷୟକୁ ଆଧାର କରି ଏକ ଶାନ୍ତି ପୂର୍ଣ୍ଣ ପ୍ରତିବାଦ ପଦଯାତ୍ରା ବାହାରି ନବରଙ୍ଗପୁର ଜିଲ୍ଲାପାଳକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଉକ୍ତ ରାଜ୍ୟରେ ଶାନ୍ତି ସ୍ଥାପନ ନିମନ୍ତେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳକ ଙ୍କ ଜରିଆରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରହିତ ଙ୍କୁ ପ୍ରଦାନ କରିଥିଲେ । ଜୟପୁର ଯ, ଇ. ଲୁ. ମ ର ବିଶପ ରାଇଟ୍ ରେଭ୍ ବିଧାନ ନାୟକ, ରେଭ୍ ଅନନ୍ତ ନାଗ ସିନଟ୍ ଚେୟାରମ୍ୟାନ, ନବରଙ୍ଗପୁର ଯ, ଇ, ଲୁ,ମ ଚର୍ଚ୍ଚ ର ପରିଚାଳକ ରେଭ୍ ଯୁଝେଶ୍ୱର ନାୟକ , ସ୍ଥାନୀୟ ମହିଳା ପାଳିକା ରେଭ୍ ଏଲିଯା ବେଥେ ବାଘ, ସ୍ଥାନୀୟ ପାଳକ ରେଭ୍ ବବିଲନ ବିଶୋୟୀ ନବରଙ୍ଗପୁର ନିପା ସଂଘ ର ଜିଲ୍ଲା ସଭାପତି , ରେଭ୍ ପ୍ରଦୀପ କୁମାର ନନ୍ଦ , ରେଭ୍ ଡ଼ଃ ଖ୍ରୀଷ୍ଟଦାନ ନାଗ, ସମ୍ପାଦକ ନିପା, ଜିଲ୍ଲା ଖ୍ରୀଷ୍ଟିୟାନ ସଂଖ୍ୟାଲଘୁ ପରିଷଦ ସଭାପତି ସୁଧୀର ପାତ୍ର, ଜିଲ୍ଲା ସମ୍ପାଦକ, ରେଭ୍ ଗୌରବ କାଉଁରୀ ଦିବ୍ୟଦାନ ସୁନା ଜିଲ୍ଲା ପରିଷଦ ସଭ୍ୟ ନନ୍ଦାହାଣ୍ଡି ବ୍ଲକ, ନଗେନ୍ଦ୍ର ପଟ୍ଟନାୟକ କାଉନସିଲ ର ନବରଙ୍ଗପୁର, ଅନୀଲ ଦିନବନ୍ଧୁ ଓକିଲ, ସଂଜୟ ସୁନା ଓକିଲ, ନିରୂପରାଜ ସୁଖଦୁଲାରୀ ଙ୍କ ସଭାପତି ରେ ଖ୍ରୀଷ୍ଟିୟ ଗ୍ରାମ ପଞ୍ଚାୟତଙ୍କ ନେତୃତ୍ୱରେ ଏହି ପଦଯାତ୍ରା କରାଯାଇଥିଲା l ଏଥିରେ ନବରଙ୍ଗପୁର ଜିଲ୍ଲାରୁ ହଜାର ହଜାର ସଂଖ୍ୟା ରେ ଖ୍ରୀଷ୍ଟ ବିଶ୍ବାସୀ ବିଶ୍ବାସୀନୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ lଅନ୍ୟ ମାନଙ୍କ ମଧ୍ୟରେ ଦୟାନିଧି ସୁନା, ଅନାଦି କର ରହିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ପଣ୍ଡିତ ପଦ୍ମଭୂଷଣ ନୀଳକଣ୍ଠ ଦାସ ଙ୍କ ଜୟନ୍ତୀ ପାଳନ 

Sunil Chandra Nayak

ମଥାନୀ ନିକଟରେ ବାଇକରୁ ଖସିପଡି ଚାଳକ ଆହତ :ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ନାରୀ ସଶକ୍ତିକରଣ ଉପରେ ତାଳୁକ ଆଇନ ସେବା ସମିତି ର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!