ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ଲ୍ୟାମ୍ପ ଏମଡି ନିରାକାର ରାଉତ ନିଲମ୍ବିତ  ମଣ୍ଡିରେ ଧାନ ଦେଇ ଚାଷୀ ଟଙ୍କା ନପାଇବା ଘଟଣା

ରାଇଘର ଲ୍ୟାମ୍ପ ଏମଡି ନିରାକାର ରାଉତ ନିଲମ୍ବିତ 

ମଣ୍ଡିରେ ଧାନ ଦେଇ ଚାଷୀ ଟଙ୍କା ନପାଇବା ଘଟଣା

 ନବରଙ୍ଗପୁର/ରାଇଘର ୨୯/୫( କିରଣ ପଟ୍ଟନାୟକ ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଲ୍ୟାମ୍ପ ଘେରାଓ ଘଟଣା ଓ ଆନ୍ଦୋଳନ ପରେ ମଧ୍ୟ ମିଳିଲା ନାହିଁ ସୁଫଳ । ରାଇଘର ବ୍ଲକ ୩୪୪ ଜନ ଚାଷୀଙ୍କ ୧୪,୨୦୦ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଥିଲେ ସୁଦ୍ଧା ୪ କୋଟି ୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଚାଷୀ ଏଯାଏଁ ପାଇ ପାରି ନାହାଁନ୍ତି। ଏନେଇ ଗୁରୁବାର ଲ୍ୟାମ୍ପ ସଭାପତି ରାଇସିଂ ଗଣ୍ଡ ନିର୍ଦ୍ଦେଶକ ମାନଙ୍କୁ ଡାକି ବୈଠକ କରିଥିଲେ। ଚାଷୀଙ୍କ ଧାନ ଟଙ୍କା ନମିଳିଲେ ଜିଲା ସଦର ମହାକୁମ୍ମା ରେ ଆନ୍ଦୋଳନ ହେବ । ଚାଷୀ ରଜ ରାସ୍ତାକୁ ଓଲ୍ହାଇବେ ବୋଲି କହିଥିଲେ। ଲ୍ୟାମ୍ପ ନିର୍ଦ୍ଦେଶକ ମାନଙ୍କ ବୈଠକରେ ସଭାପତି ରାଇସିଂ ଲ୍ୟାମ୍ପ ଏମ.ଡି ନିରାକାର ରାଉତକୁ ଚିଠି ନମ୍ବର ୧୪୫/୨୦୨୫-୨୬ ଅନୁଯାୟୀ ନିଲମ୍ବିତ କରାଯାଇଥିବା କହିଛନ୍ତି । ଏହାର ନକଲ ଉମରକୋଟ କେ ସିସି ବ୍ୟାଙ୍କ ମ୍ୟାନେଜରଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। 

      ରାଇଘର ବ୍ଲକ ୩୪୪ ଜଣ ଚାଷୀ ଚଳିତ ବର୍ଷ ଖରିପ ଋତୁରେ ଧାନ ମଣ୍ଡିରେ ଧାନ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଧାନ ଟଙ୍କା ପାଇ ନାହାଁନ୍ତି । ମଣ୍ଡିରେ ଧାନ ଦେଇ ଦୀର୍ଘ ତିନି ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀ ଟଙ୍କା ପାଇ ନାହାଁନ୍ତି। ଚାଷୀ ରେଜିଷ୍ଟ୍ରସନ କରିବା ପରେ ଜାନୁଆରୀ, ଫେବୃଆରୀ ମାସରୁ ମଣ୍ଡିକୁ ଧାନ ଦେଇଥିଲେ । ଏପର୍ଯ୍ୟନ୍ତ ଟଙ୍କା ପାଇ ନାହାଁନ୍ତି, ବାରମ୍ବାର କାର୍ଯ୍ୟାଳୟ କୁ ଯାଇ ହତାଶ ହେବା ପରେ ଚାଷୀ ପୂର୍ବରୁ ଲ୍ୟାମ୍ପ ଘେରାଓ କରିଥିଲେ । ଏହି ଘଟଣାକୁ ନେଇ ଜିଲା ଏଆରସୀଏସ ଶିବ ଶଂକର ପ୍ରଧାନ , ଏସିଏସଓ ବିଷ୍ଣୁ ପ୍ରସାଦ ପ୍ରଧାନ, ପୂର୍ଣ ଚନ୍ଦ୍ର ଦାସ‌ ଓ ରାଇଘର ଯୋଗାଣ ନିରୀକ୍ଷକ ଦେବଧର ଧରୁଆ ତଦନ୍ତ କରିଥିଲେ । ଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ଅନ୍ୟ ପକ୍ଷରେ ଜିଲା କଂଗ୍ରେସ ଓ ବିଜେଡି ମଧ୍ୟ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଥିଲେ। ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରା ନଗଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ। ବର୍ତମାନ ସୁଦ୍ଧା ୩୪୪ ଜନ ଚାଷୀଙ୍କ ୧୪,୨୦୦ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଥିଲେ ସୁଦ୍ଧା ୪ କୋଟି ୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଚାଷୀ ପାଇ ପାରି ନାହାଁନ୍ତି। 

କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ

masiha

ଆମ୍ ଆଦମୀ ପାର୍ଟି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ମଣିଷ ବଦଳରେ ମେସିନ କରୁଛି କାମ

Sunil Chandra Nayak

Leave a Comment

error: Content is protected !!