ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଚିଲିଚିଲା ଠାରେ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମେଣ୍ଢା ର ମୃତ୍ୟୁ

ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଚିଲିଚିଲା ଠାରେ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମେଣ୍ଢା ର ମୃତ୍ୟୁ

 କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଚିଲିଚିଲା ଛକ ନିକଟରେ ଗୁରୁବାର ଅପରାହ୍ନ ୪ ଟା ରେ ମେଣ୍ଢା ଖାଦ୍ୟ ଅନ୍ୱେଷଣ କରୁଥିବା ବେଳେ ଚିଲିଚିଲା ବିଜୁ ଏକ୍ସପ୍ରେସ ୱେ ନିକଟରେ ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମେଣ୍ଢା ର ମୃତ୍ୟୁ ହୋଇଯାଇଛି । ଉକ୍ତ ମେଣ୍ଢା ଟି କେବିଡି ଗ୍ରାମର ମୁକୁନ୍ଦ ନାଏକ ଙ୍କ ହୋଇଥିବା ବେଳେ ସେ ଜଣେ ମେଣ୍ଢା ଚାଷୀ ଅଟନ୍ତି।ମେଣ୍ଢା ବିକ୍ରି କରି ତାଙ୍କ ପରିବାର ର ପେଟ ପୋଷଣ କରୁଥିଲେ ବୋଲି ମୁକୁନ୍ଦ କହିଛନ୍ତି । ସୂଚନା ମୁତାବକ ଦୀର୍ଘ ଦିନ ଧରି ଚିଲିଚିଲା ଗ୍ରାମରେ ଉକ୍ତ ମୁକୁଳା ଟ୍ରାନ୍ସଫର୍ମର ବିପଦ ସଙ୍କୁଳ ଅବସ୍ଥାରେ ପଡି ରହିଥିବାବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ତାର ବାଡ଼ ଦିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ମେଣ୍ଢା ର ମୃତ୍ୟୁ ବିଦ୍ୟୁତ୍ ବିଭାଗ ର ତ୍ରୁଟି ଯୋଗୁଁ ହୋଇଥିବାରୁ ପ୍ରଶାସନ ପକ୍ଷରୁ ମୁକୁନ୍ଦ ଙ୍କୁ କ୍ଷତି ପୂରଣ ଦିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଘଟଣାସ୍ଥଳକୁ ପ୍ରାଣୀ ଚିକିତ୍ସାଲୟ ତରଫରୁ ଆସି ଡାକ୍ତରୀ ମଇନା କରିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଠାରେ ଦିବ୍ୟଦର୍ଶନ ସଂଘର 37ତମ ସର୍ବଭାରତୀୟ ଦିବ୍ୟ ସମ୍ମିଳନୀ ଆୟୋଜନ 

masiha

ଗାରିଡି ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ 

masiha

ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ “ଶିଶୁମାନଙ୍କ ପାଇଁ ଦିନଟିଏ “ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!