ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକରେ ଧଳା ସୁନାର କଳା କାରବାର , ମଣ୍ଡି ସମସ୍ୟା ଯୋଗୁ କପା ଚାଷୀ ଅଭାବୀ ବିକ୍ରିର ଶିକାର

ଗୋଲାମୁଣ୍ଡା ବ୍ଲକରେ ଧଳା ସୁନାର କଳା କାରବାର ,

ମଣ୍ଡି ସମସ୍ୟା ଯୋଗୁ କପା ଚାଷୀ ଅଭାବୀ ବିକ୍ରିର ଶିକାର
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ହେଉଛି ଧଳା ସୁନା କପାର କଳା କାରବାର 

ବ୍ଲକରେ କେବଳ ଗୋଟିଏ ମାତ୍ର କପା ମଣ୍ଡି ଉଛଳା ଠାରେ ଥିବା ବେଳେ ସେଥିରେ ସପ୍ତାହକୁ ଦୁଇ ଦିନ କପା ବିକ୍ରିର ବ୍ୟବସ୍ଥା ରହିଅଛି। ବ୍ଲକ ସାରା ଉତ୍ପାଦିତ କପାର ପରିମାଣକୁ ଦେଖିଲେ ଗୋଟିଏ ମଣ୍ଡିରେ ସମସ୍ତ କପା ବିକ୍ରି କରିବା ସମ୍ଭବପର ହେଉନାହିଁ । ଏହା ସହ ଚାଷୀଙ୍କୁ ଏତେ ଦୂର କପା ବିକ୍ରି ପାଇଁ ନେଲେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେଣୁ ବିଚରା ଚାଷୀ ଦଲାଲ ପାଖରେ କମ ମୂଲ୍ୟରେ କପା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଦେଶ ବିଦେଶରେ ଗୋଲାମୁଣ୍ଡା ତଥା କଳାହାଣ୍ଡିର କପାର ବେଶ ଚାହିଦା ରହିଛି କିନ୍ତୁ ଗୋଲାମୁଣ୍ଡା ଚାଷୀ ନିଜ କଷ୍ଟ ଉପାର୍ଜିତ କପାର ଉଚିତ ପ୍ରାପ୍ୟ ପାଇପାରୁନାହିଁ | ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକର ଅନେକ ଜାଗାରେ କପା ଅମଳ ହୋଇସାରିଥିବା ବେଳେ ମଣ୍ଡି ସମସ୍ୟା ଯୋଗୁ ଚାଷୀ ଦଲାଲ ହାତକୁ କମ ମୂଲ୍ୟରେ କପାକୁ ବାଧ୍ୟ ହୋଇ ଟେକି ଦେଉଛି | ବିଗତ ଦିନ ରେ ସୁଦୂର ବାଙ୍ଗଲାଦେଶ କୁ ଗୋଲାମୁଣ୍ଡା ରୁ କପା ବିକ୍ରି ପାଇଁ ଯାଇଥିଲା କିନ୍ତୁ ଚଳିତ ବର୍ଷ ଦଲାଲ ହାତରେ ଗୋଲାମୁଣ୍ଡା ବ୍ଲକ ର କପା | ଗତ ନଭେମ୍ବର ମାସ ପହିଲାରେ ଅଦିନିଆ କଳାହାଣ୍ଡିଆ ମେଘ ସହ ଝଡ଼ ତୋଫାନ ମାଡି ଆସିବା ଯୋଗୁ ଗୋଲାମୁଣ୍ଡା ବ୍ଲକରେ କପା, ଧାନ, ପନିପରିବା ଆଦି ଚାଷର ବ୍ୟାପକ କ୍ଷୟକ୍ଷତି ଘଟିଥିଲା | ବିଚରା ଚାଷୀ କୂଳ ଆର୍ଥିକ ରୂପେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିଲେ | ସେହି ପ୍ରାକୃତିକ ଦୁର୍ବିପାକ ଯୋଗୁ ଯେତିକି ପରିମାଣରେ କପା ଉତ୍ପାଦନ ହେବା କଥା ସେତିକି ପରିମାଣରେ ଉତ୍ପାଦନ ହୋବା ସମ୍ଭବପର ଲାଗୁନାହିଁ । ଚଳିତ ବର୍ଷ ଗୋଲାମୁଣ୍ଡା ବ୍ଲକରେ ପାଖାପାଖି ୧୫ ହଜାର ୫୩୦ ହେକ୍ଟର ଚାଷ ଜମିରେ କପା ଚାଷ କରାଯାଇଛି । ବର୍ତ୍ତମାନ ଅନେକ ଚାଷୀଙ୍କ କପା ଅମଳ ହୋଇସାରିଥିବା ବେଳେ ଅନେକ ଚାଷୀ ଙ୍କ ଅମଳ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି | ଉତ୍ପାଦିତ କପାକୁ ସଞ୍ଚୟ କରି ରଖିବା ସ୍ଥାନର ଅଭାବ ଓ ମଣ୍ଡି ସମସ୍ୟା ଯୋଗୁ ଚାଷୀ ବାଧ୍ୟ ହୋଇ ଦଲାଲ ମାନଙ୍କ ପାଖରେ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି | ସୂଚନା ଅନୁଯାୟୀ ସରକାରଙ୍କ ଘୋଷଣା ଅନୁଯାୟୀ ଚଳିତ ବର୍ଷ କପାର କୁଇଣ୍ଟାଲ ପ୍ରତି ମୂଲ୍ୟ ୭ ହଜାର ୨୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଦଲାଲ ମାନେ ମାତ୍ର ୬ ହଜାର ୫୦୦ ଟଙ୍କା ରେ କପା କିଣି ବାହାର ରାଜ୍ୟକୁ ତାହାର ଚୋରା ଚାଲାଣ କରୁଛନ୍ତି । ଉତ୍ପାଦନ ପୂର୍ବରୁ ପ୍ରାକୃତିକ ଦୁର୍ବିପାକ ଦାଉ ସାଜିଥିଲା ବେଳେ ବର୍ତ୍ତମାନ ଅଭାବୀ ବିକ୍ରି ଦାଉ ସାଜିଛି । ମୁଣ୍ଡଝାଳ ତୁଣ୍ଡେମାରି ସାହୁକାରଙ୍କ ଠାରୁ ପଇସା ଧାର କରଜ କରି ଚାଷ କରିଥିବା ଚାଷୀ ଉତ୍ପାଦିତ କପାର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛି | ବର୍ତ୍ତମାନ କପା ଓ ଆଗକୁ ଧାନ ବିକ୍ରିର ସମୟ ଆସୁଛି । ସରକାର ଚାଷୀଙ୍କ ସୁବିଧା ପାଇଁ ଯେତେ ନିୟମ କାନୁନ ଓ ମାର୍ଗଦର୍ଶିକା ଜାରି କଲେ ମଧ୍ୟ ମଣ୍ଡି ବ୍ୟବସ୍ଥା, ସରକାରୀ କର୍ମଚାରୀଙ୍କ ଅପାରଗତା ଯୋଗୁ ସବୁ ଫସର ଫାଟୁଛି । ଆଉ ଏସବୁ ପ୍ରଶାସନର ନାକତଳେ ହେଉଥିଲେ ମଧ୍ୟ ଅଭାବୀ ବିକ୍ରି ରୋକିବା ପାଇଁ ପ୍ରଶାସନ ଉଚିତ ପଦକ୍ଷେପ ନେବାରେ ବିଫଳ ହେଇଛି | ଏପଟେ ଅସହାୟ ଚାଷୀ ସମୁହ ଆଗାମୀ ଦିନରେ ଅଧିକ ମଣ୍ଡି ଖୋଲିବା ସହ କପା ବିକ୍ରିର ସୁବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସାପ କାମୁଡାରେ ସାପ ଧରାଳି ଗୁରୁତର

Sunil Chandra Nayak

ବିଶୋଇ!- ମୃତ ଡ୍ରାଇଭର ପରିବାରକୁ ସୁହାନୁଭୁତିର ହାତ ବଢାଇଲେ ଡ୍ରାଇଭର ମହାସଂଘ

ଡାବୁଗାଁରେ ଦୋଳ ପୂର୍ଣ୍ଣମୀ ଓ ହୋଲି ପାଳିତ

Sunil Chandra Nayak

Leave a Comment

error: Content is protected !!