ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାରେ ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ପାଇଁ ଆନ୍ଦୋଳନ ତେଜିଲା 

ଭବାନୀପାଟଣାରେ ପ୍ରତିଶୃତି

ଭତ୍ତା ୩୦୦୦ଟଙ୍କା ପାଇଁ ଆନ୍ଦୋଳନ ତେଜିଲା 

ବିଜେପି ସରକାର ନିର୍ବାଚନ ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି କରିବା ପ୍ରତିଶୃତି ଦେଇଥିଲେ। କିନ୍ତୁ ମୋହନ ସରକାର ଗଠନର ପ୍ରଥମ ବଜେଟ୍ ରେ ୮୦ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ଯ ଏବଂ ୮୦% ଉର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ହିଁ ଭତ୍ତା ୩୫୦୦ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ। ପ୍ରତିଶୃତି ଭତ୍ତା ନ ମିଳିବାରୁ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ସହିତ ରାଜ୍ଯର ବିଭିନ୍ନ ସଂଗଠନ ତରଫରୁ ଦାବି ହେବାରୁ ସରକାର ଜାନୁଆରି ମାସରେ କେବଳ ୮୦ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ଯ ଏବଂ ୮୦% ଉର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ଭତ୍ତା ୩୫୦୦ଟଙ୍କା ପ୍ରଦାନ କଲେ । ତେଣୁ ଆଜି “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ସଦସ୍ଯ ମଧୁଲାଲ ନାଏକଙ୍କ ନେତୃତ୍ବରେ ଭବାନୀପାଟଣା ମୁନିସିପାଲିଟିର ୱାର୍ଡ ନଂ-୦୭ ଓ ୧୦ର ପାଖାପାଖି ୨୦୦ ଭତ୍ତା ହିତାଧିକାରୀଙ୍କୁ ନେଇ ଅର୍କାବାହାଲି ପଡା ଛକରେ ଏକ ସଭାର ଆଯୋଜନ ହୋଇଯାଇଅଛି । ବୈଠକରେ ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗଦାନ ଦେବା ସହ ମୋହନ ସରକାର ବଜେଟରେ ଘୋଷଣା କରିଥିବା ଭତ୍ତା ୩୫୦୦ ଟଙ୍କା ୮ମାସ ପରେ ପ୍ରଦାନ କରିବା ସ୍ୱାଗତଯୋଗ୍ୟ କିନ୍ତୁ ନିଜର ପ୍ରକୃତ ପ୍ରତିଶୃତି ପାଳନ ନ କରିବା ଦୁର୍ଭାଗ୍ଯଜନକ ବୋଲି କହିଥିଲେ। ଏଥିରେ କେବଳ ରାଜ୍ୟର ୪ଲକ୍ଷ ୧୭ହଜାର ୪୯୬ ହିତାଧିକାରୀ ଲାଭବାନ ହେବା ସହ ବାକି ୫୩ଲକ୍ଷରୁ ଉର୍ଦ୍ଧ୍ବ ଗରିବ ଓ ଅବହେଳିତ ହିତାଧିକାରୀଙ୍କୁ ଠକି ଦେଇଛନ୍ତି। ସରକାରଙ୍କ ଏହି ଆଭିମୁଖ୍ୟକୁ ତିବ୍ର ସମାଲୋଚ଼ନା କରିବା ସହ ଆଗାମୀ ଦିନରେ ବଞ୍ଚିତ ହିତାଧିକାରୀଙ୍କ ପାଇଁ ସଂଗଠନ ତରଫରୁ ତିବ୍ର ଆନ୍ଦୋଳନ କରିବ ବୋଲି ଲକ୍ଷ୍ମୀନାରାୟଣ ପଣ୍ଡା ଚେତାବନୀ ଦେଇଛନ୍ତି । ସଦସ୍ଯ ନିରୋଦ କୁମାର ରାଉତ ଓ ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ଉଦବୋଧନ ଦେବା ସମସ୍ତେ ଏକଜୁଟ ହୋଇ ନିଜର ହକ୍ ପାଇଁ ଜୋରଦାର ଲଢେଇ ହେବ ବୋଲି କହିଥିଲେ । ଏହି ବୈଠକକୁ ସଫଳ କରିବା ପାଇଁ ସଦସ୍ଯ ରଶ୍ମିତା ପାତ୍ରେ ଓ ସୌମ୍ୟରଂଜନ କର ପ୍ରମୁଖ ସହଯୋଗ କରିଥିଲେ। 

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

MP Shri Niranjan Bishi Remarks on the Jan Vishwas (Amendment of Provisions) Bill, 2025

Sunil Chandra Nayak

ବନ୍ଧୁଗାଁ ବ୍ଲକସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ 

Sunil Chandra Nayak

ରାଜ୍ୟ ସ୍ତରୀୟ ଯୋଗ ପ୍ରତି ଯୋଗିତାରେ ଭାଗନେବେ ଆଦର୍ଶ ବିଦ୍ୟାଳୟର ଛାତ୍ରୀ 

Sunil Chandra Nayak

Leave a Comment

error: Content is protected !!