ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ବିଦ୍ଯୁତ ଆଘାତରେ ଠିକା ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି ରେ ହସପିଟାଲ ପରିସର ରେ ଉତ୍ତେଜନା

ବସ୍ତା,୦୩/୦୫ :ଶୁକ୍ରବାର ଅପରାହ୍ନ ସମୟରେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ୍ ଲାଇନ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ବିଜୁଳି ଆଘାତରେ ଜଣେ ଯୁବକଙ୍କର ମୃତ୍ଯୁ ହୋଇଛି, ସୂଚନା ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ବିଦ୍ଯୁତ ମରାମତି କାମ ପାଇଁ ଏକ ଠିକା ସଂସ୍ଥା ଦାୟୀତ୍ୱ ନେଇଥିବା ବେଳେ ଆଜି ବାଲେଶ୍ବର ରଣସାହି ଅଞ୍ଚଳ ର କାଳୀଚରଣ ମାଝି ନାମକ ଜନୈକ ଯୁବକ ଠିକା ଶ୍ରମିକ ଭାବରେ ଖୁଣ୍ଟରେ ଚଢ଼ି ବିଦ୍ଯୁତ ମରାମତି କରୁଥିଲେ, ଏହି ସମୟରେ ସେ ବିଦ୍ଯୁତ ଆଘାତ ରେ ଗୁରୁତର ହୋଇଥିଲେ, ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଂଇ ବସ୍ତା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇ ଥିଲା, ତେବେ ମୃତକ ଙ୍କ ପରିବାର କ୍ଷତିପୂରଣ ଦାବି ରେ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ପରିସର ରେ ଉତ୍ତେଜନା ଦେଖା ଦେଇଛି, ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରୁଛି, ଏନେଇ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର କର୍ତ୍ତୁପକ୍ଷ ଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନି।

===============================

ଅଗ୍ନିକାଣ୍ଡ ଜଳିଗଲା ଦୁଇ ବଖରା, ଲକ୍ଷlଧିକ ଟଙ୍କାର ସମ୍ପତି ପୋଡି ପାଉଁଶ 

ବସ୍ତା,୦୩/୦୫ :ବାଲେଶ୍ୱର ଜିଲ୍ଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମରେ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଅଗ୍ନିକାଣ୍ଡ ଘଟି ଦୁଇ ଭାଇ ଇର୍ଷାତ ବକ୍ସ ଓ ରିହାତ ବକ୍ସଙ୍କର ଦୁଇ ବଖରା ଘର ଭସ୍ମଭୂତ ହୋଇଯାଇଛି l ହଠାତ ନିଆଁ ଲାଗିଯିବା ଫଳରେ ପରିବାର ଲୋକେ ଜୀବନ ବିକଳରେ ଘରୁ ବାହାରି ଆସିଥିଲେ l ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ l ମାଟିକାନ୍ଥ ଓ ଚାଳ ଛପର ଘରେ ଥିବା ସମସ୍ତ ଆସବାବପତ୍ର, ବାସନକୁସନ, ଧାନ ଚାଉଳ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି l ବସ୍ତା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ଅଗ୍ନିଵିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l

============.=================

ଭାରସାମ୍ଯ ହରାଇ ଅନ୍ଯ ଏକ ଗାଡି କୁ ପଛପଟୁ ଧକ୍କା ଦେଲା ଯାତ୍ରିବାହୀ ବସ,୩ ଯାତ୍ରୀ ଗୁରୁତର 

ବସ୍ତା,୦୨/୦୫: ଭାରସାମ୍ଯ ହରାଇ ଅନ୍ଯ ଏକ ଗାଡି କୁ ପଛପଟୁ ଧକ୍କା ଦେଲା ଯାତ୍ରିବାହୀ ବସ , ବଡ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲେ 50 ରୁ ଉର୍ଧ୍ବ ଯାତ୍ରୀ, ଦୁର୍ଘଟଣା ରେ 3 ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ର ବରୁଣଗଡିଆ ଛକ ନିକଟରେ ହୋଇଛି ଦୁର୍ଘଟଣା, ସୂଚନା ଅନୁଯାୟୀ କାଳିଆ ନନା ନାମକ ଏକ ଘରୋଇ ବସ ଗତକାଲି ରାତି ରେ ଭୁବନେଶ୍ବର ରୁ 50 ରୁ ଉର୍ଧ୍ବ ଯାତ୍ରୀ ନେଇ ପଶ୍ଚିମବଙ୍ଗ ର ଦୀଘା ଅଭିମୁଖେ ଯାଉ ଥିଲା, 60 ନମ୍ବର ଜାତୀୟ ରାଜପଥ ର ବରୁଣଗଡିଆ ଛକ ନିକଟରେ ବସ ଟି ଭାରସାମ୍ଯ ହରାଇ ଆଗରେ ଯାଉଥିବା ଅନ୍ଯ ଏକ ଅଜଣା ଗାଡି କୁ ପଛପଟୁ ଜୋର ରେ ଧକ୍କା ଦେଇଥିଲା, ଯାହା ଫଳରେ ବସ ର ଆଗ ପଟ ଭାଙ୍ଗି ଚୂରମାର ହୋଇଯାଇଛି , ବସ ର ଆଗରେ ବସିଥିବା 3 ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଅନ୍ଯ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି, ଖବର ପାଇ ଘଟଣା ସ୍ଥଳରେ ଜାତୀୟ ରାଜପଥ ପୋଲିସ ପେଟ୍ରୋଲିଂ ଭ୍ଯାନ ଏବଂ ବସ୍ତା ଥାନା ପୋଲିସ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ଯ ରେ ହସପିଟାଲ ରେ ଭର୍ତ୍ତି କରାଇବା ସହ ଅନ୍ଯ ଯାତ୍ରୀ ମାନଙ୍କୁ ଗନ୍ତବ୍ଯସ୍ଥଳକୁ ପଠାଇବା ର ବ୍ଯବସ୍ଥା କରିଛି l ଗୁରୁବାର ସକାଳ ସମୟରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛନ୍ତି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବାଲୁଗାଁ କଲେଜ ଛାତ୍ରୀ ଦୀପ୍ତି : ଅନେକ କଳା ପଦର୍ଶନ କରି ପାଇଛନ୍ତି ପ୍ରଥମ ସ୍ଥାନ !!!

Sunil Chandra Nayak

ମଣିପୁରରେ ମହିଳାଙ୍କ ପ୍ରତି ବଳାତ୍କାର ମାମଲାରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ

Sunil Chandra Nayak

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ  ଧର୍ମଗଡ ରେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଓ ମାଗଣାରେ ଔଷଧ ବିତରଣ

masiha

Leave a Comment

error: Content is protected !!