ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶିକାର ହେଉଥିବା ଜୁନାଗଡ଼ ର ୪ ଜଣ ଶ୍ରମିକ ଉଦ୍ଧlର,  ବର୍ତ୍ତମାନ ଆଉ ୨୦ ଜଣ ଶ୍ରମିକ ଠିକାଦାର ଙ୍କ କବଜାରେ 

ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶିକାର ହେଉଥିବା ଜୁନାଗଡ଼ ର ୪ ଜଣ ଶ୍ରମିକ ଉଦ୍ଧlର 

 ବର୍ତ୍ତମାନ ଆଉ ୨୦ ଜଣ ଶ୍ରମିକ ଠିକାଦାର ଙ୍କ କବଜାରେ    

ଜୁନାଗଡ଼, ତା.୩/୫ (ମ ନି ସ) କଳାହାଣ୍ଡିରେ ଥମୁନି ଦାଦନ ଦୁଃଖ । ଦାଦନ ସମସ୍ୟା ଜିଲ୍ଲାରେ ଏବେ ଉତ୍କଟ ରୂପ ଧାରଣ କରିଛି | କାମ ଅନ୍ବେଷଣ ରେ ପ୍ରତିବର୍ଷ ଜିଲ୍ଲାରୁ ବହୁସଂଖ୍ୟାରେ ଲୋକେ ଦାଦନ ଖଟିବାକୁ ଯାଇ ଅନେକ ସମସ୍ୟା ର ସମ୍ବୁଖୀନ ହେବା ସହିତ ମୃତ୍ୟୁ ବରଣ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି | ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜୁନାଗଡ଼ ସହରରେ | ହାଇଦ୍ରାବାଦକୁ କାମ କରିବାକୁ ଯାଇ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ୪ ଜଣ ଶ୍ରମିକ ଲଲୀନ ଗହୀର(୪୦), ଲଳିତା ଗହୀର(୩୫),ପିଣ୍ଟୁ ଦଳପତି(୪୦), ପୁଷ୍ପାଞ୍ଜଳି ଦଳପତି(୩୦) ନିର୍ଯ୍ୟାତନା ର ଶିକାର ହୋଇଥିଲେ | ଶେଷରେ ନିର୍ଯ୍ୟାତନା ସହି ନ ପାରି ଠିକାଦାରଙ୍କ କବଳରୁ ଲୁଚିକି ଶୁକ୍ରବାର ନିଜ ଘରକୁ ଚାଲି ଆସିଛନ୍ତି। ଘରକୁ ଚାଲି ଆସିବା ପରେ ଏହି ଘଟଣାଟି ଏବେ ଲୋକ ଲୋଚନକୁ ଆସିଛି। ସେଠାରେ ସେମାନେ କେମିତି କଷ୍ଟରେ ଜୀବନ ଯାପନ କରୁଥିଲେ ତାହାର ଦୁଃଖ କାହାଣୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଜୁନାଗଡ଼ ନଗରପାଳ ଙ୍କ ଠାରୁ ସହାୟତା ରାଶି ପାଇବା ପରେ ସେମାନେ ବସ ରେ ନିଜ ଘରକୁ ଫେରିଆସିଥିବା ୪ ଶ୍ରମିକ ପ୍ରକାଶ କରିଛନ୍ତି। ଏବେ ବି ଜୁନାଗଡ଼ ସହରର ସେଠାରେ ଆହୁରି ୨୦ ଜଣ ଶ୍ରମିକ ଠିକାଦାରଙ୍କ ପାଖରେ ବନ୍ଧା ପଡିଛନ୍ତି। ସେମାନଙ୍କୁ ଠିକାଦାର ଅନେକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି। ଗତ ୬ ମାସ ତଳେ ଦାଦନ ଖଟିବାକୁ ସେମାନେ ହାଇଦ୍ରାବାଦକୁ ଯାଇଥିଲେ। ସେଠାରେ ସେମାନେ ଏକ ଇଟାଭାଟିରେ କାମ କରୁଥିଲେ।ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବନ୍ଧାପଡିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଠିକାଦାର ପାଖରେ ବକେୟା ଥିବା ତାଙ୍କ ଟଙ୍କା ଅସୁଲ କରିବା ପାଇଁ ୪ ଶ୍ରମିକ ନିବେଦନ କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗାଳ୍ପିକ ସୁରେନ୍ଦ୍ର ନାଥ ଜେନା ଙ୍କର ପ୍ରଥମ ଗଳ୍ପ ସଙ୍କଳନ ଉନ୍ମୋଚିତ

Sunil Chandra Nayak

ହିନ୍ଦୋଳର ପୂର୍ବତନ ଫେରାର ଟ୍ରେଜେରି ଅଫିସର ଗିରଫ

Sunil Chandra Nayak

ମାଳିଗାଁ ଗ୍ରାମ ପଞ୍ଚାୟତ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!