ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ ଟ୍ରକ ମୁହାଁମୁହିଁ ଧକ୍କା ୩ ମୃତ ୬ ଗୁରୁତ୍ୱର

ଅଟୋ ଟ୍ରକ ମୁହାଁମୁହିଁ ଧକ୍କା ୩ ମୃତ ୬ ଗୁରୁତ୍ୱର 

ଥୁଆମୂଳ ରାମପୁର : ୧୯/୦୯ – (ମନିସ):- ଆଜିର ବଡ଼ ଖବର ଟ୍ରକ୍ ଅଟୋ ମୁହାଁମୁହିଁ ଧକ୍କା ୩ ମୃତ ୬ ଆହତ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ। ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କାଠକୁରା ଗ୍ରାମର ଗୋଟିଏ ପରିବାର ର ୯ ଜଣ ଲୋକ କଲମପୁର ଦେଇ ଏକ ଅଟୋ ଯୋଗେ ଧର୍ମଗଡ଼ ଛିଲପା ଗ୍ରାମ କୁ ଯାଉଥିବା ବେଳେ ଜୁନାଗଡ଼ ପଟୁ ଆସୁଥିବା ଏକ ଦୃତଗତି ଟ୍ରକ ଧକ୍କା ଦେଇଥିଲା ଅଟୋ ଟି ରାସ୍ତା କଡ଼ରେ ଓଲଟି ପଡ଼ିଥିଲା ଦୁର୍ଘଟଣା ଘଟିଥିବା ଜାଣିବା ପରେ ସ୍ଥାନୀୟ ଲୋକେ ଓ କଲମପୁର ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତା ରେ କଳମପୁର ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଆଣି ଭର୍ତ୍ତି କରାଯାଇଥିଲା ପରେ ଅଧିକ ଚିକିତ୍ସା ପାଇଁ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ହିଁ କୃଷ୍ଣ ଚନ୍ଦ୍ର ନାଏକ (୨୫) ପିତା- ମହେଶ୍ୱର ନାଏକ, ପଦୁସର ନାଏକ (୫୫) ଓ ଅମୃସର ନାଏକ (୪୫)ପିତା-ବଳି ନାଏକ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁସାରେ ଜଣାପଡିଛି ଯେ କାଠକୁର ଗ୍ରାମର ଅମୃସର ନାଏକ ନିଜ ପରିବାର ର ପଦୁସର ନାଏକ , କୃଷ୍ଣ ଚନ୍ଦ୍ର ନାଏକ , ଅମୃସର ନାଏକ, ମିଥୁନ ନାଏକ, ସୁବର୍ଣ୍ଣ ନାଏକ , ସୁଷମା ନାଏକ , କୁନ୍ତଳା ନାଏକ ଏବଂ ଜଣେ ଶିଶୁ ସନ୍ଦୀପ ନାଏକ ଏଠକି ଏକ ଅଟୋ ସହାୟତାରେ ଧର୍ମଗଡ଼ ନିକଟ ଛିଲପା ଗ୍ରାମ କୁ ପ୍ରାୟ ସକାଳ ୧୦ଟା ସମୟରେ ଯାଉଥିବା ବେଳେ ବଙ୍କାପଲା ଗ୍ରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି l

ବଳଭଦ୍ର ବାଗ ଙ୍କ ରିପୋର୍ଟ 

Related posts

ପୋଖରୀରେ ବୁଡ଼ି ପାଞ୍ଚ ବର୍ଷର ଦୁଇ ଶିଶୁଙ୍କ ମୃତ୍ୟୁ

masiha

ଓଡିଶା ସୂଚନା ଅଧିକାର ଅଭିଜlନ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

ଗରିବଙ୍କ ବନ୍ଧୁ ଅର୍ଣ୍ଣାଡା ଶଙ୍କର ଦାସ

Sunil Chandra Nayak

Leave a Comment

error: Content is protected !!