ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ: ନଵଦିନାତ୍ମକ ଶ୍ରୀ ରାମ ଚରିତ ମାନସ ପାରାୟଣ ଓ ମହାଯଜ୍ଞ ଉଦଯାପିତ

ଧର୍ମଗଡ: ନଵଦିନାତ୍ମକ ଶ୍ରୀ ରାମ ଚରିତ ମାନସ ପାରାୟଣ ଓ ମହାଯଜ୍ଞ ଉଦଯାପିତ 

ଧର୍ମଗଡ଼ ବସ୍ତିପଡା ଠାରେ ନଵଦିନାତ୍ମକ ଶ୍ରୀ ରାମ ଚରିତ ମାନସ ପାରାୟଣ ଆଜି ଉଦଯାପିତ ହୋଇଯାଇଛି । ଗତ ୧୭ ତାରିଖ ଶନିବାର ଠାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ଦିନ ପୂର୍ଣ୍ଣାହୁତି ହୋଇ ଥିଲା । ପ୍ରତ୍ୟେକ ଦିନ ସକାଳକୁ କାର୍ତ୍ତିକ ପରାୟଣ ଚାଲିଥିବା ବେଳେ ସକାଳ ନଅ ଘଣ୍ଟା ଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ରାମଚରିତ ମାନସ ପାରାୟଣ ପାଠ କରା ଯାଉ ଥିଲା । କଟାଵାଞ୍ଜି ରୁ ଗିରିଧାରୀ ସୋନି ଏଵଂ ତାଙ୍କ ଟିମ୍ ରାମାୟଣ ପାଠ କରୁଥିବା ବେଳେ ଉପେନ୍ଦ୍ର ପଣ୍ଡା ଙ୍କ ଦ୍ଵାରା କାର୍ତ୍ତିକ ମାହାତ୍ମ୍ୟ ପାଠ କରା ଯାଉଥିଲା।ବିଭିନ୍ନ ଦିବସ ରେ ରାମ ସୀତା ଵିଵାହ, ଲବ କୁଶ ଜନ୍ମ ଆଦି କାର୍ଯ୍ୟ କ୍ରମ ଧୂମଧାମରେ ପାଳିତ ହେଇଥିବା ବେଳେ ଛୋଟ ଛୋଟ ପୁଅ ଝିଅଙ୍କୁ ରାମ -ସୀତା , ଲବ- କୁଶ ଵେସ ରେ ସାଜସଜ୍ଜା କରି ସହର ପରିକ୍ରମା କରା ଯାଇ ଥିଲା । କର୍ତ୍ତା ହିସାବ ରେ ନିହାର ରଞ୍ଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ଚେତନା ସାହୁ ତୁଲାଇ ଥିଲେ । ପୂଜା କମିଟିର ସଦସ୍ୟ ରଙ୍ଗାଧର ଭୋଇ, କ୍ଷୀତିଷ ମଶ୍ରା ,ସରୋଜ ସାହୁ ,କୁମୁଦ ସାହୁ , ଗୋକୁଳ ବେହେରା, ନରସିଂହ ମଶ୍ରା ,ଗଣା ମଶ୍ରା ,ଶିବ ମାଝୀ , ପରୀକ୍ଷିତ ସୁନାମୀ ସମେତ ଧର୍ମଗତ ବସ୍ତିପଡା ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଜିଲ୍ଲା ସ୍ତରିୟ ନିଯୁକ୍ତି ମେଳା ଅନୁଷ୍ଠିତ

masiha

ବେଦାନ୍ତ କର୍ତୃପକ୍ଷଙ୍କ ଦ୍ୱାରା ଆଦିବାସୀଙ୍କ ଧରଣୀଗୁଡ଼ିକୁ ଅସମ୍ମାନ ରାସ୍ତାରେ ଧାରଣା ଦେଲେ କେନ୍ଦୁବର୍ଡି ଗ୍ରାମବାସୀ

masiha

ଜି କେ ପବ୍ଲିକ ସ୍କୁଲ ରେ ଉତ୍କଳ ଦିବସ ସହିତ ପଦନ୍ନୋତି ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!