ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଙ୍କେରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କାଙ୍କେରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ ବ୍ଲକ ଅନ୍ତର୍ଗତ କାଙ୍କେରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ କାଙ୍କେରୀ ସମିତି ସଭ୍ୟା ଜୋସ୍ନାମୟୀ ଛତ୍ରିଆ ଏବଂ ମା ଡ଼ୁମେରମୁଡେନ ଯୁବକ ସଙ୍ଘ ର ସଭାପତି, ଯୁବ ସ୍ୱେଚ୍ଛାସେବୀ ତଥା ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସଂଗଠନ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ମହେଶ୍ୱର ସୁନାନୀ ଯୋଗଦାନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l

ଏଥିରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଚିକିତ୍ସା ଅଧିକାରୀ ଡ଼ଃ ପ୍ରଦ୍ୟୁତ ରଞ୍ଜନ ସାହୁ, ଆୟୁଷ ଚିକିତ୍ସା ଅଧିକାରୀ ଡ଼ଃ ମୋନିକା ଅଗ୍ରୱାଲ, ଫାର୍ମାସି ଅଫିସର୍ ନିହାର ରଞ୍ଜନ ମେହେର, ମହିଳା ସ୍ୱାସ୍ଥ୍ୟକର୍ମୀ ତପସ୍ୱନୀ ମାଝୀ ଏବଂ ଅନ୍ୟାନ୍ୟ କର୍ମଚାରୀ ପରିଚାଳନା କରିଥିଲେ l

ପରିବେଶ କୁ ସୁସ୍ଥ ରଖିବା ପାଇଁ ଏହା ଏକ ଅଭିନଵ ପ୍ରୟାସ ବୋଳି ଅତିଥିମାନେ ତାଙ୍କର ବକ୍ତବ୍ୟ ରେ ପ୍ରଦାନ କରିଥିଲେ ଏବଂ ଏହାକୁ ଏହି ଅଞ୍ଚଳର ଅଧିବାସୀ ପ୍ରଶଂସା କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

Odisha Forest Department Sets Monthly Foot Patrolling Targets for Field Staff

Sunil Chandra Nayak

କୋଇଡ଼ା ଆପ୍ଟିଟ୍ୟୁଡ୍ ଅସେସମେଣ୍ଟ ଏବଂ କେରିଅର୍ ଗାଇଡେନ୍ସ ଲାଇଫ୍ ସ୍କିଲ୍ ସେସନ” କୋଇଡା ଡିଗ୍ରୀ କଲେଜରେ ଆୟୋଜିତ ହୋଇଯାଇଛି 

Sunil Chandra Nayak

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ତମ ବାର୍ଷିକ କ୍ରୀଡା ସମାରୋହ 

Sunil Chandra Nayak

Leave a Comment

error: Content is protected !!