କାଙ୍କେରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଧର୍ମଗଡ ବ୍ଲକ ଅନ୍ତର୍ଗତ କାଙ୍କେରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ କାଙ୍କେରୀ ସମିତି ସଭ୍ୟା ଜୋସ୍ନାମୟୀ ଛତ୍ରିଆ ଏବଂ ମା ଡ଼ୁମେରମୁଡେନ ଯୁବକ ସଙ୍ଘ ର ସଭାପତି, ଯୁବ ସ୍ୱେଚ୍ଛାସେବୀ ତଥା ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସଂଗଠନ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ମହେଶ୍ୱର ସୁନାନୀ ଯୋଗଦାନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l
ଏଥିରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଚିକିତ୍ସା ଅଧିକାରୀ ଡ଼ଃ ପ୍ରଦ୍ୟୁତ ରଞ୍ଜନ ସାହୁ, ଆୟୁଷ ଚିକିତ୍ସା ଅଧିକାରୀ ଡ଼ଃ ମୋନିକା ଅଗ୍ରୱାଲ, ଫାର୍ମାସି ଅଫିସର୍ ନିହାର ରଞ୍ଜନ ମେହେର, ମହିଳା ସ୍ୱାସ୍ଥ୍ୟକର୍ମୀ ତପସ୍ୱନୀ ମାଝୀ ଏବଂ ଅନ୍ୟାନ୍ୟ କର୍ମଚାରୀ ପରିଚାଳନା କରିଥିଲେ l
ପରିବେଶ କୁ ସୁସ୍ଥ ରଖିବା ପାଇଁ ଏହା ଏକ ଅଭିନଵ ପ୍ରୟାସ ବୋଳି ଅତିଥିମାନେ ତାଙ୍କର ବକ୍ତବ୍ୟ ରେ ପ୍ରଦାନ କରିଥିଲେ ଏବଂ ଏହାକୁ ଏହି ଅଞ୍ଚଳର ଅଧିବାସୀ ପ୍ରଶଂସା କରିଥିଲେ l