ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୂନ୍ୟ ମଣ୍ଡପ ବାବାଙ୍କ ଆର୍ଶୀବାଦ ଲାଭ କଲେ ରାଜ୍ୟ ବିଜେପି ପ୍ରବକ୍ତା

ଶୂନ୍ୟ ମଣ୍ଡପ ବାବାଙ୍କ ଆର୍ଶୀବାଦ ଲାଭ କଲେ ରାଜ୍ୟ ବିଜେପି ପ୍ରବକ୍ତା

ବାଲେଶ୍ଵର,୨୭/୧୧/୨୩ – ଆଜି ଥିଲା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ଶୂନ୍ୟ ମଣ୍ଡପ ଠାରେ ଖଇରା ସିମୁଳିଆ ଲୋକମାନଙ୍କର ମଙ୍ଗଳ କାମନା ପାଇଁ ଶୂନ୍ୟ ମଣ୍ଡପ ବାବାଙ୍କ ନିକଟରେ ବିଜେପି ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ ପାର୍ଥନା କରିଛନ୍ତି । ଶୂନ୍ୟ ମଣ୍ଡପ ବାବାଙ୍କର ଆଶ୍ରିବାଦ ପ୍ରାପ୍ତ ଲାଭ କରିଛନ୍ତି । ତତ୍ସହିତ ବିଭିନ୍ନ ସାମାଜିକ ଓ ସ୍ଵଛାସେବୀ ସଂଗଠନ ସହିତ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ଶୂନ୍ୟ ମଣ୍ଡପର ବିକାଶ କେଉଁଭଳି ଭାବେ ହୋଇପାରିବ ସେ ବିଷୟରେ ମଧ୍ୟ ବାବାଙ୍କ ସହିତ ବିଭିନ୍ନ ପ୍ରକାର ଆଲୋଚନା କରିଛନ୍ତି ପ୍ରବକ୍ତା ଶ୍ରୀଯୁକ୍ତ ଦାସ । ଏହି ସମୟରେ ତାଙ୍କ ସହିତ ସୁମନ୍ତ ଜେନା, କୁପାରି ସମିତିସଭ୍ୟ ଅକ୍ଷୟ ଜେନା, ସରପଞ୍ଚ ଜ୍ୟୋତ୍ସ୍ନାରାଣି ଦାସ, ନହଙ୍ଗ ସମିତିସଭ୍ୟ ଅଜିତ ଦାସ, ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶିକାନ୍ତ ମିଶ୍ରଙ୍କ ସମେତ ଶିଶିର ସାମଲ, ଅଜୟ ବେହେରା, ସୁବାସ ପ୍ରଧାନ, ଦିଲୀପ ପାଣ୍ଡିଆ, ରାକେଶ ପତି, ମନରଞ୍ଜନ ବେହେରା, ଗୌତମ ମୁଖୀ ପ୍ରମୁଖ ଉପସ୍ଥିତ ଥିଲେ ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମଙ୍ଗଳବାର ଛତ୍ରପୁର ପନିପରିବା ମାର୍କେଟ ବନ୍ଦ : ପୌରପରିଷଦ ବିରୁଦ୍ଧରେ ଉଠାଦୋକାନୀ ସଂଘର ଡକରା

Sunil Chandra Nayak

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଶୋକ

Sunil Chandra Nayak

ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!