ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତରେ ଉତ୍ତୋଳନ ହୋଇପାରିଲାନି ତ୍ରିରଙ୍ଗା ପତାକା, ଥାନାରେ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ନବରଙ୍ଗପୁର–(ମସିହା) ଅଗଷ୍ଟ ପନ୍ଦର କହିଲେ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ମନରେ ଖୁସିର ଲହରୀ ସ୍ରୁଷ୍ଟି କରିଥାଏ l ୭୭ ବର୍ଷ ପୂର୍ବେ ଦେଶ ପରାଧୀନତା ଦେଇ ଗତି କରୁଥିବା ବେଳେ ଦେଶର ଅଗଣିତ କ୍ରାନ୍ତିକାରୀ ମହା ପୁରୁଷ ଇଂରେଜ ଙ୍କ ବିରୋଧରେ ଲଢ଼େଇ କରି ଚାବୁକ, ଲାଠି, ଗୁଳି ମାଡ ଖାଇ ଦେଶମାତୃକାର ରକ୍ଷା ପାଇଁ ଇଂରେଜଙ୍କ କବଳରୁ ମୁକ୍ତି ପାଇଁ ଅଗଣିତ ମହାପୁରୁଷ ତଥା କ୍ରାନ୍ତିକାରୀ ମାନେ ନିଜ ଜୀବନ ଯୌବନ କୁ ବଳିଦାନ ଦେଇ ଦେଶ ସ୍ଵାଧୀନତା କରାଇଥିଲେ l ଏହି ଦିବସକୁ ପାଳନ କରିବା ପାଇଁ ସ୍କୁଲ, କଲେଜ, ସମସ୍ତ ସରକାରୀ, ବେସରକାରୀ ସ୍ଥାନରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଶହୀଦ ମାନଙ୍କ ସ୍ମୃତି ଚାରଣ କରାଯାଇଥାଏ l ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପାଇଁ ଆଡମ୍ବର ସହକାରେ ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ତାହା ବ୍ୟତିକ୍ରମ ଗୋଟିଏ ଗ୍ରାମ ପଞ୍ଚାୟତ ରେ ଦେଖା ଦେଇଛି l ତାହା ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅଧିନରେ ଥିବା ଇଚ୍ଛାପୁର ଗ୍ରାମ ପଞ୍ଚାୟତରେ ଦେଶର ଗର୍ବ ଗୌରବ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇ ନାହିଁ l ପଞ୍ଚାୟତ ଅଧିକାରୀ ସ୍ଵାଧୀନତା ଦିବସ ପାଳନ କରିବା କ୍ଷେତ୍ରରେ କୁଣ୍ଠାବୋଧ କରୁଛନ୍ତି କହିକି?

ଏନେଇ ଝରିଗାଁ ଥାନାରେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ସରପଞ୍ଚ ଙ୍କ ନାମରେ ଏତଲା ଦେଇଛନ୍ତି ଉକ୍ତ ଗ୍ରାମ ପଞ୍ଚାୟତ ର ୱାର୍ଡ ସଭ୍ଯ ତୁଳାରାମ ଜାନି l ହେଲେ ସ୍ଵାଧୀନତା ଦିବସ ପାଳନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାଳନ ନ କରିବା ଉଦ୍ଦେଶ୍ଯ କ’ଣ ହୋଇପାରେ?

କାହିଁକି ଅଧିକାରୀ ସ୍ଵାଧୀନତା ଦିବସ ପାଳନ କରିବା ପାଇଁ ସ୍ଵାଧୀନତା ଦିବସ ଦିନ ପଞ୍ଚାୟତ କାର୍ଯ୍ୟାଳୟ କୁ ଆସିଲେ ନାହିଁ କ’ଣ ଅସୁବିଧା ଥିଲା l ସ୍ଵାଧୀନତା ଦିବସ ପାଳନ କରିବା ପାଇଁ ଗ୍ରାମ ପଞ୍ଚାୟତ ଅଧିକାରୀ, କର୍ମଚାରୀ ମାନେ କାର୍ଯ୍ୟାଳୟ କୁ ଆସିଲେ ନାହିଁ l ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରି ବୁଝିବା ପରେ ସେ ଏହି ଘଟଣା ଉପରେ ଅବଗତ ନ ଥିବା କହିଥିଲେ l ଘଟଣା ଜାଣିବା ପରେ ଦୋଷୀଙ୍କ ବିରୋଧରେ କ’ଣ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଦେଖିବାକୁ ବାକି ରହିଲା l ଅନ୍ୟ ପଟେ ଝରିଗାଁ ଥାନା ଅଧିକାରୀ ଙ୍କ ଅନୁପସ୍ଥିତିରେ ଡି ସି ଓ ତଥା ଏସ୍ ଆଇ ଉମାକାନ୍ତ ସାହୁ ଏତଲା ଗ୍ରହଣ କରି ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି l

ଜାତୀୟ ପତାକା କୁ ସମ୍ପୂର୍ଣ୍ଣ ଭାବେ ଅବମାନନା କରାଯାଇ ଥିବାରୁ ଦୋଷୀ ମାନଙ୍କ ଉପରେ ତୁରନ୍ତ ଦଣ୍ଡ ବିଧାନ କରାଯିବାକୁ ବୁଦ୍ଧିଜିବୀ ମହଲରେ ଦୃଢ଼ ଦାବୀ ହେଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ରେ ଧର୍ମପ୍ରାଣ ବ୍ୟକ୍ତି ବିଷ୍ଣୁ ପ୍ରସାଦ ଜେନାଙ୍କ ଦେହାନ୍ତରେ ଗଭୀର ଶୋକ

masiha

ରାଇରଙ୍ଗପୁରରେ ଦୁଇ ଦିବସୀୟ ଜାତୀୟ ହୋ ଲେଖକ ଓ କବି ସମ୍ମିଳନୀ- ୨୦୨୩ 

Sunil Chandra Nayak

କେନ୍ଦ୍ର ମୋଦୀ ସରକାର ଙ୍କ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବିରୁଦ୍ଧରେ ସି ଆଇ ଟି ୟୁ ର ଶ୍ରମିକ କନଭେନସନ 

masiha

Leave a Comment

error: Content is protected !!