ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷକ ତାଲିମ୍ ଶିବିର ଅନୁଷ୍ଠିତ

 ବୌଦ୍ଧ -୧୯/୦୮- ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ, ବ୍ଲକ୍ ନିଳକଣ୍ଠେଶ୍ବର କୃଷକ ଉତ୍ପlଦକ କମ୍ପାନୀ କୁମରକେଲିଠାରେ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପରମାନନ୍ଦ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମନମୁଣ୍ଡା ସରପଞ୍ଚ ସୁଶ୍ରୀ ରଞ୍ଜୁ ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ଏଥିରେ ସୋନପୁର ଗ୍ଲୋବାଲ ଗ୍ରିନ ସେକ୍ରେଟାରି ସମ୍ବିତ ନନ୍ଦ ଚାଷର ଉନ୍ନତ ପ୍ରଣାଳୀ ରେ କେମିତି ଚାଷ କରି ଚାଷୀ ଲାଭବାନ ହେବେ ସେ ବିଷୟରେ ବୁଝାଇଥିଲେ । କମ୍ପାନୀର ସିଇଓ ସବ୍ଯସାଚୀ କର୍ଣ୍ଣ ୩୦ ଜଣ ଚାଷୀଙ୍କୁ ତାଲିମ ଦେଇଥିଲେ । ଚାଷକୁ ଆମେ ବିକ୍ରୟ କରି କେମିତି ଲାଭବାନ ହେବା ଓ ଠିକ୍ ଦରରେ ଆମ କମ୍ପାନୀରୁ ଧାନ ବିହନ, କୀଟନାଶକ ଔଷଧ,ସାର ମିଳିବ ତାହା ଆଲୋଚନା ହୋଇଥିଲା । ସମାଜସେବୀ ମୁକ୍ତେଶ୍ବର ପ୍ରଧାନ,, ବ୍ଳକ କୋଡିନେଟର ଆଶିଷ ବିଶ୍ବାଳ ଓ ଆଖପାଖର କୃଷକ ବନ୍ଧୁମାନେ ଉପସ୍ଥିତ ରହିଥିଲେ । ଶେଷରେ ଚାଷୀ ନେତା ଅକୁର ପ୍ରଧାନ ଧନ୍ଯବାଦ ଦେଇଥିଲେ ।    

ବୌଦ୍ଧ ରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ସମ୍ବିଧାନ ଦିବସ ପାଳିତ

masiha

ବନ୍ଧୁଗାଁ ବ୍ଲକରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି 

masiha

ପଞ୍ଚାୟତ ସମିତି ପରିସରରେ “ସୁଭଦ୍ରା ମିଶନ ଶକ୍ତି କାଫେ” ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!