ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାଙ୍କ କୁ ନେଉଥିବା ଟଙ୍କା ପିକଅପ ଭ୍ୟାନ ଦୃଘଟଣା ଗ୍ରସ୍ତ ,ଅଳ୍ପକେ ବଞ୍ଚିଲେ ୪ଜଣ ବ୍ୟାଙ୍କ କର୍ମଚାରୀ

କାମାକ୍ଷାନଗର -(ମନିସ )19/8/23// ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଭଦଳିଆ ସାହି ନିକଟସ୍ଥ ବିଦେଶୀ ମଦ ଦୋକାନ ନିକଟରେ ଏକ ଟଙ୍କା ବୋଝେଇ ଭ୍ୟାନ ଗାଡ଼ି ନମ୍ବର OR 02B063118 ଗଡ ପଳାସୁଣି ଷ୍ଟେଟ୍ ବ୍ୟାଙ୍କ କୁ ନେଉ ଥିବା ବେଳେ ଗାଡ଼ି ଆକସ୍ମିତ ଭାରସମ୍ୟ ହରାଇ ଏକ ଲାଇନ୍ ଖୁଣ୍ଟ ରେ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଟଙ୍କା ଗୋଡ଼ିକୁ ଗଡ ପଳାସୁଣି ଷ୍ଟେଟ୍ ବ୍ୟାଙ୍କ କୁ ପଠାଇ ଥିଲେ । ସ୍ଥାନୀୟ ଲୋକ ଅଭିଯୋଗ ଦେଲା ପରେ ଭ୍ୟାନ ଓ ଡ୍ରାଇଭର କୁ କଙ୍କଡ଼ାହାଡ଼ ପୋଲିସ ଅଟକ ରଖିଛି । ଏହି ଦୁର୍ଘଟଣା ହେବା ପରେ ତିନୋଟି ଗ୍ରାମପଞ୍ଚାୟତ ବିଜୁଳି ସେବା ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି ।ଏହି ଦୁର୍ଘଟଣାଟି ଅଧିକ ମାତ୍ରାରେ ମଦ ପିଇ ଗାଡ଼ି ଚଳେଇବା ଯୋଗୁହୋଇଛି ବୋଲି ସ୍ଥାନୀୟ ଲୋକମାନେ କହିଥିଲେ ।                           

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୪ ମାସ ଧରି ଅଚଳ ନଳକୂଅ : ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

ନବରଙ୍ଗପୁର ଜିଲ୍ଲାରେ କେହିବି ଶିକ୍ଷା ରୁ ବଞ୍ଚିତ ହେବେ ନାହିଁ

masiha

ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ‘ସ୍ବଚ୍ଛ କିଶୋରୀ ସ୍ବଚ୍ଛ ଦେଶ’ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!