ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୌତୁକ ନିର୍ଯ୍ୟାତନା ର ଅଭିଯୋଗ

କାମାକ୍ଷାନଗର (ମନିସ )19/8/23 // ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଲଟାବିଲ ର ଜଣେ ବିବାହିତ ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ ଭୁବନ ପୋଲିସ ଆଜି ଜଗତସିଂହପୁର ଅଟୋନୋମାସ କଲେଜ ଅଧ୍ୟାପିକା ସୁପ୍ରଭା ଜେନା ଏବଂ ତାଙ୍କ ପୁଅ ଖାରବେଳ ପାତ୍ରଙ୍କୁ ଜଗତସିଂହପୁର ଉଗ୍ରତାରା କଲୋନୀ ରୁ ଗିରଫ କରି ଭୁବନ ଥାନା କୁ ଆଣିଥିଲା ସେଠାରେ ଜେରା କରିବା ପରେ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ସୂଚନା ମୁତାବକ ଆଜକୁ ଗୋଟିଏ ବର୍ଷ ପୂର୍ବରୁ ଲାତାବିଲ ଅଞ୍ଚଳର ଭାଗିରଥି ବେହେରା ତାଙ୍କ ଝିଅକୁ ଜଗତସିଂପୁର ଉଗ୍ରତାରା କଲୋନୀ ର ସୁପ୍ରଭା ଜେନାଙ୍କ ପୁଅଙ୍କ ସହିତ ବାହାଘର କରାଇଥିଲେ । ବିବାହର କିଛି ଦିନ ପରେ ମା ଏବଂ ପୁଅ ଏକ ଚାରିଚକିଆ କାର ଏବଂ ନଗଦ ଟଙ୍କା ଘରୁ ଆଣିବା ପାଇଁ ନିଜ ବୋହୁ ଉପରେ ଆରମ୍ଭ କରିଥିଲେ ନିଯାତନା ।ଏମିତିକି ମାଡ଼ ମାରିବା ସହିତ ଲୁହା ରଡ୍ କୁ ଗରମ କରି ଚେଙ୍କ ମଧ୍ୟ ଦେଇଥିଲେ ।ଏନେଇ ଝିଅ ଯେବେ ନିଜ ବାପା ଭାଗିରଥି ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ , ଭାଗିରଥି ଜଗତସିହପୁରରେ ଯାଇ ଝିଅକୁ ଆଣି କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ କରିବା ସହିତ ଭୁବନ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ପାଇବା ପରେ ଜଗତସିହପୁର ଟାଉନ୍ ଥାନା ସହଯୋଗରେ ଆଜି ଅଭିଯୁକ୍ତ ମା ପୁଅଙ୍କୁ ଗିରଫ କରିବା ସହିତ ଭୁବନ ଥାନାକୁ ଆଣି ଜେରା କରିବା ପରେ କୋର୍ଟ ଚାଲାଣ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ଓ ନାରାୟଣ ପାଟଣାର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ

Sunil Chandra Nayak

ଦ୍ଵାରଶୁଣି ଘାଟି ରାସ୍ତାରେ ଗୋ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ – ବହୁ ସଂଖ୍ୟାରେ ନିରିହ ଗୋରୁ ମୃତ

masiha

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ : ବାରି ପଛ ପଟୁ ସ୍ୱାମୀଙ୍କୁ ଗିରଫ କଲା ପୋଲିସ

masiha

Leave a Comment

error: Content is protected !!