ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ କୋର୍ଟ ଦ୍ଵାରା କଳାହାଣ୍ଡି ପୂର୍ବତନ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ହିସାବ ରକ୍ଷକ ଦଣ୍ଡିତ

ସରକାରୀ ଅର୍ଥ ଆତ୍ମସାତ ମାମଲାରେ ଶୁଣାଣୀ କରି ଆଜି କଳାହାଣ୍ଡି ସ୍ଵତନ୍ତ୍ର ଭିଜିଲାନ୍ସ ଜଜ୍ ପୂର୍ବତନ ତଥା ଅବସରପ୍ରାପ୍ତ କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଦାମୋଦର ଦାସ ଓ ବରିଷ୍ଠ କିରାଣୀ ତଥା ଅବସରପ୍ରାପ୍ତ ହିସାବ ରକ୍ଷକ କରୁଣାକର ପଣ୍ଡାଙ୍କୁ ତିନି ବର୍ଷ ଛଅ ମାସ ସଶ୍ରମ କାରାଦଣ୍ଡ ଓ ତିନିଲକ୍ଷ ଟଙ୍କା ଅର୍ଥ ଦଣ୍ଡ ପାଇଁ ରାୟ ପ୍ରଦାନ କରିଛନ୍ତି। ଜୋରିମାନା ଅର୍ଥ ଅନାଦେୟ ସ୍ଥଳେ ପୁନଶ୍ଚ ଛଅ ମାସ ସଶ୍ରମ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି। ୧୯୯୭ ରୁ ୨୦୦୫ ମସିହା ମଧ୍ୟରେ ସରକାରୀ ଦେୟ ଏକାଉଣ୍ଟ ରୁ ୫ଲକ୍ଷ ୫୮ହଜାର ୨୦୭ ଟଙ୍କା ହଡ଼ପ ମାମଲା ରେ ଓଡ଼ିଶା ଦୁର୍ନିତି ନିବାରଣ ସଂସ୍ଥା ଦ୍ଵାରା ଉଭୟ ଅଧିକାରୀ ଓ କିରାଣୀ ଅଭିଯୁକ୍ତ ହୋଇ ଟି ଆର ନମ୍ବର ୪୬/୨୦୧୧ ଦଫା 13(2) r/w 13(1)(c) PC Act, 1988/409/477-A IPC ଜରିଆରେ ଭବାନୀପାଟଣା ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତରେ ମାମଲା ଚାଲିଥିଲା। ଆଜି ଏହାର ଚୁଡାନ୍ତ ବିଚାର କରି ଦଫା 409 IPC and 13(2) r/w 13(1)(c) PC Act, 1988 ବଳରେ ମାନ୍ୟବର ଭବାନୀପାଟଣା ସ୍ଵତନ୍ତ୍ର ଭିଜିଲାନ୍ସ ଜଜ୍ ଏହି ଗୁରୁତ୍ୱପର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବିବାହିତା ମହିଳାଙ୍କ ବିଷ ପିଇ ମୃତ୍ୟୁ ଘଟଣା, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ସ୍ୱାମୀ

ବସ୍ ଷ୍ଟାଣ୍ଡରେ ମହିଳାଙ୍କ ଠାରୁ ଟଙ୍କା ଲୁଟ୍ ମାମଲାରେ ୩ ଗିରଫ ଘଟଣା ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ପୁଣି ଲାଗିଲା ମାଓବାଦୀ ବ୍ୟାନର ଓ ପୋଷ୍ଟର

Leave a Comment

error: Content is protected !!