ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ

କନ୍ଧମାଳ,(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଭୁବନେଶ୍ଵରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଚଢ଼ଉ କରି ଗଞ୍ଜେଇ ଚାଲାଣ ଅଭିଯୋଗ ରେ ୩ ଜଣଙ୍କୁ ଗିରଫ କରିଛି | ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଦକେତା ଗ୍ରାମରୁ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ଖବର ପାଇ ରାସ୍ତାରେ ଜଗିଥିଲା | ସ୍ବିଫ୍ଟ ଡିଜାୟର କାରନଂ. ଓଡି- ୦୨-ସିଜି- ୭୨୦୨ କୁ ଅଟକାଇ ଯାଞ୍ଚ କରିବା ପରେ ଗାଡ଼ିରେ ଥିବା ୨୬ କେଜି ୫୦୦ ଗ୍ରାମ ଗଞ୍ଜେଇ ସହିତ ଗାଡିକୁ ଜବତ କରାଯାଇଛି |ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଗଞ୍ଜାମ ତାରାସିଂ ଗ୍ରାମର ଖାଣ୍ଡୁ ପ୍ରଧାନ, କୁଲାଡ଼ର ରଞ୍ଜନ ମହାରଣା ଏବଂ ଅନ୍ୟ ଜଣେ କ.ନୂଆଗାଁ ବ୍ଲକ୍ ଟେଟେରେଙ୍ଗା ଗ୍ରାମର ବାଲ୍ମିକୀ ପ୍ରଧାନ ବୋଲି ଜଣାପଡ଼ିଛି। ବାଲିଗୁଡା ଥାନା କେଶ ନଂ.୧୪୦/୨୩ ରେ ଏକ ମାମଲା ରୁଜୁ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ କରାଯାଉଛି ବୋଲି ଥାନା ଅଧୂକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି।

କନ୍ଧମାଳ ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ର ମୃତ୍ୟୁ , ହତ୍ୟା କଲା ପରେ ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରି ସ୍ୱାମୀ

Sunil Chandra Nayak

ଆୟ ବହିର୍ଭୂତ ଠୁଳ ମାମଲାରେ ଧର୍ମଗଡ଼ R&B ସବ୍‌-ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବର ଆଜି ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ

କଳାହାଣ୍ଡି ଏମଭିଆଇ ଚଢ଼ାଉ, ବେଆଇନ ଭାବେ ଟୁରିଷ୍ଟ ପରମିଟରେ ଯାତ୍ରୀ ପରିବହନ ଅଭିଯୋଗରେ ୫ ବସ ଅଟକ

Leave a Comment

error: Content is protected !!