ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲି ବୋଝେଇ ହାଇୱା ଜବତ 

ବାଲି ବୋଝେଇ ହାଇୱା ଜବତ 

ହିଞ୍ଜିଳିକାଟୁ,ତା ୧୩/୦୫ ହିଞ୍ଜିଳିକାଟୁ ଓ ଆସ୍କା ଅଞ୍ଚଳ ଦେଇ ପ୍ରଭାବିତ ଘୋଡ଼ାହାଡ ଓ ଋଷିକୁଲ୍ୟା ନଦୀରୁ ପ୍ରତିଦିନ ବାଲି ଚୋରା ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି । ବାଲି ମାଫିଆ ମାନେ ପ୍ରଶାସନ କୁ ଖୋଲା ଚାଲେଞ୍ଜ କରି ଶହ ଶହ ହାଇୱା, ଟିପ୍ପର, ଟ୍ରକ୍ ଓ ଟ୍ରାକ୍ଟର ମାଧ୍ୟମରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ କରୁଥିବା ନିତିଦିନ ଘଟଣା ସାମ୍ନାରେ ଆସୁଛି । ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲେ ମଧ୍ୟ ବାଲି ମାଫିଆ ମାନେ ଚୋରା ବାଟ ଦେଇ ବାଲି ଚୋରାଚାଲାଣ କରୁଛନ୍ତି । ବୁଧବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ତହସିଲଦାର ପେଟ୍ରୋଲିଂ କରୁଥିବା ସମୟରେ ହିଞ୍ଜିଳି ଓ କୁକୁଡ଼ାଖଣ୍ଡି ମଧ୍ୟବର୍ତ୍ତୀ ସୀମାରେ ହାଇୱା (ନଂ ଓଡ଼ିଓ ୭ଏ କିୟୁ ୭୭୭୧) ବାଲି ବୋଝେଇ ହାଇୱାକୁ ସନ୍ଧେହ୍ କରି ଅଟକାଇଥିଲେ । ବିନା ଟ୍ରାଞ୍ଜିଟ ପାସ୍ ଯୋଗେ ବାଲି ଚାଲାଣ ହେଉଥିବାରୁ ତହସିଲଦାର ତପନ କୁମାର ମହାପାତ୍ର ସଂପୃକ୍ତ ବାଲି ବୋଝେଇ ହାଇୱକୁ ଜବତ କରି ତହସିଲ ଅଫିସରେ ରଖିଥିବା ସୂଚନା ଦେଇଛନ୍ତ।

Related posts

କାମାକ୍ଷାନଗରରୁ -ପଶ୍ଚିମବଙ୍ଗ ଯାଉଥିଲା କେନ୍ଦୁକାଠ l ପୂର୍ବ ଓ ପଶ୍ଚିମାଞ୍ଚଳ ରେଞ୍ଜ ପକ୍ଷରୁ ଚଢାଉ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ କେନ୍ଦୁ କାଠଗଣ୍ଡି ଜବତ ବନ୍ଧୁକ ଓ ବମ୍ ପକାଇ କେନ୍ଦୁ କାଠ ମାଫିଆ ଫେରାର

Sunil Chandra Nayak

ବେଆଇନ IMFL କାରବାର ଉପରେ ସଦର ପୋଲିସର ଚଢ଼ାଉ, ଅଭ୍ୟାସଗତ ଅପରାଧୀ ଗିରଫ

Sunil Chandra Nayak

ବାଇକରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ

masiha

Leave a Comment

error: Content is protected !!