ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତଦନ୍ତ କରିବାକୁ ଆସି ଆକ୍ରମଣର ଶିକାର ହେଲେ ଫାଣ୍ଡି ଅଧିକାରୀ  , ୨ଜଣଙ୍କୁ ଉଠାଇନେଲା ପୁଲିସ

ତଦନ୍ତ କରିବାକୁ ଆସି ଆକ୍ରମଣର ଶିକାର ହେଲେ ଫାଣ୍ଡି ଅଧିକାରୀ  , ୨ଜଣଙ୍କୁ ଉଠାଇନେଲା ପୁଲିସ

ବସ୍ତା ,20/12: ଘର ବାଡ଼ କଟାକୁ କେନ୍ଦ୍ରକରି ବସ୍ତା ଥାନା ଅଧୀନସ୍ଥ ଅମର୍ଦ୍ଦାରୋଡ଼ ଫାଣ୍ଡି ଅନ୍ତର୍ଗତ ହଦମୌଦ ଗ୍ରାମରେ ତୁମୁଳକାଣ୍ଡ ଘଟିଯାଇଛି।ଘଟଣାରୁ ପ୍ରକାଶ ଏହି ଥାନା ଅଧୀନ ନଟାକଟା ପଞ୍ଚାୟତ ଅନ୍ତର୍ଗତ ହଦମୌଦ ଗ୍ରାମର ରାମଚନ୍ଦ୍ର ବାରିକଙ୍କ ଦୁଇ ପୁଅ ହରେକୃଷ୍ଣ ଓ ଜୟକୃଷ୍ଣ ଦୁହେଁ ଅଲଗା ହୋଇ ରହୁଥିଲେ।ରାମଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ସାନ ପୁଅ ଜୟକୃଷ୍ଣଙ୍କ ପାଖରେ ରହୁଥିବା ବେଳେ ହରେକୃଷ୍ଣ ବାପା ଓ ସାନଭାଇ ଠାରୁ ଅଲଗା ହୋଇ ରହୁଥିଲେ।ହରେକୃଷ୍ଣଙ୍କର ଆଜକୁ ଦେଢ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବା ବେଳେ ବିଧବା ସ୍ତ୍ରୀ ସୁମିତା(୩୫) ଦୁଇ ପୁଅକୁ ଘେନି ଅତି ଦୟନୀୟ ଜୀବନ ବିତାଉଛନ୍ତି।ସୁମିତା ଗାଁରେ ଥିବା ହଦମୌଦ ୟୁପି ସ୍କୁଲରେ ପାଚିକା ସହାୟିକା ଭାବେ କାର୍ଯ୍ୟରତ ଅଛନ୍ତି।ପୂର୍ବରୁ ସାମାନ୍ୟ ସାମାନ୍ୟ କଥାରେ ଶ୍ବଶୁର ଓ ଦିଅରଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିାଏ। ଜୟକୃଷ୍ଣଙ୍କ ଛୋଟ ଶିଶୁପୁତ୍ରଟି କେବେ କେବେ ସୁମିତାଙ୍କ ପାଣି ଟେପ ପାଖକୁ ପଳାଇ ଯାଇଥାଏ।ଉକ୍ତ ପାଣି ଟେପ୍ ପାଖରେ ଏକ ପୋଖରୀ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଜୟକୃଷ୍ଣ ସେଠାରେ କଣ୍ଟାବାଡ଼ ବସାଇଥିଲେ। ମାତ୍ର ସୁମିତା ବାଡ଼କୁ ଡ଼େଇଁ ଟେପକୁ ପାଣି ଆଣିବାକୁ ଯିବା ସମୟରେ ଶାଢୀ ଚିରିବାକୁ ନେଇ ଜୟକୃଷ୍ଣଙ୍କ ସହ କଥା କଟାକଟି ହୋଇଥିଲା। ତେବେ ଗତକାଲି ସୁମିତା ଘର ସାମ୍ନା ପାଣି ଟେପରୁ ପାଣି ଆଣି ଉକ୍ତ ତାଟିବାଡ଼କୁ ବନ୍ଦ କରିବାକୁ ଭୁଲି ଯାଇଥିଲେ।ଏହି ଘଟଣାକୁ ନେଇ ଶ୍ବଶୁର ଓ ଦିଅରଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାପରେ ସୁମିତା ସ୍କୁଲରୁ ରୋଷେଇ ସାରି ଘରକୁ ଫେରି ରୋଷେଇ ଘରେ ଅନ୍ୟ ଏକ ତାଲା ଝୁଲୁଥିବାର ଦେଖିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ଦିଅରଙ୍କ ସହ ବଚସା ହୋଇଥିଲା।ଯାହା ଫଳରେ ଦିଅର ଜୟକୃଷ୍ଣ ଉତକ୍ଷିପ୍ତ ହୋଇ ସୁମିତାଙ୍କ ତାଟିବାଡ଼କୁ କାଟିବା ସହ ପାଣି ପାଇପକୁ କାଟି ପକାଇଥିଲେ। ସୁମିତା ସନ୍ଧ୍ୟାରେ ଗ୍ରାମର ଓ୍ବାର୍ଡ଼ସଭ୍ୟ,ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଓ ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ସନ୍ଦୀପ କୁମାର କୁଜୁରଙ୍କୁ ଘଟଣା ସମ୍ପର୍କ ଜଣାଇଥିଲେ। ଶ୍ରୀ କୁଜୁର ସକାଳେ ତଦନ୍ତରେ ଯିବେ ବୋଲି କହି ସୁମିତାଙ୍କୁ ଘରକୁ ଫେରିଯିବାକୁ କହିଥିଲେ।ଘରକୁ ଫେରି ସୁମିତା ରୋଷେଇ ପାଇଁ ଯିବା ବେଳକୁ ସେଠାରେ ତାଲା ଝୁଲୁଥିବା ଦେଖି ଶ୍ବଶୁର ଓ ଦିଅରଙ୍କୁ ତାଲା ଖୋଲିବାକୁ କହିଥିଲେ। ଏହି ଘଟଣାକୁ ନେଇ ଦିଅର ଜୟକୃଷ୍ଣ ଦାଆ ବାଡ଼ିରେ ସୁମିତାଙ୍କୁ ପ୍ରହାର କରିବା ସହ ଲହୁଲୁହାଣ କରିଥିଲେ। ସୁମିତା ରାତିରେ ଡ଼ାକ୍ତରଖାନାରେ ଚିକିତ୍ସା କରାଇ ବୁଧବାର ଅମର୍ଦ୍ଦାରୋଡ଼ ଫାଣ୍ଡିରେ ଲିଖିତ ଏତେଲା କରିଥିଲେ।ଏହାପରେ ସୁମିତାଙ୍କ ଭାଇ ପହଞ୍ଚି ଜୟକୃଷ୍ଣ କାହିଁକି ଭଉଣୀକୁ ପିଟାମରାର କାରଣ ପଚାରିଥିଲେ। ଏହି ସମୟରେ ଜୟକୃଷ୍ଣଙ୍କ ବାପା ରାମଚନ୍ଦ୍ର ଏକ ଠେଙ୍ଗା ସାହାଯ୍ୟରେ ସୁମିତାଙ୍କ ଭାଇଙ୍କୁ ପିଟାମରା କରୁଥିବା ସମୟରେ ଫାଣ୍ଡି ଅଧିକାରୀଙ୍କ ସମେତ କନେଷ୍ଟବଳ ଅରୁଣ କୁମାର ସେନାପତି ତଦନ୍ତ ଲାଗି ସେଠାରେ ପହଞ୍ଚି ଠେଙ୍ଗାଟିକୁ ଧରିପକାଇଥିଲେ। ଏହି ଧସ୍ତାଧସ୍ତିରେ ଠେଙ୍ଗାଟି ଫାଣ୍ଡି ଅଧିକାରୀ ଶ୍ରୀ କୁଜୁରଙ୍କ ଆଖିରେ ବାଜିଥିଲା। ପରେ ଉଭୟଙ୍କୁ ଫାଣ୍ଡିକୁ ଆଣିବାକୁ ପୁଲିସ ଚେଷ୍ଟା ଚଳାଇଥିଲା ବେଳେ ରାମଚନ୍ଦ୍ର ପୁଅ ଜୟକୃଷ୍ଣଙ୍କୁ ଘରେ ପୂରାଇ ଦେଇ ବାହାରୁ ଗ୍ରୀଲରେ ତାଲା ପକାଇ ଦେଇଥିଲେ।ପରେ ଗ୍ରାମବାସୀଙ୍କ ହସ୍ତକ୍ଷେପ ଫଳରେ ରାମଚନ୍ଦ୍ର ପୁଅକୁ ବାହାର କରିଦେଇ ଭିତର ପଟୁ ନିଜକୁ ଚାବି ପକାଇବା ସମୟରେ ଫାଣ୍ଡି ଅଧିକାରୀ ତାଙ୍କୁ ଧରିବାକୁ ହାତ ବଢାଇ ଥଲେ।ଏହି ସମୟରେ ଗ୍ରୀଲରେ ହାତ ଚାପିଯାଇ ଫାଣ୍ଡି ଅଧିକାରୀ ଗୁରୁତର ହୋଇଥିଲେ।ଘଟଣା ସମ୍ପର୍କରେ ଖବର ପାଇ ବସ୍ତା ଥାନା ପୁଲିସର ଏକ ଟିମ ପହଞ୍ଚି ରାମଚନ୍ଦ୍ର ଓ ଜୟକୃଷ୍ଣଙ୍କୁ ଥାନାକୁ ଉଠାଇ ଆଣିଥିବାର ଜଣାଯାଇଛି। ପୁଲିସ ପ୍ରତି ବାପପୁଅଙ୍କର ଏଭଳି ଆକ୍ରମଣ ଘଟଣାରେ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବଡପଳସା ଗ୍ରାମରୁ ଟ୍ରାନ୍ସଫର୍ମର ଚୋରୀ

Sunil Chandra Nayak

ସଂରକ୍ଷିତ ଜଙ୍ଗଲ କାଟିବା ଅଭିଯୋଗ ରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ

ମଦ ବିରୁଦ୍ଧରେ ଜନତା ସଚେତନ ହେଲା ବେଳେ ପ୍ରଶାସନ ର ନିଦ ଭାଙ୍ଗୁନି ! ଗାଁ କୁ ଗାଁ ଗଳି କୁ ଗଳି ମଟର ସାଇକେଲ ରେ ଯାଉଛି ପେଟି ପେଟି ମଦ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort