ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳା ଙ୍କ ବେକରୁ ସୁନା ର କାଶୁମାଳ ଝାମି ନେଲେ ଦୁର୍ବୁତ୍ତ 

ମହିଳା ଙ୍କ ବେକରୁ ସୁନା ର କାଶୁମାଳ ଝାମି ନେଲେ ଦୁର୍ବୁତ୍ତ 

ଡାବୁଗାଁ, ୨୯/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ବଣୁଆଗୁଡା ଗ୍ରାମ ରାସ୍ତାରେ ମଙ୍ଗଳବାର ଅପରାହ୍ନ ରେ ମହିଳା ଙ୍କ ବେକରୁ ସୁନା ର କାଶୁମାଳ ଝାମି ନେଲେ ଦୁର୍ବୁତ୍ତ | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଉମୁରହାଣ୍ଡି ଗ୍ରାମର ଚଞ୍ଚଳା ମାଝି ନାମକ ମହିଳା ଆଜି ସକାଳୁ ପନିପରିବା ବିକ୍ରି କରିବାକୁ ପାପଡାହାଣ୍ଡି ହାଟକୁ ଯାଇଥିଲେ | ସେଠାରେ ବିକ୍ରି କରିବା ପରେ ଅପରାହ୍ନରେ ବସ ଯୋଗେ ଆସି କନ୍ୟାଶ୍ରମ ଛକ ଠାରେ ଓହ୍ଲାଇ ବଣୁଆଗୁଡା ଗ୍ରାମ ଦେଇ ନିଜ ଘର ଉମୁରହାଣ୍ଡି ଗ୍ରାମକୁ ଯିବା ବେଳେ ବଣୁଆଗୁଡା ଗ୍ରାମ ପୂର୍ବରୁ ଏକ ଆମ୍ବ ତୋଟା ନିକଟରେ ପଛ ପଟୁ ଏକ ମୋଟରସାଇକେଲ ଯୋଗେ ୨ ଜଣ ଯୁବକ ମୁହଁରେ ମାସ ବାନ୍ଧି ଆସି ମହିଳାଙ୍କୁ ଝରିଗାଁ ରାସ୍ତା କେଉଁ ପଟେ ପଚାରିଥିଲେ | ମହିଳା ଜଣଙ୍କ ରାସ୍ତା କହି ନିଜ ଗ୍ରାମ ଆଡକୁ ଯାଉଥିବା ବେଳେ ୨ ଯୁବକ ଙ୍କ ମଧ୍ୟରୁ ଜେନ ଯୁବକ ମହିଳାଙ୍କ ବେକରୁ ପଛପଟୁ ତାଙ୍କ ସୁନା ର କାଶୁ ମାଳୀ ଝାମ୍ପି ନେଇ ମୋଟର ସାଇକେଲରେ ଚାଲି ଯାଇଥିଲେ | ପରେ ମହିଳା ତାଙ୍କ ପଛେ ପଛେ ଦୌଡି କନ୍ୟାଶ୍ରମ ଛକ ପର୍ଯ୍ୟନ୍ତ ଆସିଥିଲେ | ସେଠାରେ କିଛି ଲୋକେ ଘଟଣା ସମ୍ପର୍କରେ ପଚାରିଥିଲେ ଏବଂ ଡାବୁଗାଁ ଥାନାକୁ ଖବର ଦେଇଥିଲେ | ଖବର ପାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିଥିଲେ | ସୁନା ର କାଶୁ ମାଳୀ ୨୫ ହଜାର ତଟଙ୍କା ଦେଇ କିଣିଥିବା ମହିଳା ଜଣଙ୍କ କହିଥିଲେ | ରାତି ୮ ଘ. ପର୍ଯ୍ୟନ୍ତ ମହିଳା ଙ୍କ ତରଫରୁ ଡାବୁଗାଁ ଥାନାରେ ଏତଲା ଦେଇନଥିବା ସୂଚନା ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଜାତଳା ବ୍ଳକ ! ରାୟହରି ପଞ୍ଚାୟତ ର ପ୍ରାକ୍ତନ ମହିଳି ସରପଞ୍ଚ ଗୀର୍ଥ ସୋରେନ ଙ୍କ ଘର ଭିତରେ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ ନେଇ  ଭିଜିଲାନ୍ସ ଜାଲରେ ସୁପରଭାଇଜର।

masiha

ରଣପୁର ଗୁଳିକାଣ୍ଡରେ ମାଁ ମୃତ ଝିଅ ଗୁରୁତର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି: କାରଣ ଅସ୍ପଷ୍ଟ

masiha

Leave a Comment

error: Content is protected !!