ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନଦୀରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ 

ପାପଡାହାଣ୍ଡି,9/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଉର୍ଦି ପଟାଯୋଡି ନଦୀରୁ ଗୁରୁବାର ପୋଲିସ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରିଛି | ମୃତକ ହେଲେ ଉର୍ଦି ଗ୍ରାମର କମଳୁ ହରିଜନ | ପୋଲିସ କେସ ନମ୍ବର 3/23 ରେ ୟୁଡ଼ି କେସ ରୁଜୁ କରି ଶବ ବ୍ୟାବଛେଦ ପାଇଁ ପଠାଇଛି | ଗ୍ରାମର ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ସୋମବାର ଦୁଇ ଲୋକଙ୍କ ସହ ମିସି କମଳୁ ତଣ୍ଡା ଗ୍ରାମକୁ ଗାଈ ବିକ୍ରି କରିବାକୁ ଯାଇଥିଲେ | ହେଲେ ମଙ୍ଗଳବାର ଫେରିବା ସମୟରେ ଦୁଇ ଜଣ ଫେରିଥିବା ବେଳେ କମଳୁ ଫେରିନଥିଲେ | ପରିବାର ଲୋକ ପଚାରିବାରୁ ସେ କୁଆଡେ ହଜି ଯାଇଥିବା କହିବାରୁ ବୁଧବାର ଚାରିଆଡେ ଖୋଜା ଖୋଜି କରି ନ ପାଇବାରୁ ପାପଡାହାଣ୍ଡି ଥାନାରେ ଏ ନେଇ ଏକ ମିସିଙ୍ଗ କେସ 1/23ରେ ରୁଜୁ ହୋଇଥିଲା | ତାଙ୍କ ଶବ ନଦୀରେ ଖୋଜା ଖୋଜି କରିବା ପରେ ବହୁ ସମୟ ପରେ ଦେଖିବାକୁ ମିଳିଥିଲା | ଏହା ହତ୍ୟା କାଣ୍ଡ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଏ ନେଇ ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି | ତେବେ ପରିବାର ଲୋକ ଏହା ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରୁଛନ୍ତି | ଆଇଓ ହରିହର ଭତରା ତଦନ୍ତ ପରେ ପ୍ରକୃତ କଥା ଜଣାପଡିବ ବୋଲି ସୂଚନା ଦେଇଛନ୍ତି ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ 

Related posts

ପର୍ଜଙ୍ଗ ବିଧାୟକ ଙ୍କ ପୁତୁରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Sunil Chandra Nayak

ଆନ୍ତଃରାଜ୍ୟ ୬ ଦକାୟତ ଗିରଫ

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବଢ଼ିଚାଲିଛି ଅପରାଧିକ କାର୍ଯ୍ୟକଳାପ

Sunil Chandra Nayak

Leave a Comment

error: Content is protected !!