ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଫେଲ ହେଲା ଡକାୟତି ଯୋଜନା, ୬ ଗିରଫ

ବାଲେଶ୍ଵର,୫/୭/୨୩- ବାଲେଶ୍ବର ଜିଲ୍ଲା ସିଂଲା ପୋଲିସକୁ ମିଳିଛି ବହୁତ ବଡ ସଫଳତା । ବିଳମ୍ବିତ ରାତିରେ ଡକାୟତ ମାନେ ଡକାୟତି ଯୋଜନା କରୁଥିବା ବେଳେ ୬ ଜଣ କୁଖ୍ଯାତ ଡକାୟତକୁ ଗିରଫ କରିଛି ପୋଲିସ । ଜବଦ କରିଛି ଗୋଟିଏ ହ୍ଯୁଣ୍ତାଇ କାର, ଦୁଇଟି ବାଇକ, ୫ ଟି ମୋବାଇଲ, ବାଇକ ଗାଡିର କିଛି ଚାବି ନେନ୍ଥା ଓ ବିଭିନ୍ନ ମାରଣାସ୍ତ୍ର । ପ୍ରକାଶ ଥାଉକି- ଗତ ତା ୦୪/୭/୨୩ ରିଖ ବିଳମ୍ବିତ ରାତିରେ ସିଂଲା ଥାନା ଅନ୍ତର୍ଗତ ପାଉଁଶକୁଲି ଫୁଟବଲ ପଡିଆ ନିକଟରେ ୭ ଜଣ ଡକାୟତ ମିଶି ଡକାୟତି ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସିଂଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଚଢଉ କରିଥିଲା । ଚଢଉ ସମୟରେ ଜଣେ ଡକାୟତ ଚମ୍ପଟ ମାରିଥିବା ବେଳେ ଅନ୍ଯ ୬ ଜଣଙ୍କୁ ଗିରିଫ କରିବା ସହ ସେମାନଙ୍କ ନିକଟରୁ ତେଲେଗାନା କଟୁରୀ, ଭୁଜାଲି, ଟାଙ୍ଗିଆ ଆଦି ବିଭିନ୍ନ ଧାରୁଆ ମାରଣାସ୍ତ୍ର ଜବଦ କରିବା ସହ ଗୋଟିଏ କାର ଏବଂ ଦୁଇଟି ବାଇକ ଜବଦ କରିଛି ପୋଲିସ । ଗିରଫ ହୋଇଥିବା ସମସ୍ତଙ୍କ ଘର ସିଂଲା ଥାନା ଅନ୍ତର୍ଗତ ଭେଲୁରା, ପାଉଁଶକୁଲି ବସ୍ତା ପ୍ରମୁଖ ବିଭିନ୍ନ ଅଞ୍ଚଳର ବୋଲି ଜଣା ପଡିଛି । ଏମାନେ ପୂର୍ବରୁ ବିଭିନ୍ନ ଚୋରି ଏବଂ ଡକାୟତିରେ ସମ୍ପୃକ୍ତ ଥିବା ବେଳେ ବିଭିନ୍ନ ଥାନାରେ ଏମାନଙ୍କ ନାମରେ ଏକାଧିକ ମାମଲା ଥିବା ନେଇ ସିଂଲା ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବସ୍ତା ଏସ ଡି ପି ଓ ଜଳନ୍ଧର ଜାଲି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

masiha

ଦାଦନ ସର୍ଦ୍ଧାର ମାଡ଼ ରେ ଲହୁ ଲୁହାଣ ଶ୍ରମିକ …. ଥାନା ରେ ଲିଖିତ ଅଭିଯୋଗ ପରେ 2 ଦଲାଲ ଅଟକ..ମୁଖ୍ୟ ଅଭିଯୁକ୍ତ ଫେରାର

masiha

ରାଉରକେଲା ପୋଲିସ୍ ଦ୍ବାରା ଚୋରି ଅଭିଯୋଗରେ ୭ ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!