ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ମନ୍ତ୍ରୀ ଆବାସ ଗୃହ ମିଳିବ ବୋଲି ଆଶାରେ ଆଖିରୁ ପାଣି ଶୁଖି ଗଲାଣି

 ତେନ୍ତୁଳିଖୁଣ୍ଟି ୦୫/୦୭/୨୩ // କେନ୍ଦ୍ର ଓ ରାଜ୍ୟ ଗରୀବ ବାସହୀନ ଙ୍କୁ ଗୃହ ଦେବା ପାଇଁ ପରସ୍ପର ନିଜ ଯୋଜନା ବୋଲି ଡିଣ୍ଡିମ ପିଟିବା ପାଇଁ ପ୍ରଧାନ ମନ୍ତ୍ରୀ ଆବସଗୃହ କାର୍ଯ୍ୟାଦେଶ ବଣ୍ଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଜୁନ ମାସ ପହଁଚିଲା। ଇତିମଧ୍ୟରେ ଥରକୁଥର ବିଭିନ୍ନ କାଗଜପତ୍ର ପଞ୍ଚାୟତ ସ୍ତରରେ ୱାର୍ଡ ସଭ୍ୟ ଠୁଁ ଆରମ୍ଭ କରି କର୍ମଚାରୀ ସଂଗ୍ରହ କରିଛନ୍ତି। ଗ୍ରାମ ରୋଜଗାର ସେବକ ଆସି ଜିଓ ଟେକ ମଧ୍ୟ ନେଇଛନ୍ତି। ସାଧାରଣ ରେ ଧାରଣା ସୃଷ୍ଟିହେଲା ଯାହାର ଜିଓ ଟେକ ହୋଇଛି ସେ ନିଶ୍ଚିତ ଆବସଗୃହ ପାଇବ। କିନ୍ତୁ ଜୁନ ମାସ ରେ ବଣ୍ଟନ ହୋଇଥିବା ଆବାସ ଗୃହ କାର୍ଯ୍ୟାଦେଶ ପରେ ଚିତ୍ର କିଛି ଅଲଗା ଦେଖିବାକୁ ମିଳିଛି।  

 ବିଧାୟକ ଠୁଁ ଆରମ୍ଭ କରି ଜିଲ୍ଲାପାଳ ବିଡ଼ିଓ ଯେଉଁ ହିତାଧିକାରୀ ଙ୍କୁ କହିଥିଲେ ତୁମକୁ ପ୍ରାଥମିକତା ଭିତ୍ତିରେ ପ୍ରଥମ ପର୍ଯ୍ୟାୟରେ ଗୃହ ଦିଆଯିବ। ଗଣମାଧ୍ୟମ ରେ ମଧ୍ୟ ଏଭଳି କିଛି ହିତାଧିକାରୀ ଙ୍କ ଘର ର ଅବସ୍ଥା ଦେଖି ଖବର ପ୍ରକାଶ କରିବା ପରେ ବ୍ଲକ ସ୍ତରୀୟ କର୍ମଚାରୀ ଆସି ସେହି ଘର ର ସ୍ଥିତି ଦେଖି ପରିବାର ସଦସ୍ୟ ଙ୍କ କାଗଜ ପତ୍ର ନେଇ ପ୍ରାଥମିକତା ଭିତ୍ତିରେ ଘର ମିଳିବ ବୋଲି କହିଥିଲେ। କିନ୍ତୁ ବିଡମ୍ବନା ପ୍ରତିଶୃତି ଆଶ୍ୱାସନା ମଧ୍ୟରେ ଆଶା ରେ ବିତିଗଲା ସମୟ ଆଖିରୁ ପାଣି ଶୁଖିଗଲା କିନ୍ତୁ ଶେଷରେ ଗୃହ ମିଳିଲାନି ପ୍ରାଥମିକତା ଭିତ୍ତିରେ। 

ଏଭଳି ଏକ ପରିବାର ହେଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ଖାତିଗୁଡା ଗ୍ରାମ ର ପଦ୍ମା ପ୍ରଧାନୀ ପରିବାର। ପଦ୍ମା ଓ ଅବିବାହିତା ଝିଅ ଚଂଚଳା ବାର ଘରେ କାମ କରି ଗୁଜୁରାଣ ମେଣ୍ଟାନ୍ତି। ଘର ର ସ୍ଥିତି ଯାହା ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ଦେଖାଯାଏ। କେହି ଜଣେ ବଦାନ୍ୟ ବ୍ୟକ୍ତି ଅଜବେଷ୍ଟ ଟି ଦେବାରୁ ଚଳିତବର୍ଷ ଘର ମୁହଁ ରେ ପକାଇ ବର୍ଷା ଦାଉରୁ ରକ୍ଷା ପାଇଁ ସାହସ ଜୁଟାଇଛନ୍ତି ମା ଝିଅ। ପୁଅ ଗୋପୀ ର ଦେହାନ୍ତ ହୋଇଯାଇଛି ,ତାର ପରିବାର ସ୍ଥିତି ଏମାନଙ୍କଠୁ ଦୁଃଖମୟ। ପରିବାରନ୍ର ସ୍ଥିତି ଘରର ସ୍ଥିତି ସମ୍ପର୍କରେ ଗଣମାଧ୍ୟମ ଖବର ପ୍ରକାଶ ପାଇଛି , ବିଧାୟକ ଗ୍ରାମକୁ ଆସିଥିବା ବେଳେ ପ୍ରତିଶୃତି ଦେଇଛନ୍ତି ଏପରିକି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ମଧ୍ୟରେ ପ୍ରାଥମିକତା ଭିତ୍ତିରେ ଘର ଦେବାକୁ ନିର୍ଦେଶ ରହିଛି। ଫଳ ଶୁନ। ଚଳିତ ଥର ଯେଉଁ ମାନେ ଆବାସ ଗୃହ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଏଭଳି କିଛି ଜଣ ଅଛନ୍ତି ଯେଉଁମାନେ ଇନ୍ଦିରା ଆବାସ ଗୃହ ଯୋଜନା ବେଳ ଠୁଁ ଆଜିଯାଏ ସବୁ ଯୋଜନାରେ ଘର ପରିବାର ର ସମସ୍ତ ସଦସ୍ୟ ନାମରେ ପାଇଛନ୍ତି। ନିର୍ମାଣ ଶ୍ରମିକ ଯୋଜନା ଭଳି ଅନ୍ୟ ଯୋଜନାରେ ଘର ପାଇବା ପରେ ମଧ୍ୟ ଏବେବି ଘର ପାଉଛନ୍ତି କିଛି ହିତାଧିକାରୀ । କିନ୍ତୁ ପଦ୍ମା ଓ ଚଂଚଳା ସବୁ ଦୃଷ୍ଟିକୋଣରୁ ଘର ପାଇବାକୁ ଯୋଗ୍ୟ ଥିବା ସତ୍ତ୍ୱେ ବଞ୍ଚିତ। କଣ ନିଜ ଜୀବନକାଳରେ ଘର ଖଣ୍ଡିଏ ସରକାର ଙ୍କ ତରଫରୁ ପାଇ ନପାଇ ପାରିବିନି ,ମୋର ଦୁର୍ଭାଗ୍ୟ ବୋଲି ଆଖି ଛଳ ଛଳ କରି କହନ୍ତି ପଦ୍ମା।  

 ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କୁ ଏ ସମ୍ପର୍କ ରେ ପଚାରିବାରୁ କହିଲେ ମୋ ଯୋଗଦାନ ପୂର୍ବରୁ ଆବାସ ହିତାଧିକାରୀ ଚୟନ ହୋଇ ସାରିଥିଲା ,ତଥାପି ପଦ୍ମା ଭଳି ହିତାଧିକାରୀ ଙ୍କ ପାଇଁ କଣ କରାଯାଇ ପାରିବ ଉପରିସ୍ତ ଅଧିକାରୀ ଙ୍କ ସହ କଥାବାର୍ତ୍ତା କରି ପଦକ୍ଷେପ ନେବି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଯୋଡ଼ାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ଠାରେ ହର୍ସ ଉଲ୍ଲାସ ର ସହ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଚରାମୁଳା କୃଷି କ୍ଷେତ୍ରରେ ଆନ୍ଧ୍ର କୃଷି ଶ୍ରମିକ 

Sunil Chandra Nayak

Leave a Comment

error: Content is protected !!