ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦ ବିରୁଦ୍ଧରେ ଜନତା ସଚେତନ ହେଲା ବେଳେ ପ୍ରଶାସନ ର ନିଦ ଭାଙ୍ଗୁନି ! ଗାଁ କୁ ଗାଁ ଗଳି କୁ ଗଳି ମଟର ସାଇକେଲ ରେ ଯାଉଛି ପେଟି ପେଟି ମଦ

କୋଷାଗୁମୁଡ଼ା 30/8(ମସିହା) ମଦ ବିରୁଦ୍ଧରେ ଜନତା ସଚେତନ ହେଲା ବେଳେ ପ୍ରଶାସନ ର ନିଦ ଭାଙ୍ଗୁନି! ଗାଁ କୁ ଗାଁ ଗଳି କୁ ଗଳି ମଟର ସାଇକେଲ ରେ ଯାଉଛି ପେଟି ପେଟି ମଦ lଏପରି ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ରେ| ଦିନଦିପହରରେ ମଦ ବେପାରୀ ମାନେ ଖୁଲମ୍ ଖୁଲା ବାଇକ୍ ଯୋଗେ ବ୍ଲକର ଗାଁ କୁ ଗାଁ ଗଳି କୁ ଗଳି ମଦ ଚାଲାଣ କରୁଥିବା ବେଳେ ସ୍ଥାନୀୟ ଅବକାରୀ ଓ ପୋଲିସ ପ୍ରଶାସନ ସବୁ ଜାଣି ନୀରବଦ୍ରଷ୍ଟା ସାଜିଛନ୍ତି । ବ୍ଲକ ର ସନ୍ତୋଷପୁର ଗ୍ରାମରେ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନ ରହିଥିବା ବେଳେ କୋଡ଼ିଙ୍ଗା ପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡିଗୁଡା ଗ୍ରାମରେ ଠିପି ଖୋଲା ମଦ ଦୋକାନ ସରକାର ଖୋଲିଛନ୍ତି । ମଦ ଦୋକାନ କୁ ସରକାର ଙ୍କ ଦ୍ଵାରା ନିର୍ଦ୍ଦେଶ ରହିଛି କି କେବଳ ଖୋଲା ଯାଇଥିବା ଦୋକାନରେ ମଦ ବିକ୍ରି କରିବା ପାଇଁ । କିନ୍ତୁ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ଓ ଠିପି ଖୋଲା ମଦ ଦୋକାନ ମାଲିକ ମାନେ ବାଇକ୍ ଓ ଚାରିଚକିଆ ଯାନ ରେ ବେଆଇନ ଭାବେ ପ୍ରତିଦିନ ପେଟି ପେଟି ମଦ ବାହାର ଗାଁ କୁ ଚାଲାଣ କରୁଛନ୍ତି । କୋଷାଗୁମୁଡ଼ା ବ୍ଲକ ର ବିଭିନ୍ନ ଅଞ୍ଚଳ ରେ କୁଚିଆ ମାନେ ସହ ସହ ପେଟି ବିଦେଶୀ ମଦ ବିକ୍ରି କରିବା ପାଇଁ ନେଉଛନ୍ତି । ଏସବୁ ବିଷୟରେ ସ୍ଥାନୀୟ ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ସେହିଭଳି ସନ୍ତୋଷପୁର ଠିପି ବନ୍ଦ ମଦ ଦୋକାନ କୁ ଗ୍ରାମବାସୀ ବିରୋଧ କରିଥିଲେ , ସେତେ ବେଳକୁ ଗ୍ରାମବାସୀ ମଦ ଦୋକାନ ଗ୍ରାମରୁ ସ୍ଥାନାନ୍ତର କରିବା ପାଇଁ ଆନ୍ଦୋଳନ କରିଥିଲେ । ଜିଲ୍ଲା ପ୍ରଶାସନ ବିଧାୟକ ପକ୍ଷରୁ ଏଠାରୁ ଶୀଘ୍ର ଉକ୍ତ ମଦ ଦୋକାନ କୁ ସ୍ଥାନାନ୍ତରିତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ lକିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସନ୍ତୋଷପୁର ଗ୍ରାମରୁ ହଟି ନଥିବାରୁ ଧୀରେ ଧୀରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ଥାନୀୟ ବିଧାୟକ ଙ୍କୁ ବାରମ୍ବାର ମଦ ଦୋକାନ କୁ ସନ୍ତୋଷପୁର ଗ୍ରାମ ରୁ ବାହାର କରିବା ପାଇଁ ଲିଖିତ ଦେଇଥିଲେ, ହେଲେ ବିଧାୟକ ପ୍ରତିଶୃତି ଦେଇ ମଧ୍ୟ କିଛି କାର୍ଯ୍ୟକାରୀ ହେଉ ନାହିଁ l ଯେଉଁଥି ପାଇଁକି ଏବେ ପୁଣି ସନ୍ତୋଷପୁର ଗ୍ରାମବାସୀ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି।ନିର୍ବାଚନ ପାଖେଇ ଆସୁଛି ଯଦି ସନ୍ତୋଷପୁର ରେ ମଦ ଦୋକାନ ସମସ୍ୟା ସମାଧାନ ନ ହୁଏ ତ ଏହାର ପ୍ରଭାବ ନିଶ୍ଚୟ ନିର୍ବାଚନ ଉପରେ ପଡିବ ବୋଲି ବୁଦ୍ଧିଜୀବୀ ଙ୍କ ମହଲ ରୁ ଜଣା ପଡୁଛି| ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ମଦ ବିରୁଦ୍ଧରେ କେବେ ସଚେତନ ହେବ? ଖୁଲମ ଖୁଲା ମଦ ଚୋରାଚାଲାଣ ବନ୍ଦ ହେବ କି?

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବଲାଙ୍ଗୀର ପାଟଣାଗଡ ହୀରାସାଗର ବନ୍ଧଠାରେ ଘଟିଥିବା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗିରଫ, ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

masiha

ରାୟଗଡା ଅବକାରୀ ବିଭାଗର ଚଢ଼ାଉ ଦୁଇ ଗିରଫ,୧୫୦ ଲିଟର ମଦ ଜବତ 

Sunil Chandra Nayak

ମଲଦା କଟଲପଶି ରାସ୍ତାରେ ୧୪ ଚକିଆ ଦୁର୍ଘଟଣାରେ ମହିଳା ମୃତ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort