ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରୂପସା ଷ୍ଟେସନରୁ ମୋବାଇଲ ଲୁଟେରା ଗିରଫ୍ 

ରୂପସା ଷ୍ଟେସନରୁ ମୋବାଇଲ ଲୁଟେରା ଗିରଫ୍ 

ବସ୍ତା ,୨୦।୪: ବାଲେଶ୍ବର ଜିଲା ଅନ୍ତର୍ଗତ ରୁପସା ରେଳ ଷ୍ଟେସନରୁ ଶନିବାର ଆରପିଏଫ୍ ପୁଲିସ ଜଣେ ମୋବାଇଲ ଲୁଟେରାକୁ ଗିରଫ କରିଛି।ଗିରଫ୍ ଅଭିଯୁକ୍ତ ହେଲେ ରୁପସା ଥାନା ମିରିଗିମୁଣ୍ଡି ଗ୍ରାମର ଲକ୍ଷ୍ମୀଧର ଦଳାଇ।ଏ ସମ୍ପର୍କରେ ବାଲେଶ୍ବର ଜିଆରପି ପୁଲିସ ୭୨/୨୪ ମୂଳେ ଏକ ମାମଲା ରୁଜୁ କରି ଗିରଫ୍ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।ଅଭିଯୋଗରୁ ପ୍ରକାଶ ଶୁକ୍ରବାର ରାତିରେ ଆପ୍ ବାଘାଯତୀନ ଟ୍ରେନରୁ ଜଣେ ମହିଳା ଯାତ୍ରୀଙ୍କ ଠାରୁ ଲୁଟେରା ଜଣକ ମୋବାଇଲ ଲୁଟ କରି ଚମ୍ପଟ୍ ମାରିଥିଲା।ଏନେଇ ମହିଳା ଜଣକ ଆରପିଏଫ୍ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ମୁତାବକ ଆରପିଏଫ୍ ଥାନା ପୁଲିସ ସଦଳବଳେ ରୁପସା ଷ୍ଟେସନରେ ଲୁଟେରାକୁ ଖୋଜାଖୋଜି କରି ଶେଷରେ ଅଭିଯୁକ୍ତ ଲକ୍ଷ୍ମୀଧରକୁ ପ୍ଲାଟ୍ଫର୍ମରୁ କାବୁ କରିବାକୁ ସକ୍ଷମ ହୋଇଥିଲେ।ଏହାପରେ ଅଭିଯୁକ୍ତ ଜଣକୁ ଜିଆରପି ଥାନା ପୁଲିସ ଜିମା୍ର ଦେଇଥିଲେ।ଜିଆରପି ପୁଲିସ ପକ୍ଷରୁ ଅଭିଯୁକ୍ତ ଲକ୍ଷ୍ମୀଧରକୁ ଶନିବାର ଅପରାହ୍ନ ସମୟରେ କୋର୍ଟ ଚାଲାଣ କରାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଲୁଗା ଓ ଫେନଶୀ ଦୋକାନ ରୁ ୯୦ ହଜାର ରୁ ଊର୍ଦ୍ଧ୍ଵ ଟଙ୍କା ଚୋରି 

Sunil Chandra Nayak

ଦୁଇ ମାଓ ସମର୍ଥକ ଗିରଫ

ପାଣି ମାଗି ପିଇବା ପରେ ଜଙ୍ଗଲ କାଟିବା କୁ ବିରୋଧ କରି ଗୁଳି କରି ଯୁବକକୁ ହତ୍ୟା ,ରାଇଘର ଅଂଚଳ ରେ ପୁଣି ମାଓ ହିଂସା 

Sunil Chandra Nayak

Leave a Comment

error: Content is protected !!