ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ୍ କାରବାରରେ ଲିପ୍ତ ଥିବା ୬ଟି ଘରକୁ ମାଟିରେ ମିଶାଇଲା ଆରଏସପି ଓ ପୋଲିସର ମିଳିତ ପ୍ରଶାସନ

ବେଆଇନ୍ କାରବାରରେ ଲିପ୍ତ ଥିବା ୬ଟି ଘରକୁ ମାଟିରେ ମିଶାଇଲା ଆରଏସପି ଓ ପୋଲିସର ମିଳିତ ପ୍ରଶାସନ

ରାଉରକେଲା ୮/୬, ଗତ କିଛି ଦିନ ହେଲା ଡ୍ରଗ୍ସ କାରବାରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ରାଉରକେଲା ସହରରର ମିନାପଡା ଅଞ୍ଚଳରେ ବାରମ୍ବାର ରେଡ୍ ହେବା ପରେ, ଆଜି ରାଉରକେଲା ପୋଲିସ୍ ପ୍ରଶାସନ ଏବଂ ରାଉରକେଲା ଇସ୍ପାତ କାରଖାନାର ମିଳିତ ଅଭିଯାନରେ ଡ୍ରଗ୍ସ (ବ୍ରାଉନ ସୁଗାର) ବେପାର ସହିତ ସମ୍ପୃକ୍ତ ଥିବା ୬ଟି ବାସଗୃହକୁ ମାଟିରେ ମିଶାଇ ଦେଇଛି ପୋଲିସ୍ ଓ ଆରଏସପିର ସହର ସେବା ବିଭାଗ। ଏସବୁ ଘରକୁ ଉଚ୍ଛେଦ ପାଇଁ ଗତ ୨୦୨୬ ମେ ୨୮ ତାରିଖରେ ରାଉରକେଲା ଇସ୍ପାତ କାରଖାନା ସହର ସେବା କାର୍ଯ୍ଯାଳୟ (ଇଷ୍ଟେଟ ଅଫିସ) ପକ୍ଷରୁ ନୋଟିସ୍ କରାଯାଇଥିଲା। ଏଠାରେ ପ୍ରଣିଧାନ ଯୋଗ୍ୟ ଯେ, ୧୨ ଦିନ ପୂର୍ବରୁ ଉଚ୍ଛେଦ ପାଇଁ ନୋଟିସ୍ ଦିଆଯାଇଥିଲେ ମଧ୍ୟ ଆଜି ସୁଦ୍ଧା ଅଭିଯୁକ୍ତମାନେ ଘର ଖାଲି କରି ନଥିଲେ।

ଆଜି ସକାଳେ ୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର କର୍ମଚାରୀମାନେ ବୁଲଡୋଜର ସହିତ ସେଠାରେ ପହଞ୍ଚି ଇଲେକ୍ଟ୍ରିକ୍ ଲାଇନ୍ ଓ ଓ୍ବାଟର ଲାଇନ୍ (ବିଦ୍ଯୁତ ଓ ପାଣି) ସଂଯୋଗକୁ କାଟିବା ପରେ ଘର ଉଚ୍ଛେଦ କାର୍ଯ୍ଯ ଆରମ୍ଭ କରିଥିଲେ। ଅନ୍ଯପକ୍ଷରେ ଘରେ ରହୁଥିବା ଅଭିଯୁକ୍ତମାନଙ୍କ ପରିବାର ଘରୁ, ଘର ଆସବାବ ସହିତ ଖଟ, ପଲଙ୍କ, ଏୟାର କଣ୍ଡିସନର ବାହାର କରିବା ଦେଖାଯାଇଥିଲା। ଅପରାହ୍ନ ସୁଦ୍ଧା ଉଚ୍ଛେଦ କାର୍ଯ୍ଯ ଜାରି ରହିଥିବା ଦେଖାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୋସ୍କୋ କେସ ମାମଲାର ଫେରାର ଅଭିଯୁକ୍ତ ଗିରଫ

Sunil Chandra Nayak

ଯୁବତୀଙ୍କୁ ଅପହରଣ କରି ଧର୍ଷଣ କରାଯାଇଥିବା ନେଇ ଥାନାରେ ଏତଲା 

masiha

4000 ଟଙ୍କାକୁ ନେଇ ମାରଣାତ୍ମକ ଆକ୍ରମଣ

masiha

Leave a Comment

error: Content is protected !!